ଅଦ୍ଭୁତ : ୧୯ ବର୍ଷର ଝିଅ ଜନ୍ମ ଦେଲେ ଯାଆଁଳା ସନ୍ତାନ, ଉଭୟଙ୍କ ପିତା ଅଲଗା-ଅଲଗା, କ’ଣ ହୋଇଥିଲା ସେହି ରାତିରେ ଜାଣନ୍ତୁ

ଯାଆଁଳା ସନ୍ତାନ ତ ଅନେକ ସମୟରେ ଅଧିକାଂଶ ଲୋକଙ୍କର ହୋଇଥାନ୍ତି । ହେଲେ ବ୍ରାଜିଲରେ ଜଣେ ୧୯ ବର୍ଷ ବୟସ୍କା ଝିଅ ଯେଉଁ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି, ସେହି ଶିଶୁଙ୍କ ପିତା ଦୁଇ ଜଣ ଅଟନ୍ତି । ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ । କାରଣ ଏପରି ଘଟଣା କୋଟିକରେ ଗୋଟିଏ ହୋଇଥାଏ । ଏହା ଏକ ଦୁର୍ଲଭ କଥା ବୋଲି ମେଡିକାଲ ସାଇନ୍ସ କୁହେ ।

କାରଣ ଦୁଇ ଶିଶୁଙ୍କ ବାୟୋଲୋଜିକାଲ ପିତା ଭିନ୍ନ-ଭିନ୍ନ । ବ୍ରାଜିଲର ମେନୋରିୟସରେ ରହୁଥିବା ଏହି ଝିଅ ପ୍ୟାଟରନିଟି ଟେଷ୍ଟ କରାଇଥିଲେ । ସେ ଜାଣିବାକୁ ଚାହୁଁଥିଲେ ଯେ ସେହି ଶିଶୁଙ୍କ ପିତା କିଏ ବୋଲି । ଝିଅ ଜଣକ ସେହି ବ୍ୟକ୍ତିର ଡିଏନଏ ଟେଷ୍ଟ କରାଇଲେ ସେ ଯାହାଙ୍କର ସନ୍ତାନ ବୋଲି ଭାବୁଥିଲେ । ହେଲେ ଟେଷ୍ଟରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଜଣାପଡିଲା । ଦୁଇ ଜଣ ଶିଶୁଙ୍କର ଡିଏନଏ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବା ଜଣାପଡିଲା ।

ଝିଅ ଜଣକ କିଛି ସମୟ ଭାବିବା ପରେ ତାଙ୍କର ମନେ ପଡିଲା ଯେ ଗୋଟିଏ ରାତିରେ ଦୁଇଜଣ ପୁରୁଷଙ୍କ ସହ ସେ ସମ୍ପର୍କ ରଖିଥିଲେ । ଫଳରେ ସେ ଅନ୍ୟ ଜଣଙ୍କର ପ୍ୟାଟରନିଟି ଟେଷ୍ଟ ମଧ୍ୟ କରାଇଲେ । ଯେଉଁଠୁ ଜଣାପଡିଲା ଯେ ଅନ୍ୟ ଶିଶୁର ପିତା ସେହି ବ୍ୟକ୍ତି ବୋଲି ଯାହାଙ୍କ ସହ ସେ ଦ୍ୱିତୀୟ ଥର ସମ୍ପର୍କ ରଖିଥିଲେ ।

ଏହାକୁ ହେଟ୍ନୋପ୍ୟାଟରନାଲ ସୁପରଫେକଣ୍ଡିସନ କାରଣ ବୋଲି କୁହାଯାଏ । ଏହା ଏକ ବାୟୋଲୋଜିକାଲ ଫେନୋମନା (ଜୈବବୈଜ୍ଞାନିକ ବ୍ୟବସ୍ଥା) ଅଟେ । ଏହି ବ୍ୟବସ୍ଥା ସମ୍ପର୍କରେ ସର୍ବ ପ୍ରଥମେ ୧୮୧୦ ରେ ଗବେଷକ ଆର୍ଚର କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ମନୁଷ୍ୟଙ୍କ ଭିତରେ ବହୁ କମ୍‌ ଘଟିଥାଏ । ହେଲେ ଗାଇ,କୁକୁର ଓ ବିଲେଇ ଭଳି ପଶୁଙ୍କ ମଧ୍ୟରେ ସାଧାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.