ଝାଉଁ କାଠରେ ତିଆରି ଏହି ୨୪ ମହଲା ଅଟ୍ଟାଳିକା, ଦେଖିଲେ ବିଶ୍ୱାସ କରିପାରିବେନି ଆପଣ

ଚୀନ୍‌ର ପାରମ୍ପରିକ ଅଟ୍ଟାଳିକାରେ କାଠର ବାସ୍ତୁକଳା ଥିଲା ମୁଖ୍ୟ ଆଧାର। ଫର୍‌ବିଡନ୍‌ ସିଟିର ହଲଠାରୁ ଆରମ୍ଭ କରି ସାଧାରଣ ଘର ପଯ୍ୟର୍ନ୍ତ, ପ୍ରାୟତଃ ସବୁଠି କାଠକୁ ହିଁ ପ୍ରାଥମିକତା ଦିଆଯାଉଥିଲା। ଆଉ ଏହା ଏଥିପାଇଁ କରାଯାଉଥିଲା, କାହିଁକି ନା, ପ୍ରାଚୀନ ଚୀନ୍‌ର ଦର୍ଶନଶାସ୍ତ୍ର ଅନୁସାରେ, କାଠ ଭାଗ୍ୟଶାଳୀ ଏବଂ ଉତ୍ପାଦନ କରିବାରେ ସହଜ ହୋଇଥାଏ।

ଆଜି ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ କାଠରେ ନିର୍ମିତ ଏକ ଅଟ୍ଟାଳିକା ବିଷୟରେ କହିବାକୁ ଯାଉଛୁ। ଏହି ଅଟ୍ଟାଳିକା ୨୪ ମହଲା ବିଶିଷ୍ଟ ଅଟେ, ଯାହା ୯୯.୯ ମିଟର ପଯ୍ୟର୍ନ୍ତ ଉଚ୍ଚ। ପରିବେଶ ଉପଯୋଗୀ ଉକ୍ତ ଅଟ୍ଟାଳିକାରେ ରହିଛି ୧୫୦ରୁ ଅଧିକ କୋଠରୀ। ଏହାକୁ ଝାଉଁ ଏବଂ ଦେବଦାରୁ ଗଛର କାଠ ଓ ଛାଲରେ ନିବୁଜ କରାଯାଇଛି। ଅଟ୍ଟାଳିକାକୁ ମଜଭୁତ୍‌ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଛି।

ଏହାସହ ପଢ଼ନ୍ତୁ: ଇତିହାସର ଏହି ଦୁଇ ରାଣୀ ଥିଲେ ଅପୂର୍ବ ସୁନ୍ଦରୀ, ଯାହାଙ୍କୁ ପାଇବାକୁ ରାଜାମାନେ କରିଥିଲେ ଏପରି କାମ

କାଠକୁ ବ୍ୟବହାର କରି ଏତେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ହୁଏତ ଆପଣଙ୍କ ପାଇଁ କଠିନ ହୋଇପାରେ। ଏହି ଭବନ ଚୀନର ଦକ୍ଷିଣ-ପଶ୍ଚିମ ଗୁଇଁଝାଉ କ୍ଷେତ୍ରରେ ଥିବା ଦୁଶାନ୍‌ର ୟିଙ୍ଗ୍‌ଶାନ୍‌ ସହରରେ ତିଆରି କରାଯାଇଛି। ଯଦିଓ ଏହା ଏବେ ଖାଲି ଅଛି, କିନ୍ତୁ ଅଟ୍ଟାଳିକାର ଏକ ଝଲକ ପାଇବା ପାଇଁ ଦୂର ଦୂରାନ୍ତରୁ ବହୁ ପଯ୍ୟର୍ଟକ ଏଠାକୁ ଆସିଥାଆନ୍ତି। ଏହି କାଠ ନିର୍ମିତ ଅଟ୍ଟାଳିକା ବାସ୍ତୁକାର ଶୁଇ ହେଙ୍ଗଙ୍କ ଦ୍ୱାରା ନିର୍ମାଣ କରାଯାଇଛି, ଯାହାକୁ ବନାଇବା ପାଇଁ ତାଙ୍କୁ ପାଖାପାଖି ୨ ବର୍ଷ ସମୟ ଲାଗିଥିଲା ଏବଂ ୩ ବର୍ଷ ପୂର୍ବରୁ ଏହାର ଡିଜାଇନ୍‌ ପ୍ରସ୍ତୁତ କରାଯାଇଥିଲା।

Leave A Reply

Your email address will not be published.