Below header

ପୁରୁଷ ପିନ୍ଧିଲେ ବ୍ରା, ମହିଳା ହେଲେ ଟପ୍‌ଲେସ; ଜାଣନ୍ତୁ କାହିଁକି ହେଲା ବର୍ଲିନ ରାସ୍ତାରେ ଏଭଳି ଅଜବ ବିକ୍ଷୋଭ

ଜର୍ମାନୀର ରାଜଧାନୀ ବର୍ଲିନରେ ଶନିବାର ହୋଇଥିବା ନିଆରା ବିକ୍ଷୋଭ ପ୍ରଦର୍ଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି କି, ସେହି ସମୟରେ ପୋଲିସ ପ୍ରଶାସନର ବି ହାତ, ଗୋଡ଼ ଫୁଲି ଯାଇଥିଲା, ଯେତେବେଳେ ମହିଳାମାନେ ରାସ୍ତାକୁ ଟପ୍‌ଲେସ ହୋଇ ବାହାରିଥିଲେ ଏବଂ ପୁରୁଷମାନେ ବ୍ରା, ବିକିନୀ ପିନ୍ଧିଥିଲେ।

ବର୍ଲିନ ରାସ୍ତାକୁ ଓହ୍ଲାଇଥିବା ଶତାଧିକ ସଂଖ୍ୟାରେ ଲୋକେ ଲିଙ୍ଗଗତ ସମାନତା ଦାବି କରିଥିଲେ। ଏହି ପ୍ରକାର ବିକ୍ଷୋଭ ପୋଲିସର ଆକ୍ସନକୁ ନେଇ ଥିଲା, ଯେବେ ପୋଲିସ ଫ୍ରାନ୍ସର ଜଣେ ମହିଳାଙ୍କୁ ସହରର ଏକ ଓ୍ଵାଟର ପାର୍କରୁ ବାହାର କରି ଦେଇଥିଲା। କାହିଁକିନା, ମହିଳା ଜଣକ ଟପ୍‌ଲେସ ହୋଇ ସନ୍‌ବାଥ୍‌ କରୁଥିଲେ। ଗତ ମାସରେ ଘଟିଥିବା ଏହି ଘଟଣା ମହିଳା ବର୍ଗଙ୍କୁ ରଗେଇ ଦେଇଥିଲା। ଏଥିଯୋଗୁ ବିକ୍ଷୋଭରେ ସାମିଲ ହୋଇଥିବା ମହିଳାମାନେ ନିଜ ଶରୀରରେ ‘ମାଇଁ ବଡି, ମାଇଁ ଚଏସ୍‌’ ଭଳି ସ୍ଲୋଗାନ ଲେଖେଇ ଥିଲେ।

ରିପୋର୍ଟ ଅନୁସାରେ, ମହିଳା ଜଣକ ଜଣେ ସାଙ୍ଗ ଏବଂ ନିଜର ଦୁଇ ସନ୍ତାନଙ୍କ ସହିତ ସ୍ୱିମ୍‌ ପାର୍କକୁ ଯାଇଥିଲେ। ଏହି ସମୟରେ ସେ ସ୍ୱିମ୍‌ସୁଟ୍‌ ପିନ୍ଧିଥିଲେ। କିନ୍ତୁ କିଛି ସମୟ ପରେ ମହିଳା ଟପ୍‌ଲେସ ହୋଇ ସନ୍‌ବାଥ୍‌ କରିବାକୁ ଲାଗିବାରୁ ସେଠାରେ ଜଣେ ଗାର୍ଡସ୍‌ ଏହାକୁ ବିରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.