Below header

ପ୍ରେଗନାଣ୍ଟ ମହିଳାଙ୍କ ଅସାବଧାନତା ପାଇଁ ମିଳିଲା ୯ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଖବର ହେଲା ଭାଇରାଲ

୨୯ ବର୍ଷୀୟ ପ୍ରେଗନାଣ୍ଟ ମହିଳାଙ୍କ ସହ ଘଟିଛି ଏକ ଅଭାବନୀୟ ଘଟଣା । ଭୁଲ ନଥାଇ ମଧ୍ୟ ପାଇଲେ ଦଣ୍ଡ । ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

୨୯ ବର୍ଷୀୟ ପ୍ରେଗନାଣ୍ଟ  ମହିଳାଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ମିଳିଲା ଜେଲ ଦଣ୍ଡ । କିନ୍ତୁ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳା ଜଣକ ଗର୍ଭବତୀ ଥିବା ସମୟରେ ଏକ ଆକସ୍ମିକ ଦୁର୍ଘଟଣା ହେତୁ ନିଜ ପିଲାକୁ ହରାଇ ବସିଲେ । ଏହାର ଦଣ୍ଡ ସ୍ୱରୂପ ତାଙ୍କୁ ୯ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିଲା । ଏବେ ସେ ଜେଲରୁ ବାହାରିଲା ପରେ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ।

3254325
pc: the independent

Abortion ଭଳି ବ୍ୟବସ୍ଥା ଉପରେ ସରକାର ବିଶେଷ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହାକୁ ନେଇ କଡ଼ା ନିୟମ ତିଆରି କରିବା ବହୁତ ଜରୁରୀ । ଏହାଦ୍ୱାରା କୌଣସି ମହିଳା ଏହାକୁ ନେଇ କିଛି ସମସ୍ୟାର ସମ୍ମୁଖିନ ହେବେ ନାହିଁ ।

ଖବର ଅନୁଯାୟୀ, ଏହି ମହିଳା ଜଣକ ୨୦୦୮ରେ ପ୍ରେଗନାଣ୍ଟ ଥିବା ସମୟରେ କପଡ଼ା ସଫା କରିବା ସମୟରେ ତାଙ୍କ ପାଦ ଖସି ଯାଇଥିବାରୁ ସେ ତଳେ ପଡିଯାଇଥିଲେ । ଏହାପରେ ବେହୋସ ହୋଇଯାଇଥିଲେ । ଏହାପରଠୁ ତାଙ୍କୁ ବେଡରେ ବନ୍ଧା ହୋଇ ରଖାଯାଉଥିଲା । ପିଲାର ମୃତ୍ୟୁ ପରେ ତାଙ୍କୁ ଦଣ୍ଡ ସ୍ୱରୂପ ୯ ବର୍ଷର ଜେଲ ଦଣ୍ଡ ଦିଆଗଲା । ଏହି ମହିଳାଙ୍କ ନାମ ସାରା ରୋଗେଲ । ପ୍ରଥମେ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ମିଳିଥିଲା । ପରେ କମାଯାଇ ୯ ବର୍ଷ କରାଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.