ବୟସ ମାତ୍ର ୩୦ ହେଲେ ୪୭ ପିଲାର ବାପା, ଜନ୍ମ ହେବେ ଆହୁରି ୧୦: ଡେଟିଂ କରିବାକୁ ପସନ୍ଦ କରୁନାହାନ୍ତି ମହିଳା

୩୦ ବର୍ଷ ବୟସ୍କ ବ୍ୟକ୍ତି, ହେଲେ ତାଙ୍କ ଔରସରୁ ଜନ୍ମ ନେଲେଣି ୪୭ ପିଲା। ପୁଣି ସେ ୧୦ ପିଲାଙ୍କ ବାପା ହେବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ସେ ନିଜର ଦୁଃଖ ଓ ଯନ୍ତ୍ରଣା ମଧ୍ୟ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ଦ୍ୱାରା ତାଙ୍କର ଡେଟିଂ ଜୀବନକୁ ଖୁବ୍‌ ମାତ୍ରାରେ ପ୍ରଭାବିତ ହୋଇଛି । ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସ୍ପର୍ମ ଡୋନର ।

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆମେରିକାର କାଲିଫର୍ନିଆର କେଲ୍‌ ଗର୍ଡି। ତାଙ୍କର ବୟସ ମାତ୍ର ୩୦ । କେଲ ଦାବି କରିଛନ୍ତି ଯେ, ସେ ଖୁବ୍‌ଶୀଘ୍ର ୫୭ ସନ୍ତାନର ବାୟୋଲୋଜିକାଲ ପିତା ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ, କିଛି ବର୍ଷ ପୂର୍ବେ ସେ ତାଙ୍କ ଡେଟିଂ ଲାଇଫ୍ ଆରମ୍ଭ କରିଥିଲେ। ଅନେକ ମହିଳାଙ୍କ ସହ ସମୟ ବିତାଇଥିଲେ। ହେଲେ କାହାରି ସହ ବି ସେ ଲମ୍ବା ସମ୍ପର୍କରେ ରହିପାରି ନାହାନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ଝିଅ ମାନେ ତାଙ୍କୁ ଏକ୍ସପ୍ରେସନ୍ ଦେଉଥିଲେ । କିନ୍ତୁ ଏବେ ମହିଳାମାନେ ତାଙ୍କ ସହ ସେତେବେଳେ କଥା ହେଉଛନ୍ତି ଯେତେବେଳେ ସେମାନଙ୍କର ଛୁଆ ଦରକାର ହୋଇଥାଏ । କେଲ ଏହା ମଧ୍ୟ କହିଛନ୍ତି ଯେ, ସେ ସ୍ପର୍ମ ଦାନ କରିବା ପରେ ଅନେକ ଗର୍ଭଧାରଣ ସଫଳ ହୋଇଥିଲା । ଏହା ପରେ ମହିଳାମାନେ ତାଙ୍କୁ ଇନଷ୍ଟାଗ୍ରାମରେ ଖୁବ୍‌ ମେସେଜ୍ କରିବା ଆରମ୍ଭ କଲେ ।

ମହିଳାମାନେ ଶୁକ୍ରାଣୁ ଦାନ ପାଇଁ ଏତେ ଆଗ୍ରହୀ ହେବେ ବୋଲି କାଇଲ୍ ଜାଣି ନଥିଲେ। କାରଣ ତାଙ୍କ ଠାରୁ ବହୁ ବଡ ଲୋକ ଅଛନ୍ତି ଏବଂ ମହିଳାମାନେ ମଧ୍ୟ ସ୍ପର୍ମ ବ୍ୟାଙ୍କ ମଧ୍ୟ ଯାଇପାରିଥାନ୍ତେ। ହେଲେ ପ୍ରାୟ ହଜାରେରୁ ଅଧିକ ଲୋକ ତାଙ୍କୁ ସ୍ପର୍ମ ଦେବାକୁ କହିଲେଣି। ଅନେକ ମହିଳା ସ୍ପର୍ମ ନେଇ ମା’ ହେବା ପରେ ସେ ଜନ୍ମ କରିଥିବା ପିଲାର ଫଟୋ ପଠାଇଛନ୍ତି। କେଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ମହିଳା ଏକ ଇଚ୍ଛା ପ୍ରକାଶ କରିଛନ୍ତି ଯେ ସେମାନଙ୍କର ପିଲାମାନେ ଜୈବିକ ପିତାଙ୍କୁ ଦେଖିବାକୁ ଚାହିଁଥାନ୍ତି।

ଯିଏ ବି ଆବଶ୍ୟକ କରିବ ଯୋଗାଯୋଗ କଲେ ସେ ନିଶ୍ଚୟ ସ୍ପର୍ମ ଦେବେ ବୋଲି ମଧ୍ୟ କହିଛନ୍ତି। ସେ କୌଣସି ପ୍ରକାର ନିଶା ନ ଖାଇ ଏକ ଶାନ୍ତସରଳ ଜୀବନ ବିତାଉଛନ୍ତି। ସବୁକିଛି ପରେ,କେଲ୍‌ ଯାହା କରନ୍ତି ସେଥିରେ ସନ୍ତୁଷ୍ଟ ହୁଅନ୍ତି ଏବଂ ବର୍ତ୍ତମାନ ସେ ଖୁସିରେ ଅଛନ୍ତି କାରଣଜନ୍ମ ନେବାକୁ ଥିବା ୧୦ ପିଲାଙ୍କ ଅପେକ୍ଷାରେ ରହିଛନ୍ତି ବୋଲି କହିଛନ୍ତି । ଯଦି କେହି ତାଙ୍କ ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ସହ ଯୋଡି ହେବା ପାଇଁ ମହିଳାମାନଙ୍କୁ କହିଛନ୍ତି।

କେଲ ଆହୁରି ମଧ୍ୟ କହିଛନ୍ତି, ଦୁର୍ଭାଗ୍ୟବଶତଃ, ଏବେ କୌଣସି ମହିଳା ମୋ ସହ ଡେଟ୍‌ କରିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ଏହାରି ଭିତରେ ଏମିତି କିଛି ମହିଳାଙ୍କ ସଂସ୍ପର୍ଷରେ କେଲ୍‌ ଆସିଥିଲେ, ଯେତେବେଳେ କି ସେ ଭାବିଥିଲେ ସେହିମାନଙ୍କ ସହ ରିଲେସନ୍‌ସିପ୍‌ ଆଗକୁ ଯିବ । ହେଲେ ସେମାନଙ୍କ ସହ ମଧ୍ୟ ସମ୍ପର୍କରେ ଅଧିକ ଦିନ ରହିପାରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.