ଅଭିନବ କୃଷି ଯନ୍ତ୍ରପାତି ତିଆରି କରି ପରିଚୟ ସୃଷ୍ଟି କରିଛନ୍ତି ଭରତ,ଲୋକଙ୍କୁ ଦେଉଛନ୍ତି କର୍ମ ନିଯୁକ୍ତି

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଅଭିନବ କୃଷି ଯନ୍ତ୍ରପାତି ସମ୍ମାନରେ ସମ୍ମାନିତ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗୋବିନ୍ଦପୁର ଗାଁର ଭରତ ଚନ୍ଦ୍ର ରାଉତ । କମ୍ ସମୟରେ କିଭଳି ଚାଷ କାର୍ଯ୍ୟ କରି ହେବ ସେ ନେଇ ପ୍ରୟାସ କରିଥିଲେ ଭରତ । ଆରମ୍ଭ କରିଥିଲେ କୃଷି ଯନ୍ତ୍ରପାତି ତିଆରି କାର୍ଯ୍ୟ । ଘାସ ବଛା, ଧାନଉଡା, ମଇ ପକାଇବା ଭଳି କୃଷି ଯନ୍ତ୍ରପାତି କରିବା ପରେ ଏବେ ଡାଲି ଅମଳ ମେସିନ ତିଆରି କରିଛନ୍ତି ।

farmerଭରତଙ୍କ ଏଭଳି ପ୍ରୟାସ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମାରୋହରେ ସମ୍ମାନିତ କରାଯାଇଛି । ଭରତ ନିଜେ ରୋଜଗାରକ୍ଷମ ହେବା ସହ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କର୍ମ ନିଯୁକ୍ତି ଦେଇଛନ୍ତି । ଭରତଙ୍କୁ ସମ୍ମାନିତ କରାଯାଇଥିବାରୁ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ବେଶ୍ ଖୁସି ହୋଇଛନ୍ତି । ଭରତଙ୍କ ଏଭଳି ସଫଳତା ଯୁବପିଢିଙ୍କ ପାଇଁ ପ୍ରେରଣା ଯୋଗାଇଛି ।

Leave A Reply

Your email address will not be published.