ଜାଣନ୍ତୁ ଅକ୍ଟୋପସ୍‌ ସହ ଜଡ଼ିତ ୧୪ଟି ରୋଚକ କଥା

ଅକ୍ଟୋପସ୍‌ ଏକ ସାମୁଦ୍ରିକ ଜୀବ। ଏହାର ନାଁ ଗ୍ରୀକ୍‌ ଶବ୍ଦରୁ ଅଣାଯାଇଛି, ଯାହାର ଅର୍ଥ ହେଉଛି ‘ଆଠଟି ଗୋଡ଼’। ଅକ୍ଟୋପସ୍‌ ଦୁନିଆର ସବୁ ମହାସାଗରରେ ରହିଥାଏ। ଆସନ୍ତୁ ଜାଣିବା ଅକ୍ଟୋପସ୍‌ ସହ ଜଡ଼ିତ କିଛି ରୋଚକ ତଥ୍ୟ, ଯାହାକି ଆପଣଙ୍କୁ ପୂର୍ବରୁ ହୁଏତ ଜଣା ନ ଥିବ।

୧. ସାରା ବିଶ୍ୱରେ ୩୦୦ରୁ ଅଧିକ ପ୍ରଜାତିର ଅକ୍ଟୋପସ୍‌ ଅଛନ୍ତି।

୨. ଅକ୍ଟୋପସ୍‌ର ରକ୍ତର ରଙ୍ଗ ନୀଳ ହୋଇଥାଏ।

ac1

୩. ଉତ୍ତର ଏବଂ ଦକ୍ଷିଣ କୋରିଆର ଲୋକେ ଅକ୍ଟୋପସ୍‌କୁ ଜିଅନ୍ତା ଖାଇଥାଆନ୍ତି।

୪. ଅକ୍ଟୋପସ୍‌ ଶରୀରରେ ୩ଟି ହୃତ୍‌ପିଣ୍ଡ ଥାଏ।

୫. ଏହା ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ମୟୂର ଏବଂ ମୟୂରୀ ସହ ଜଡିତ କିଛି ରୋଚକ ତଥ୍ୟ

ac2

୬. ଅକ୍ଟୋପସ୍‌ର ୮ଟି ହାତ କିମ୍ବା ୮ଟି ଗୋଡ଼ ନ ଥାଏ। ପ୍ରକୃତରେ ଏହାର ୬ଟି ହାତ ଏବଂ ୨ଟି ଗୋଡ଼ ଥାଏ।

୭. ଯଦି ଅକ୍ଟୋପସ୍‌ ବହୁତ ଭୋକିଲା ଥାଏ, ସେତେବେଳେ ସେ ନିଜ ଭୂଜଗୁଡ଼ିକୁ ହିଁ ଖାଇଯାଇଥାଏ।

୮. ଏହି ଜୀବର ଜୀବନକାଳ ବହୁତ କମ୍‌ ହୋଇଥାଏ। ଏହା ଅତି କମ୍‌ରେ ୬ ମାସ ଯାଏ ଜୀବନ ଜିଇଁପାରେ ଏବଂ ଅତି ବେଶିରେ ୫ ବର୍ଷ ପଯ୍ୟର୍ନ୍ତ ବଞ୍ଚିପାରିଥାଏ।

ଏହାସହ ପଢ଼ନ୍ତୁ: ସୃଷ୍ଟିର ସମସ୍ତ ସ୍ୱର ‘‘ଓଁ’’ ଶଦ୍ଦରେ ହିଁ ରହିଥାଏ, ଜାଣନ୍ତୁ ଏହାର ରହସ୍ୟ ସମ୍ପର୍କରେ

ac3

୯. ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଲା, ଅକ୍ଟୋପସ୍‌ର ଭୂଜ ଅର୍ଥାତ୍‌ ହାତ କାଟିଦେଲେ ମଧ୍ୟ ପୁଣିଥରେ ଏହାର ଭୂଜ କଅଁଳିଥାଏ।

୧୦. ବଡ଼ ବଡ଼ ଅକ୍ଟୋପସ୍‌ଗୁଡ଼ିକର ଖାସିୟତ୍‌ ହେଲା, ଏହା ସାର୍କର କିଛି ପ୍ରଜାତିକୁ ମଧ୍ୟ ଖାଇଯାଆନ୍ତି।

୧୧. ଅକ୍ଟୋପସ୍‌ର କିଛି ପ୍ରଜାତି ବହୁତ ବିଷାକ୍ତ ହୋଇଥାଆନ୍ତି। ଏମାନେ କାମୁଡ଼ି ଦେଲେ ମଣିଷର ମୃତ୍ୟୁ ଘଟିଥାଏ।

ଏହାସହ ପଢ଼ନ୍ତୁ: କାହିଁକି ପୃଥିବୀର ୫ଟି ଆଇଲ୍ୟାଣ୍ଡକୁ ମୃତ୍ୟୁର ସୌଦାଗର ବୋଲି କୁହାଯାଏ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ac4

୧୨. ଦୁନିଆର ସବୁଠାରୁ ବଡ଼ ଅକ୍ଟୋପସ୍‌ର ନାଁ ‘Giant Pacific Octopus’ ଅଟେ।

୧୩. ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଅକ୍ଟୋପସ୍‌ର ୯ଟି ବ୍ରେନ୍‌ ଥାଏ।

୧୪. ଦୁନିଆର ସବୁଠାରୁ ଛୋଟ ଅକ୍ଟୋପସ୍‌ର ନାଁ ‘Wolfi Octopus’ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.