ଯନ୍ତାରେ ପଡ଼ି ଛଟପଟ୍‌ ହେଲା ଜଙ୍ଗଲୀ ଭାଲୁ , ଶେଷ ହେଲା ଉପଦ୍ରବ

ଭାଲୁ ଭଳି ହିଂସ୍ର ଜୀବ ଏବେ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ବୁଲୁଛି । ଗାଁ ମାନଙ୍କରେ ଭାଲୁ ବୁଲୁଥିବାରୁ ଗାଁ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି । ସମାନ ଭାବେ ଏହି ଭାଲୁ ଜଙ୍ଗଲରୁ ପଳାଇ ଆସି ଗାଁରେ ବୁଲୁଥିବାର ଦେଖାଯାଇଛି । ଯାହାକୁ ନେଇ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ନବରଙ୍ଗପୁର (କେନ୍ୟୁଜ): ଯନ୍ତାରେ ଫଶି ଭାଲୁ ଗର୍ଜନ ଛାଡ଼ୁଛି । ଯନ୍ତାରେ ପଡ଼ି ଖାଲି ଛଟପଟ୍‌ ହେଉଛି ଭାଲୁ । କେମିତି ମୁକୁଳିବ ସେହି ଚେଷ୍ଟାର ଭାଲୁ ତାର ସମସ୍ତ ଚେଷ୍ଟା ଚଳାଇଛି । ଭାଲୁକୁ ଧରିବା ପାଇଁ ବହୁ ଦିନରୁ ଚେଷ୍ଟା କରାଯାଉଥିଲା । କିନ୍ତୁ ସବୁ ଚେଷ୍ଟା ପରେ ବି ଭାଲୁଟି ବନ ବିଭାଗକୁ ଚକମା ଦେଇ ଖସି ପଳାଉଥିଲା । ତେବେ ଆଜି ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଯନ୍ତାରେ ଫସିଛି ବଣ ଭାଲୁ ।

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନସ୍ଥ ବରଗାଁ ଠାରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଆସି ଉପଦ୍ରବ କରୁଥିଲା । ଗାଁରେ ଥିବା ଘର ଗୁଡିକ ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ଜିନିଷ ପତ୍ର ନଷ୍ଟ କରୁଥିଲା । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ଆତଙ୍କିତ ଅବସ୍ଥାରେ ରହୁଥିଲେ । ତେଣୁ ଗ୍ରାମବାସୀମାନେ ଭାଲୁକୁ ଧରିବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ । ବର୍ତ୍ତମାନ ବନବିଭାଗ ପକ୍ଷରୁ ସେହି ଭାଲୁକୁ ଧରାଯାଇଛି । ଭାଲୁଟି ସେହି ଗାଁ ଜଙ୍ଗଲ ନିକଟରେ ଥିବା ଏକ ନିର୍ମାଣ ଧୀନ ଘର ଭିତରେ ପଶି ରହିଥିବା ଖବର ପାଇବା ପରେ ବନବିଭାଗ ଘରଟିକୁ ସବୁ ଆଡୁ ବନ୍ଦ କରିଥିଲା । ପରେ ଯନ୍ତା ବସାଇ ଭାଲୁଟିକୁ କାବୁ କରିବାରେ ସଫଳ ହେଇଥିଲା ବନବିଭାଗ । ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିର୍ଦେଶ କ୍ରମେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀ ଜନ୍ତୁ ଉଦ୍ଧାରକାରୀ ଦଳ ସେହି ଗାଁରେ ନିୟୋଜିତ ହୋଇଥିଲେ ଏବଂ ଭାଲୁକୁ ଧରିବାରେ ସକ୍ଷମ ହୋଇଥିଲେ । ଭାଲୁକୁ ଏକ ଅଜଣା ସ୍ଥାନରେ ରଖାଯିବା ସହିତ ଭାଲୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଭାଲୁଟି ସୁସ୍ଥ ହେବା ପରେ ଏକ ଅଜଣା ସ୍ଥାନରେ ଛଡା ଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ଭାଲୁ ଭଳି ହିଂସ୍ର ଜୀବ ଏବେ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ବୁଲୁଛି । ଗାଁ ମାନଙ୍କରେ ଭାଲୁ ବୁଲୁଥିବାରୁ ଗାଁ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି । ସମାନ ଭାବେ ଏହି ଭାଲୁ ଜଙ୍ଗଲରୁ ପଳାଇ ଆସି ଗାଁରେ ବୁଲୁଥିବାର ଦେଖାଯାଇଛି । ଯାହାକୁ ନେଇ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଭାଲୁ କେତେବେଳେ ଯେ କାହାକୁ ଆକ୍ରମଣ କରିବ ତାହା କେହି ବି କହିପାରିବେନି । ତେଣୁ ନିଜ ଜୀବନ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ନିଜେ ସତର୍କ ରୁହନ୍ତୁ । କହି ରଖିବାକୁ ଚାହିଁବୁ ଯେ ଦିନକୁ ଦିନ ଗଛ କାଟି ଜଙ୍ଗଲ ସଫା କରାଯାଉଛି । ଫଳରେ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖାଯାଉଛି । ଏନେଇ ଜଙ୍ଗଲୀ ଜନ୍ତୁ ଖାଦ୍ୟ ଅନେ୍ଵଷଣରେ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଛନ୍ତି । ଅନେକ ସମୟରେ ଏହି ଭାଲୁମାନେ ମଣିଷକୁ ଆକ୍ରମଣ କରିବାକୁ ବି ପଛାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.