ଦଳ ବିରୋଧୀ କାର୍ଯ୍ୟ ପାଇଁ ଯାଜପୁର ଦାନଗଦି ବ୍ଲକ୍‌ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ବିଜେଡିରୁ ନିଲମ୍ବିତ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଳ୍ଲା ଦାନଗଦି ବ୍ଲକ୍ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ବାମୀ ହଳଧର ନାୟକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଲୋପାମୁଦ୍ରା ଏବଂ ତାଙ୍କ ସ୍ବାମୀ ମିଳିତ ଭାବେ ବ୍ଲକ୍‌ରେ ବିଭିନ୍ନ ବେଆଇନ୍‌ କାର୍ଯ୍ଯ କରୁଥିବା ଏବଂ ଉଭୟ ବିଭିନ୍ନ ଠିକାଦାରୀ କାର୍ଯ୍ଯରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ଏମିତିକି ସେମାନେ ବିପୁଳ ପରିମାଣରେ ପିସି ଆଦାୟ କରିବା ସହିତ ନିମ୍ନମାନର କାର୍ଯ୍ଯ କରୁଥିବା ନେଇ ଜନସାଧାରଣ ଅଭିଯୋଗ କରିଥିଲେ। ଏହା ସହ ଦଳ ବିରୋଧୀ କାର୍ଯ୍ଯ କରିବା ସହ ବିରୋଧୀ ଦଳ ନେତାଙ୍କ ସହିତ ସୁସମ୍ପର୍କ ରଖି ଦଳ ମଧ୍ଯରେ ବିବାଦ ସୃଷ୍ଟି ପାଇଁ ଚକ୍ରାନ୍ତ କରୁଥିଲେ ବୋଲି ଅଭିଯୋଗ ରହିଛି । ତେଣୁ ଉଭୟଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.