ଅଜବ ହସ୍ପିଟାଲ, ଯେଉଁଠି ହୋଇଥାଏ କେବଳ ବାଦୁଡ଼ିଙ୍କ ଚିକିତ୍ସା

ଆପଣ କେବେ ଏଭଳି ହସ୍ପିଟାଲ ବିଷୟରେ ଶୁଣିଛନ୍ତି କି, ଯେଉଁଠି କେବଳ ବାଦୁଡ଼ିଙ୍କ ଚିକିତ୍ସା ହୋଇଥାଏ? ହଁ, ଏହା ସତ। ଏମିତି ଏକ ଅଜବ ହସ୍ପିଟାଲ ରହିଛି ଅଷ୍ଟ୍ରେଲିଆରେ। ଆପଣ ଏଠାରେ କେବଳ ବାଦୁଡ଼ିମାନଙ୍କୁ ହିଁ ଦେଖିବାକୁ ପାଇପାରିବେ। ଆଉ ଏଥିପାଇଁ ଏହି ହସ୍ପିଟାଲ ବେଶ୍‌ ଜଣାଶୁଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହସ୍ପିଟାଲର ରୋଗୀ ହେଉଛନ୍ତି ବାଦୁଡ଼ି। ଅସୁସ୍ଥ ବାଦୁଡ଼ି ହୁଅନ୍ତି କି ସେମାନଙ୍କ ଛୁଆ କିମ୍ବା କୌଣସି ସମସ୍ୟାରେ ପଡ଼ିଥିବା ବାଦୁଡ଼ିଙ୍କୁ ଏଠାରେ ଆଣି ଆଡମିଟ୍‌ କରାଯାଇଥାଏ।

bat3

ଅଷ୍ଟ୍ରେଲିଆର ଏଥର୍ଟନ ସହରରେ ଥିବା ଏହି ‘ଟୋଲଗା ବ୍ୟାଟ୍‌ ହସ୍ପିଟାଲ’ରେ ମୁଖ୍ୟତଃ ବାଦୁଡ଼ି ଛୁଆମାନଙ୍କ ଚିକିତ୍ସା କରାଯାଏ। ଏହି ହସ୍ପିଟାଲର ଫଟୋ ସାମ୍ନାକୁ ଆସିବା ପରେ ପ୍ରଥମେ ପ୍ରଥମେ ଲୋକେ ଚକିତ ହୋଇପଡ଼ିଥିଲେ।କହି ରଖୁଛୁ କି, ପାରାଲାଇସିସ୍‌ରେ ଶିକାର ହୋଇଥିବା ବାଦୁଡ଼ି ଛୁଆମାନଙ୍କୁ ଏଠାକାର ଡାକ୍ତରମାନେ ଚିକିତ୍ସା କରିଥାଆନ୍ତି। ନଚେତ୍‌ ଯେଉଁମାନଙ୍କ ମା’ ନ ଥାଏ, ସେମାନଙ୍କୁ ମଧ୍ୟ ଆଡମିଟ୍‌ କରାଯାଇଥାଏ। ଏହାଛଡ଼ା ମା’ମାନେ ପାଳନ କରିବାକୁ ସକ୍ଷମ ନ ଥିଲେ, ଛୁଆମାନଙ୍କୁ ଆଣି ଏଠାରେ ରଖାଯାଏ। ଚିକିତ୍ସା ପରେ ସେମାନଙ୍କୁ ବାଦୁଡ଼ିଙ୍କର ଏକ ସ୍ୱତନ୍ତ୍ର ପାର୍କରେ ଛାଡ଼ି ଦିଆଯାଏ।

ଏହାସହ ପଢନ୍ତୁ: ବିନା ଖର୍ଚ୍ଚରେ ମହିଳା ଏମିତି ପ୍ରସ୍ତୁତ କରୁଛନ୍ତି ଖାଦ୍ୟ, ବ୍ୟବହାର କରୁନାହାନ୍ତି ଗ୍ୟାସ୍‌ ଚୁଲ୍ଲି, ଜାଣନ୍ତୁ କିପରି?

 

bat2

କେବଳ ଚିକିତ୍ସା ନୁହେଁ, ହସ୍ପିଟାଲରେ ବାଦୁଡ଼ିମାନଙ୍କୁ ଏପରି ରଖାଯାଏ, ଯେପରି ମଣିଷ ଛୁଆର ଯତ୍ନ ନିଆଯାଇଥାଏ। ସେମାନଙ୍କ ଦେଖାଶୁଣା ଏକ ନବଜାତକ ଛୁଆ ଭଳି ହୋଇଥାଏ। ବାଦୁଡ଼ି ଛୁଆମାନଙ୍କୁ କମ୍ବଳରେ ଘୋଡ଼ାଇ ବିଛଣାରେ ଶୁଆଇ ଦିଆଯାଏ ଏବଂ କ୍ଷୀର ବୋତଲ ମୁହଁରେ ରଖି ଦିଆଯାଏ। ପ୍ରତ୍ୟେକ ବର୍ଷ ପାଖାପାଖି ୩୦୦ରୁ ଅଧିକ ବାଦୁଡ଼ିଙ୍କୁ ଏଠାରେ ଚିକିତ୍ସା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.