ମନ୍ଦିର ବାହାରେ ହଠାତ ଆସିଗଲା ସିଂହ, ଚିଲ୍ଲେଇ ଚିଲ୍ଲେଇ ଘଉଡ଼ାଇଲେ ମନ୍ଦିର ପୂଜକ

ମନ୍ଦିର ବାହାରେ ହଠାତ ଏକ ସିଂହ ଠିଆ ହୋଇ ମନ୍ଦିରର ପୂଜକଙ୍କୁ ଚାହିଁ ରହିଥିଲା । ମନ୍ଦିର ବାହାରେ ସିଂହକୁ ଦେଖି ପୂଜକ ଭୟଭୀତ ହୋଇଥିଲେ । ଏହି ଘଟଣା ଗୁଜୁରାଟ ଜିଲ୍ଲାର ଗିର ସୋମନାଥ ଜିଲ୍ଲାରେ ଦେଖାଯାଇଛି ।

ଆପଣ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିବା ସମୟରେ ବେଳେ ବେଳେ ମାଙ୍କଡ଼ ଆପଣଙ୍କ ସାମ୍ନାକୁ ଆସିଯାଏ । ଏଭଳି ମନ୍ଦିର ବାହାରେ କୁକୁର ମଧ୍ୟ ବୁଲିଥିବାର ଆପଣମାନେ ଦେଖିଥିବେ । ତେବେ ଥରେ ଭାବନ୍ତୁ ଯଦି ମନ୍ଦିର ବାହାରେ ହଠାତ ଆପଣଙ୍କୁ ସିଂହ ଦେଖା ହୋଇଯିବ ଆପଣ କଣ କରିବେ । ନିହାତି ଭାବେ ଆପଣଙ୍କ ଦେହ ହାତ ଥରିବାକୁ ଲାଗିବ । କାରଣ ସିଂହ ଏକ ହିଂସ୍ର ଜୀବ । ଏହା କେବଳ ଜଙ୍ଗଲର ଜୀବମାନଙ୍କ ଶିକାର କରିଥାଏ ତାହା ନୁହେଁ ସମୟ ମିଳିଲେ ଏହା ମଣିଷର ଶିକାର କରିବାକୁ ମଧ୍ୟ ପଛାଏ ନାହିଁ । ସିଂହ ପଞ୍ଝା ଏବଂ ଦାନ୍ତରେ ବହୁତ ଅଧିକ ଶକ୍ତି ଥାଏ । ଯାହା ସାମ୍ନାରେ ମଣିଷ ଠିଆ ହୋଇ ରହିବା ଅସମ୍ଭବ । ଯଦି ହଠାତ ଜଣଙ୍କ ସାମ୍ନାରେ ସିଂହ ଆସିଯାଏ ତେବେ ସେ ମଣିଷର କଣ ହେବ । କିନ୍ତୁ ଏଭଳି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।

ତେବେ ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ସିଂହ ମନ୍ଦିର ବାହାରେ ଠିଆ ହୋଇ ମନ୍ଦିରର ପୂଜକଙ୍କୁ ଚାହିଁ ରହିଥିଲା । ମନ୍ଦିର ବାହାରେ ସିଂହକୁ ଦେଖି ପୂଜକ ଭୟଭୀତ ହୋଇଥିଲେ । ପରେ ଏହାକୁ ଘଉଡ଼ାଇବା ପାଇଁ ଚିଲ୍ଲେଇବାକୁ ଲାଗିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ସିଂହଟି ମନ୍ଦିରକୁ ଆସିଥିଲା ସେହି ସମୟରେ ମନ୍ଦିରରେ ପୂଜକଙ୍କ ବ୍ୟତୀତ ଆଉ କେହି ନଥିଲେ । ଅର୍ଥାତ ନିଜ ଜୀବନ ବଞ୍ଚାଇବା ପାଇଁ ପୂଜକ ନିଜେ ହିଁ ଯାହା କରିପାରି ଥାନ୍ତେ । ତାଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ଜଣେ ବ୍ୟକ୍ତି ସେଠାରେ ନଥିଲେ ।

 

 

View this post on Instagram

 

A post shared by Abhaysinh Gohil (@abhaysinh_g)

ସାଧାରଣ ଜୀବଜନ୍ତୁଙ୍କୁ ଘଉଡ଼ାଇବା ପାଇଁ ଯେଉଁଭଳି ଉପାୟ ଆପଣାନ୍ତି ପୂଜକ ମଧ୍ୟ ସିଂହକୁ ଘଉଡ଼ାଇବା ପାଇଁ ସେହି ଉପାୟକୁ ଆପଣାଇଥିଲେ । ଜୋରରେ ଚିଲ୍ଲେଇବା ପରେ ସିଂହଟି ଧିରେ ଧିରେ ସେଠାରୁ ପଳାଇବାକୁ ଆରମ୍ଭ କରିଥିଲା । ଏହି ଭିଡିଓକୁ abhaysinh_g ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିଲା । ୟୁଜରଙ୍କ ଅନୁସାରେ ଏହି ଘଟଣା ଗୁଜୁରାଟ ଜିଲ୍ଲାର ଗିର ସୋମନାଥ ଜିଲ୍ଲାର ବୋଲି ଜଣାପଡ଼ିଛି । ଭାଇରାଲ ହୋଇଥିବା ଏହି ଭିଡିଓକୁ ମନ୍ଦିରର ପୂଜକ ହିଁ ରେକର୍ଡ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.