ବିଶାଳ ଅଜଗର, ତଥାପି ଡର ନାହିଁ! ନିଜ ହାତ ପାପୁଲିରେ ସାପକୁ ପାଣି ପିଆଉଛନ୍ତି ସାହସୀ ଯୁବକ; ଥରେ ନଜର ପକାନ୍ତୁ ଭିଡିଓ ଉପରେ

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ବୋଧହୁଏ ଆପଣ ପୂର୍ବରୁ ଏମିତି ଭୟାନକ ଭିଡିଓ କେବେ ବି ଦେଖି ନ ଥିବେ। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ବିଶାଳକାୟ ଅଜଗରକୁ ନିଜ ପାପୁଲିରେ ପାଣି ପିଆଉଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଯିଏ ବି ଦେଖିଛି, ତା’ ଆଖି ସହଜରେ ବିଶ୍ୱାସ କରି ପାରି ନାହିଁ। ସୋସିଆଲ ମିଡିଆରେ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଛନ୍ତି।

ବିଶାଳକାୟ ଅଜଗରକୁ ହାତରେ ପିଆଇଲେ ପାଣି

ଭିଡିଓଟି ଖୁବ୍‌ ମାତ୍ରାରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏଥିରେ ଏକ ବିଶାଳକାୟ ପାଇଥନ ବା ଅଜଗର ସାପ ଦେଖିବାକୁ ମିଳୁଛି ଏବଂ ଜଣେ ବ୍ୟକ୍ତି ନିଜ ହାତରେ ତାକୁ ପାଣି ପିଆଉଛନ୍ତି। ବ୍ୟକ୍ତି ଜଣକ ହାତ ପାପୁଲିରେ ପାଣି ଭରି ସାପକୁ ପିଆଉଛନ୍ତି। ଭିଡିଓଟି ଅତି ଆଶ୍ଚର୍ଯ୍ୟଜନକ ରହିଛି। ଏଥିରେ ଆପଣ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ପ୍ଲେଟ ଉପରେ ଏକ ପାତ୍ର ରଖିଛନ୍ତି ଏବଂ ସେଥିରେ ପାଣି ଭରିକି ରହିଛି।

ସେପଟେ ଏକ ବଡ଼ ଅଜଗର ନଜର ଆସୁଛି। ଭିଡିଓରେ ଦେଖା ଯାଉଛି ଯେ ବ୍ୟକ୍ତି ଜଣକ ସେହି ପାତ୍ର ଉପରେ ହିଁ ନିଜ ହାତ ରଖି ସାପକୁ ପାପୁଲିରେ ପାଣି ପିଆଉଛନ୍ତି। ଅଜଗର ଏକଦମ୍‌ ଶାନ୍ତ ଭାବେ ପଡ଼ି ରହିଛି, ଯାହାକି ଦେଖିବାକୁ ଖୁବ୍‌ ଭୟଙ୍କର ଲାଗୁଛି। ଏହା ଆରାମରେ ଶୋଇ ରହି ବ୍ୟକ୍ତିଙ୍କ ହାତରୁ ପାଣି ପିଇବାରେ ଲାଗୁଛି। ତେବେ ଭିଡିଓ ଦେଖିବା ପରେ କିଛି ଲୋକ ସେହି ବ୍ୟକ୍ତିଙ୍କୁ ପାଗଳ ବୋଲି କହିଛନ୍ତି। ଲୋକମାନେ କହିଛନ୍ତି ଯେ ଅଜଗର ବ୍ୟକ୍ତିଙ୍କୁ ମଧ୍ୟ ପାଣି ଭଳି ପିଇଯିବ।

ବାହାଦୂରୀ କାମ କରୁଛନ୍ତି ବ୍ୟକ୍ତି

ଯଦିଓ ଏହି ଭିଡିଓରେ ଦେଖାଯାଇ ପାରିବ କି, ଅଜଗର ବ୍ୟକ୍ତିଙ୍କ ପାପୁଲିରୁ ପାଣି ପିଇବା ସମୟରେ ତାଙ୍କ ଉପରେ କୌଣସି ଆକ୍ରମଣ କରିବାକୁ ଚେଷ୍ଟା କରୁ ନାହିଁ। ଅଜଗର ଛୋଟ ହେଉ କି ବଡ଼, ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟଙ୍କର ବୋଲି ଆମ ସମସ୍ତେ ଜାଣୁ। ଏହି ସାପକୁ ଦେଖିଲେ ସମସ୍ତେ ଭୟଭୀତ ହୋଇ ପଡ଼ନ୍ତି। ଏମିତିରେ ଅଜଗରକୁ ନିଜ ହାତରେ ପାଣି ପିଆଇବା କୌଣସି ବାହାଦୂରୀଠାରୁ କମ୍ ନୁହେଁ।

ଭିଡିଓକୁ ଇନଷ୍ଟାଗ୍ରାମରେ snakes.empire ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓକୁ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ଲକ୍ଷାଧିକ ଥର ଦେଖାଯାଇ ସାରିଲାଣି। ଭିଡିଓ ଦେଖିବା ପରେ ଲୋକଙ୍କ ହୃଦସ୍ପନ୍ଦନ ବଢ଼ି ଯାଉଛି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ପାଣି ପିଇବା ସମୟରେ ବିଷାକ୍ତ ସାପ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି’।

 

View this post on Instagram

 

A post shared by Snakes Empire (@snakes.empire)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.