Below header

ଗୋଟିଏ ଷ୍ଟ୍ରବେରୀ ଦାମ ୨୯ ହଜାର, ୧୫ ବର୍ଷ ରିସର୍ଚ୍ଚ କରି ବିକଶିତ କରାଯାଇଛି ଏହି ଫଳ

ବିଜିନ ହାଇମ ନାମକ ଏକ ଷ୍ଟ୍ରବେରୀ ରହିଛି ଯାହାର ଆକୃତି, ସ୍ୱାଦ ଏବଂ ରଙ୍ଗ ତଥା ମୂଲ୍ୟ ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ । ଏକ ବିଶେଷ ପ୍ରଜାତିର ଷ୍ଟ୍ରବେରୀର ଗୋଟିଏ ଫଳର ମୂଲ୍ୟ ୨୯ ହଜାର ଟଙ୍କା । ଏହି ଷ୍ଟ୍ରବେରୀକୁ ଜାପାନର ଜଣେ ଚାଷୀ ମିକିଓ ଓକାଦ ବିକଶିତ କରିଥିଲେ ।

ଫଳ ଏବଂ ପରିବା ବିଷୟରେ କହିବାକୁ ଗଲେ କିଛି ଫଳ ଏପରି ଅଛି, ଯାହା ପ୍ରତ୍ୟେକ ସମୟରେ ମହଙ୍ଗା ଥାଏ, କିନ୍ତୁ ଅନେକ ପ୍ରଜାତିର ଫଳ ଅଛି ଯାହାର ମୂଲ୍ୟ ଋତୁ ଅନୁଯାୟୀ ବଢ଼ିଥାଏ ତ କେତେବେଳ କମ ହୋଇଥାଏ । କିନ୍ତୁ ଏପରି କିଛି ଫଳ ଅଛି ଯାହାର ମୂଲ୍ୟ ସେମାନଙ୍କର ସ୍ୱତନ୍ତ୍ରତା ଯୋଗୁଁ ହଜାର ହଜାର କିମ୍ବା ଏକ ଲକ୍ଷ ଉପରେ ମଧ୍ୟ ବିକ୍ରି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ପ୍ରଜାତିର ଷ୍ଟ୍ରବେରୀ ବିଷୟରେ ଜଣାଇବୁ ଯାହାର ଗୋଟିଏ ଫଳର ମୂଲ୍ୟ ୨୯ ହଜାର ଟଙ୍କା । ଷ୍ଟ୍ରବେରୀ ଅନ୍ୟ ଫଳ ତୁଳନାରେ ଅଧିକ ମୂଲ୍ୟରେ ମିଳିଥାଏ ତାହା ତ ଆପଣମାନେ ଜାଣିଥିବେ । ଷ୍ଟ୍ରବେରୀରେ ଅନେକ ପୋଷକ ତତ୍ୱ ରହିଥାଏ ଯାହା ଶରୀର ପାଇଁ ଳାଭଦାୟକ ହୋଇଥାଏ । ତେଣୁ ଲୋକମାନେ ଏହାକୁ ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ଯଦି ଏହାର ଗୋଟିଏ ଫଳର ମୂଲ୍ୟ ୨୯ ହଜାର କୁହାଯିବ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିବ ।

ଆପଣ ନିଶ୍ଚୟ ଏପରି କିଛି ଭିନ୍ନ ପ୍ରଜାତିର ଆମ୍ବ ଶୁଣିଥିବେ ଯାହା କିଲୋଗ୍ରାମ ପ୍ରତି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୁଏ । ଷ୍ଟ୍ରବେରୀର ମଧ୍ୟ ଏପରି ଏକ ପ୍ରଜାତି ଅଛି ଯାହାର ମୂଲ୍ୟ ବହୁତ ଅଧିକ । ତେବେ ଷ୍ଟ୍ରବେରୀର କେଉଁ ପ୍ରଜାତି ଅଛି ଯାହାର ମୂଲ୍ୟ ୨୯ ହଜାର ଆସନ୍ତୁ ଜାଣିବା । ବିଜିନ ହାଇମ ନାମକ ଏକ ଷ୍ଟ୍ରବେରୀ ରହିଛି ଯାହାର ଆକୃତି, ସ୍ୱାଦ ଏବଂ ରଙ୍ଗ ତଥା ମୂଲ୍ୟ ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ । ଏହାକୁ ଦୁନିଆର ଅନେକ ଦାମୀ ଫଳରେ ସାମିଲ କରାଯାଇଛି । ଜାପାନରେ ଚାଷ କରାଯାଇଥିବା ଏହି ସ୍ୱତନ୍ତ୍ର ଷ୍ଟ୍ରବେରୀକୁ ବିଉଟିଫୁଲ ପ୍ରିନ୍ସେସର ନାମ ଦିଆଯାଇଛି ।

ବିଜିନ ହାଇମ ନାମକ ଏହି ଷ୍ଟ୍ରବେରୀକୁ ଜାପାନର ଜଣେ ଚାଷୀ ମିକିଓ ଓକାଦ ବିକଶିତ କରିଥିଲେ । ସେ ୪୫ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରବେରୀ ଚାଷ କରିଥିଲେ । ୧୫ ବର୍ଷ ପର୍ଯ୍ୟନ୍ତ ରିସର୍ଚ୍ଚ ଏବଂ ଚେଷ୍ଟା ପରେ ସେ ବିଜିନ ହାଇମ ନାମକ ଏହି ପ୍ରଜାତି ବିକଶିତ କରିଥିଲେ । ଏହା ଦୁନିଆର ସବୁଠାରୁ ଦାମୀ ଷ୍ଟବେରୀ । ଏହାର ସବୁଠାରୁ ବଡ଼ ଫଳ ୧୦୦ ଗ୍ରାମ ପର୍ଯ୍ୟନ୍ତ ହୋଇପାରେ, ଯାହା ଏକ ଟେନିସ ବଲ ଭଳି ଦେଖାଯାଏ । ସାଧାରଣତଃ ବଡ଼ ଷ୍ଟ୍ରବେରୀ କମ ମିଠା ହୋଇଥାଏ କିନ୍ତୁ ବିଜିନ ହାଇମ ଏଭଳି ନୁହେଁ । ଏହା ବଡ଼ ହୋଇଥିଲେ ମଧ୍ୟ ଏହାର ଫ୍ଲେଭରରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ଏହା ଗୋଲାପ ଭଳି ସୁଗନ୍ଧ ଦେଇଥାଏ ।

ଏହି ଖାସ ଷ୍ଟ୍ରବେରୀର ସୁନ୍ଦର ଲାଲ ରଙ୍ଗ ଏବଂ ଚମକୁଥିବା ଟେକ୍ସଚର ଦେଖିଲେ ଯେକୌଣସି ବ୍ୟକ୍ତି ଆକୃଷ୍ଟ ହୋଇଥାଏ ଏବଂ ଏହାକୁ ଖାଇବା ପାଇଁ ଇଚ୍ଛା କରେ । ଏହା ଅଧିକ ନରମ କିମ୍ବା ଏହାର ସ୍ୱାଦ ତିକ୍ତ ନୁହେଁ । ଏଥିରେ ଏସିଡ କମ ଥିବା ସହ ଏହା ଅଧିକ ମିଠା ହୋଇଥାଏ । ଶୀତ ଋତୁରେ ମିକିଓ ଓକାଦ ଏହାକୁ ଗ୍ରୀନ ହାଉସରେ ଚାଷ କରନ୍ତି । ଏହା ଧିରେ ଧିରେ ପ୍ରସ୍ତୁତ ହୋଇଥାଏ । ୧୫ଟି କ୍ରସ ବ୍ରିଡିଙ୍ଗ କରିବା ପରେ ସେ ଏହି ବିଶେଷ ପ୍ରଜାତିର ଷ୍ଟ୍ରବେରୀ ପ୍ରସ୍ତୁତ କରିଥିଲେ । ଏକ ନିଲାମ ସମୟରେ ଏହି ପ୍ରଜାତିର ଗୋଟିଏ ଷ୍ଟ୍ରବେରୀ ୩୫୦ ଆମେରିକୀୟ ଡଲାର ଅର୍ଥାତ ୨୯ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.