ଆଳୁ ବନାଇଦେଲା ଜୀବନ : ଘରଭଡ଼ା ପାଇଁ ନଥିଲା ଟଙ୍କା, ଏବେ ଖେଳୁଛନ୍ତି ଲକ୍ଷରେ

ସମୟ ବେଳେ ବେଳେ ଏମିତି କଡ ଲେଉଟାଏ ଯେ ଥିଲାବାଲା ଲୋକ ବି ବଞ୍ଚିବା ପାଇଁ ରାହା ଖୋଜେ । ଏମିତି ଏକ ସମୟ ଆସିଥିଲା ପପିଙ୍କ ଜୀବନରେ । ଯିଏ କି ଦିନେ ଘର ଭଡ଼ା ଦେବାକୁ ସକ୍ଷମ ନଥିଲେ । ହେଲେ ଆଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର ଏହି ଜୀବନ ବଦଳିବା ପଛରେ କେଉଁ ଲୋକଙ୍କର ହାତ ନାହିଁ । ବରଂ ରହିଛି ‘ଆଳୁ’ର ହାତ । ହଁ ଆଜ୍ଞା ଆଳୁ ପରିବା, ଯାହାକୁ ଆମେ ସବୁଦିନ ରୋଷେଇ ଘରେ ପାଇଥାଉ ।

ଘଟଣାଟି ଥିଲା ଏମିତି । ଆମେରିକା ମିଚେଲିନରେ ରହୁଥିବା ୧୮ ବର୍ଷ ବୟସ୍କା ପପି ଟ୍ରେନିଂ ନେଇ ସେଠାରେ ଥିବା ଏକ ବଡ଼ କିଚେନରେ କାମ କରୁଥିଲେ । ମାତ୍ର କରୋନା ପାଇଁ ଚାକିରି ଚାଲିଯିବାରୁ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ଏମିତି ଅବସ୍ଥା ଆସିଲା ଯେ ତାଙ୍କ ପାଖରେ ଘର ଭଡ଼ା ଦେବାକୁ ଟଙ୍କା ନଥିଲା । ଫଳରେ ସେ ବାଧ୍ୟହୋଇ ଆସି ନିଜ ବାପାଙ୍କ ପାଖରେ ରହିଲେ ।

ଘରେ ଥିବାବେଳେ ସେ ଅନ୍ୟମାନଙ୍କ ପରି ଟିକ୍‌ଟିକ୍‌ ଭିଡିଓ ବନାଇବାକୁ ଲାଗିଲେ । ହେଲେ ପ୍ରଥମେ ତାଙ୍କର ଭିଡିଓର ସେମିତି ରେସପନ୍ସ ମିଳିଲା ନାହିଁ । ତେଣୁ ସେ ଜଣେ ଭଲ କୁକ୍‌ ଥିବାରୁ ଆଳୁ ଉପରେ ବିଭିନ୍ନ ରେସିପିର ଭିଡ଼ିଓ ଟିକ୍‌ଟକ୍‌ରେ ସେୟାର କଲେ । ତାଙ୍କ ଭିଡିଓର ଏତେ ରେସପନ୍ସ ଆସିଲା ଯେ ସେ ଆଳୁ ରେ ପ୍ରସ୍ତୁତ ବିଭିନ୍ନ ରେସିପିର ସିରିଜ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବାକୁ ଲାଗିଲେ । ଦିନେ ୨/୪ଟି ରେସପନ୍ସ ପାଉଥିବା ପପିଙ୍କୁ ଏବେ ୨୦ ମିଲିୟନ୍‌ ଭ୍ୟୁଜ ମିଳିଛି ।

ଆଳୁ ଉପରେ ତାଙ୍କର ରେସିପିକୁ ବହୁତ ରେସପନ୍ସ ମିଳିଛି । ଏମିତି ବି ହେଲା ତାଙ୍କ ଭିଡିଓକୁ ଦିନକରେ ୩ ଲକ୍ଷ ଭ୍ୟୁଜ୍‌ ମିଳିଲା । କିଛିଦିନ ତଳେ ଘରଭଡା ଦେବାକୁ ଟଙ୍କା ନଥିବା ପପି ଏବେ ଟିକ୍‌ ଟକ୍‌ ଷ୍ଟାର । ତାଙ୍କର ଆୟ ଏବେ ଲକ୍ଷରେ । ଆଳୁ ପାଇଁ ତାଙ୍କ ଜୀବନର ମୋଡ ବଦଳିଗଲା । ଆଳୁ ପାଇଁ ଏବେ ସେ ଲକ୍ଷପତି ।

ଆଳୁ ଉପରେ କରୁଥିବା ବିଭିନ୍ନ ରେସିପି ଏବେ ତାଙ୍କୁ ଲକ୍ଷପତି କରିଛି । ଯାହାକି ତାଙ୍କର ପୂର୍ବ ଚାକିରି ଅପେକ୍ଷା ବହୁତ ଭଲ । ସେତେବେଳେ ସେ ସପ୍ତାହକୁ ୭୦ ଘଣ୍ଟା କାମ କରି ଯାହା ପାଉନଥିଲେ । ଏବେ ତା’ଠାରୁ ଢ଼େର ବେଶୀ ପାଉଛନ୍ତି । ଆଳୁ ତାଙ୍କ ଜୀବନର ମୋଡ ବଦଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.