ଗାତ ଭିତରୁ ମିଳିଲା ଦଉଡିରେ ବନ୍ଧା ମମି, ଏକ୍ସପର୍ଟ କହୁଛନ୍ତି ଏମିତି କିଛି

ଦକ୍ଷିଣ ଆମେରିକୀୟ ରାଜ୍ୟ ପେରୁର କେନ୍ଦ୍ରୀୟ ତଟରେ ପୁରାତତ୍ତ୍ଵବିଦମାନଙ୍କୁ ୮୦୦ ବର୍ଷ ତଳର ଏକ ମମି ମିଳିଛି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଏହି ମମିଟି ହେଉଛି ଦକ୍ଷିଣ ଆମେରିକାରେ ଜଣେ ଅତି ପୁରୁଣା ବ୍ୟକ୍ତିଙ୍କର । ପୁରାତତ୍ତ୍ଵବିଦ ପୀଟର ଭାନ ଦେଲେନ ଲୁନାଙ୍କ କହିବା ଅନୁଯାୟୀ ଏହି ମମିଟିକୁ ପେରୁର ରାଜଧାନୀ ଲିମା ଅଂଚଳରେ ଆବିଷ୍କାର କରାଯାଇଛି । ଏହା ସହ ଏହି ମମି ଟିର ଲିଙ୍ଗ କଣ ସେବାବଦରେ ବି ପତ୍ତା ଲଗାଯାଇପାରିନାହିଁ । ଲୁନାଙ୍କ କହିବା ଅନୁଯାୟୀ ଏହାର ଆଉ ଏକ ବିଶେଷତ୍ତ୍ୱ ହେଉଛିକି ଏହି ମମିଟିକୁ ସମ୍ପୂର୍ଣ୍ଣ ରୂପେ ଏକ ଦଉଡ଼ିରେ ଆଚ୍ଛାଦିତ କରାଯାଇଛି । ଅର୍ଥାତ ମମିର ଶରୀରକୁ ଏକ ଦୌଡ଼ିରେ ଗୁଡ଼ାଇ ରଖାଯାଇଛି । ଯେବେକି ସେ ନିଜ ମୁହଁକୁ ନିଜ ହାତ ପାପୁଲିରେ ଘୋଡାଇ ଦେଇଛନ୍ତି । ଏଥିରୁ ଅନୁମାନ କରାଯାଉଛିକି ଏହା ନିଶ୍ଚିତ ରୂପେ ସ୍ଥାନୀୟ ଶବସତ୍କାର ସମୟର ଏକ ପରମ୍ପରା ହୋଇଥିବ ।

ଯେଉଁଥିରେ ଶବ ମାନଙ୍କୁ ଦୌଡ଼ିରେ ଗୁଡ଼ାଯାଇ ରଖାଯାଉଥିବ । ଏହି ମୃତ ବ୍ୟକ୍ତିଙ୍କ ଆଣ୍ଡିସ ପାର୍ବ୍ୟତାଞ୍ଚଳରେ ବସବାସ କରୁଥିବା ଅଧିବାସୀ ହୋଇପାରନ୍ତି । ପରେ ରେଡ଼ିଓ କାର୍ବନ ଡେଟିଂ ଦ୍ୱାରା ସମ୍ପୂର୍ଣ୍ଣ ତଥ୍ୟ ହାସଲ କରାଯାଇପାରିବ । ଲିମା ସହରର ଆଖପାଖ ଅଂଚଳରେ ମାଟି ଭିତରୁ ମିଳିଥିବା ମମିରେ ବିଭିନ୍ନ ପ୍ରକାର ସେରାମିକ ତିଆରି ପଦାର୍ଥ, ପନିପରିବା, ରଙ୍ଗ ବେରଂଗର ପଥର ଆଦିକୁ ଅର୍ପଣ କରାଯାଇଥିବା ଲକ୍ଷ କରାଯାଇଛି । କହିରଖୁଛୁକି ପେରୁରେ ଅନେକ ସଂଖ୍ୟକ ପୁରାତତ୍ତ୍ଵବିଦ ସ୍ଥାନ ମାନ ରହିଛି । ଏଗୁଡିକ ଆଜକୁ ପାଖାପାଖି ୫୦୦ ବର୍ଷ ତଳେ ଇନକା ରାଜବଂଶୀୟ ମାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ନେଇ ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.