ଦେଖନ୍ତୁ ଏହି ରୋଚକ ଭିଡିଓ: କିପରି ଭୋକିଲା ସାପ ନିଜ ପେଟ ଭରିବା ପାଇଁ ନିଜକୁ ଗିଳୁଛି
![sn1](https://knewsodisha.com/wp-content/uploads/2019/08/sn1.jpg)
ଆମେ ସମସ୍ତେ ଜାଣୁ, ସାପ ଭୟଙ୍କର ଓ ଘାତକ। ଆଉ ଏହା ମଧ୍ୟ ଜାଣୁ, କେତେକ ସାପ ଅନ୍ୟ ସାପଙ୍କୁ ଖାଇଦିଅନ୍ତି। କିନ୍ତୁ କେବେ ଶୁଣିଛନ୍ତି କି, ନିଜ ପେଟ ଭରିବା ପାଇଁ ନିଜକୁ ଖାଉଥିବା ସାପ ବିଷୟରେ। ପେନ୍ସିଲଭାନିଆରେ ଏପରି ଏକ ଅହିରାଜ ଦେଖିବାକୁ ମିଳିଛି, ଯାହା ବାସ୍ତବରେ ନିଜ ଲାଞ୍ଜକୁ ଗିଳିବାକୁ ଉଦ୍ୟମ କରୁଛି।
ଫେସବୁକରେ ଲାଇଭ୍ ପୋଷ୍ଟ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ବି ଚକିତ ହୋଇଯିବେ। ଏହି ସାପ କିପରି ନିଜ ଲାଞ୍ଜକୁ ଅଧା ପଯ୍ୟର୍ନ୍ତ ଗିଳିଦେଇଛି, ତାହା ଏହି ଭିଡିଓରୁ ଜଣାପଡ଼ୁଛି। ଏଥିରେ ଦେଖିବାକୁ ମିଳୁଛି ଯେ ଯେତେବେଳେ ଜଣେ ସାପ ଧରାଳି ଜୋସି ରୋଥେକର ସାପଟିକୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି, ଭୋକିଲା ଅହିରାଜ ତା’ ଲାଞ୍ଜକୁ ଆଦୌ ଛାଡ଼ିବାକୁ ଦେଉନାହିଁ। ଅଗଷ୍ଟ ୯ରେ ସେୟାର ହୋଇଥିବା ଏହି ଲାଇଭ୍ ଭିଡିଓ ପୋଷ୍ଟକୁ ଏ ପଯ୍ୟର୍ନ୍ତ ୫୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହ ୨୦୦ଜଣ ଏହାକୁ ସେୟାର ମଧ୍ୟ କରିସାରିଛନ୍ତି।