ଜୀବନକୁ ଖାତିର ନାହିଁ! ଫିଲ୍ମି ଷ୍ଟାଇଲ୍ରେ ଚଳନ୍ତା ଟ୍ରେନ୍ ଉପରେ ଦୌଡ଼ିଲେ ୮ ଲୋକ, ଆପଣ ବି ଦେଖି ନିଅନ୍ତୁ ଛାତିଥରା ଭିଡିଓ
ସୋସିଆଲ ମିଡିଆରେ ଆମେରିକାର ଓ୍ଵିଲିୟମ୍ସବର୍ଗ ବ୍ରିଜ୍ର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହାକି କୌଣସି ଫିଲ୍ମ ସିନ୍ଠାରୁ କମ୍ ଲାଗୁନାହିଁ। ଏହି ଭିଡିଓରେ କିଛି ଲୋକ ଚଳନ୍ତା ଟ୍ରେନ୍ ଉପରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ଭିଡିଓ ଦେଖିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିବ। ଭାଇରାଲ ହେଉଥିବା ଏହି ଭିଡିଓ ଆମେରିକାର ବ୍ରୁକ୍ଲିନ ସହରର ବୋଲି କୁହାଯାଉଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଚଳନ୍ତା ଟ୍ରେନ୍ ଉପରେ ଦୌଡ଼ୁଥିବା ଏହି ଲୋକମାନଙ୍କୁ ନିଜ ଜୀବନ ପ୍ରତି ଆଦୌ ଭୟ ନାହିଁ। ଜଣଙ୍କର ସାମାନ୍ୟ ବି ଅସାବଧାନତା ସମସ୍ତଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇପାରେ। ସୋସିଆଲ ମିଡିଆ ସାଇଟ୍ ‘ଟ୍ଵିଟର’ରେ ଏହି ଭିଡିଓକୁ ସେୟାର କରାଯାଇଛି।
ଟ୍ଵିଟରରେ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୫ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏଥି ସହିତ ୧.୪୨ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି। ଅନ୍ୟପଟେ ଅନେକ ଲୋକ ଭିଡିଓକୁ ରି-ଟ୍ଵିଟ୍ କରିବା ସହିତ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟ (NYPD) ଏହି ଘଟଣାର ତଦନ୍ତ କରୁଛି। କହି ରଖୁଛୁ କି, ୨୦୨୧ରେ ଓ୍ଵିଲିୟମ୍ସବର୍ଗ ବ୍ରିଜ୍ ନିକଟରେ ଚଳନ୍ତା ଟ୍ରେନ୍ରୁ ଖସି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
Yo WTF!? These people just came over the Williamsburg bridge on top of the train. pic.twitter.com/osEtX4a0cp
— GOOSE (@GooseyMane) June 11, 2022