ବଢ଼ୁଛି କରୋନା! DGCA ଜାରି କଲା ନୂଆ ଗାଇଡ୍‌ଲାଇନ, ଜାଣି ନିଅନ୍ତୁ…ନଚେତ୍‌ କରିପାରିବେ ନାହିଁ ବିମାନ ଯାତ୍ରା

ଯଦି ଆପଣ ବି ବିମାନରେ ଯାତ୍ରା କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଜରୁରୀ ଖବର। DGCA ବିମାନ ଯାତ୍ରାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ସାରା ଦେଶରେ କରୋନାର ନୂଆ ମାମଲାକୁ ନଜରରେ ରଖି ଯାତ୍ରୀମାନଙ୍କ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି। ଯଦି ବିମାନ ଯାତ୍ରୀମାନେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ନ କରିବେ, ତା’ ହେଲେ ଏୟାରଲାଇନ୍‌ ସେମାନଙ୍କୁ ବିମାନରୁ ବାହାର କରିଦେବ। ଆସନ୍ତୁ ଜାଣିବା ନୂଆ ନିୟମ କ’ଣ ରହିଛି।

ଗତ ଜୁନ୍‌ ୩ରେ ଦିଲ୍ଲୀ ହାଇକୋର୍ଟ ଏୟାରପୋର୍ଟ, ଷ୍ଟାଫ୍‌, ଏୟାରଲାଇନ୍ସ, ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ଅଲଗା ଭାବେ କୋଭିଡ୍‌-୧୯ ଗାଇଡ୍‌ଲାଇନ ଜାରି କରିବାକୁ DGCAକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ DGCA ଏୟାରଲାଇନ୍‌ କମ୍ପାନୀଗୁଡ଼ିକୁ ଯାତ୍ରୀମାନଙ୍କୁ କୋଭିଡ୍‌ କଟକଣା ବିଷୟରେ ସୂଚନା ଦେବାକୁ କହିଥିଲା। ଏଥି ସହିତ ବିମାନ ଯାତ୍ରୀଙ୍କୁ ଉଚିତ୍‌ ଢଙ୍ଗରେ ମାସ୍କ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିୟାମକ ସ୍ପଷ୍ଟ କରେଇ ଦେଇଛି ଯେ ଯେଉଁମାନେ ମାସ୍କ ପିନ୍ଧିବାକୁ ମନା କରିବେ, ଏୟାରଲାଇନ୍ସ ସେମାନଙ୍କୁ ଯାତ୍ରା କରିବାକୁ ଦେବ ନାହିଁ।

କହି ରଖୁଛୁ, ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ମନା କରୁଛନ୍ତି, ତ ସେମାନଙ୍କୁ Unruly Passenger କାଟାଗୋରୀରେ ପକାଇ ଦେବାକୁ ଏୟାରଲାଇନ୍ସକୁ କୁହାଯାଇଛି। ଏତିକି ନୁହେଁ, ଏହି ଯାତ୍ରୀମାନଙ୍କୁ କିଛି ଦିନ ପାଇଁ No fly Listରେ ମଧ୍ୟ ରଖାଯାଇପାରେ।

DGCA କହିଛି, ଆବଶ୍ୟକ ପଡ଼ିଲେ ବିମାନବନ୍ଦର ପରିଚାଳକ ସ୍ଥାନୀୟ ପୋଲିସର ସହାୟତା ମଧ୍ୟ ଲୋଡ଼ିପାରନ୍ତି। ସମ୍ପୃକ୍ତ ଯାତ୍ରୀଙ୍କ ଉପରେ ଜରିମାନା ଲଗାଇବାକୁ ବି ପରାମର୍ଶ ଦିଆଯାଇଛି।