ଜନ୍ଦାର ପ୍ରକୃତ ଫଟୋ ଉଠାଇ ପୁରସ୍କାର ପାଇଲେ ୱାଇଲ୍ଡ ଲାଇଫ ଫଟୋଗ୍ରାଫର୍, ରାକ୍ଷସ ଭଳି ଦେଖା ଯାଉଛି ଏହାର ଭୟଂକର ଚେହେରା

ଏକ ନିକୋନ ଫଟୋଗ୍ରାଫି ପ୍ରତିଯୋଗିତା ସାରା ଦେଶକୁ ଦେଖାଇଛି ସମସ୍ତେ ଭାବୁଥିବା ଛୋଟ ଯିବାର ଭୟଂକର ଚେହେରା। ଜନ୍ଦାର ଚେହେରା କ’ଣ ଏହାକୁ ଦେଖି ଅନେକ କହିଛନ୍ତି ଏହା କୌଣସି ଭୟଂକର ଜନ୍ତୁ ଠାରୁ କିଛି କମ୍ ନୁହେଁ। ଜନ୍ଦାର ଫଟୋ ଉଠାଇବା ପରେ ଭୟଙ୍କର ଚିତ୍ର ଦେଖିବାକୁ ମିଳିଥିଲା। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ନିକୋନ୍ ପ୍ରତିଯୋଗିତାରେ ଫଟୋଗ୍ରାଫର୍ ଇଉଜେନିଜ୍ କାଭାଲିଆସ୍କାସ୍ ଏହି ଫଟୋ ପାଇଁ ପୁରସ୍କାର ପାଇଥିଲେ।
ତେବେ ଉଠା ଯାଇଥିବା ଫଟୋରେ ପିମ୍ପୁଡ଼ିର ମୁହଁର ସବିଶେଷ ଚେହେରା ଦେଖାଯାଉଛି। ମାଇକ୍ରୋସ୍କୋପ୍ ଅଧୀନରେ ପାଞ୍ଚଥର ଏହି ପିମ୍ପୁଡ଼ିର ସ୍ନାପସଟ୍ ନିଆ ଯାଇଥିଲା। ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଇଉଜେନିଜସ୍ କାଭାଲିଆସ୍କାଙ୍କ ଦ୍ଵାରା ଏହି ଫଟୋ ନିଆ ଯାଇଥିଲା। ୱାଇଲ୍ଡ ଲାଇଫ ଫଟୋଗ୍ରାଫି ୪୭ ତମ ଥର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତାରେ କାଭାଲିଆସ୍କାଙ୍କୁ ପୁରସ୍କୃତ କରାଯାଇଛି।ଜନ୍ଦାର ଏପରି ଫଟୋ ଦେଖି ଅନେକ ସୋସିଆଲ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି କାରଣ ଏହା ଏକ ହରର ଫିଲ୍ମର କୌଣସି ପୋଷ୍ଟର ପରି ଦେଖା ଯାଉଛି, ଅନେକ ବର୍ଷ ପରେ ଏପରି ଫଟୋ ନିଆଯାଇଥିବାରୁ ଫଟୋଗ୍ରାଫରଙ୍କୁ ପ୍ରସଂଶା ମଧ୍ୟ କରାଯାଇଛି।