ପ୍ରଶାସନକୁ ଚେତାଇବା ପାଇଁ ପ୍ରତିବାଦ, ରାସ୍ତାରେ ଧାନ ତଳି ରୋଇଲେ ଲୋକେ

ମାହାଙ୍ଗା : ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ବାରମ୍ବାର କହି କହି ଅଭିଯୋଗ କରି ଏଠାକାର ଲୋକେ ଥକି ଗଲେଣି । ଆଉ ଶେଷରେ ସେମାନେ ଏମିତି ପ୍ରତିବାଦ କରିଛନ୍ତି ଯେ ପ୍ରଶାସନ ଆଖିରେ ନିହାତି ପଡ଼ିବା ଦରକାର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମହେଶପୁର ଦଳିତ ବସ୍ତିରେ ଖରାପ ରାସ୍ତାକୁ ନେଇ ଏଭଳି ପ୍ରତିବାଦ କରିଛନ୍ତି ବସ୍ତି ବାସିନ୍ଦା ।

ଦୀର୍ଘ ବର୍ଷ ହେବ ରାସ୍ତାରେ ନାଲି ଗୋଡ଼ି ପକାଯାଇଥିଲ । ମାତ୍ର ଏବେ ତାହା ଆଉ ରାସ୍ତା ହୋଇ ନାହିଁ । ଅସରାଏ ବର୍ଷା ହେଲେ କାଦୁଆ ପଚ ପଚ ହୋଇ ପଡୁଛି l ଏହି ରାସ୍ତାରେ ପାଦରେ ଚାଲି ଚାଲି ଯିବା ବଡ଼ କଷ୍ଟକର । ସେଠି ଗାଡ଼ି ମଟର କଥା ପଚାରୁଛି କିଏ l ପିଲାଛୁଆ ପାଠ ପଢ଼ିବା ପାଇଁ ଯାଇପାରୁ ନାହାନ୍ତି l ଅନେକ ଥର ଏହି ବାଟ ଦେଇ ଯିବା ବେଳେ ପଡ଼ି ଖଣ୍ଡିଆ ଖାବରା ହେବାj ନଜିର ରହିଛି l ଏପରିକି ଜରୁରୀ କାଳୀନ ସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଏହି ବସ୍ତି ବାସିନ୍ଦା ।

ବସ୍ତିରେ ପ୍ରାୟ ୨୦୦ ଲୋକ ବାସ କରନ୍ତି । ସେମାନେ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରି କରି ଥକି ଗଲେଣି । ସେମାନଙ୍କ କଥା କେହି ଶୁଣି ନାହାନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ରାସ୍ତାରେ ଧାନ ତଳି ରୋଇଛନ୍ତି l

ଯଦି ସରକାର କି ପ୍ରଶାସନ ରାସ୍ତାର ସମସ୍ୟା ଦୂର ନ କରନ୍ତି ତେବେ ବ୍ଲକ ଅଫିସ, ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହ ପଞ୍ଚାୟତ ନିର୍ବାଚନର ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ବସ୍ତିର ଲୋକମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.