ଜାଣନ୍ତୁ କିପରି ଫଣା ବଡ଼ ଓ ଛୋଟ କରେ କୋବ୍ରା , ଅନ୍ୟ ସାପମାନେ କାହିଁକି ଏହା କରିପାରନ୍ତି ନାହିଁ ?

ସାପକୁ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କୋବ୍ରା ସାପ ବିଷୟରେ ଜଣାଇବାକୁ ଯାଉଛୁ । ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ କୋବ୍ରା ସର୍ବଦା ତାର ଫଣାକୁ ବଡ଼ କରେ ଓ ଛୋଟ ମଧ୍ୟ କରିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅନ୍ୟ ସାପମାନେ କାହିଁକି ଏହା କରିବାକୁ ସକ୍ଷମ ହୁଅନ୍ତି ନାହିଁ ।

ଆପଣମାନେ ତ ଜାଣିଥିବେ ଯେ ସାପକୁ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କୋବ୍ରା ସାପ ବିଷୟରେ ଜଣାଇବାକୁ ଯାଉଛୁ । ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ କୋବ୍ରା ସର୍ବଦା ତାର ଫଣାକୁ ବଡ଼ କରେ ଓ ଛୋଟ ମଧ୍ୟ କରିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅନ୍ୟ ସାପମାନେ କାହିଁକି ଏହା କରିବାକୁ ସକ୍ଷମ ହୁଅନ୍ତି ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ କୋବ୍ରା କିପରି ତାର ଫଣାକୁ ବଡ଼ କରେ ଓ ଛୋଟ କରେ ?

ତେବେ କୋବ୍ରା ତାର ଫଣାକୁ ବଡ଼ ଓ ଛୋଟ କରିବା ପାଇଁ ତାକୁ ଶରୀରର ଉପରେ ଅଂଶରେ ବାୟୁ ଭରିବାକୁ ପଡିଥାଏ । ସେମାନଙ୍କର ଫଣା ପ୍ରାୟତ ୫ ଫୁଟ ଲମ୍ବ ହୋଇପାରେ । ବାସ୍ତବରେ କୋବ୍ରା ସାପ ହେଉଛି ଦୁନିଆର ଏକମାତ୍ର ସାପ, ଯିଏକି ନିଜ ମୁଣ୍ଡରୁ ବେକ ପର୍ଯ୍ୟନ୍ତ ଫଣା ବଡ଼ କରିପାରେ । ଯେତେବେଳେ କୋବ୍ରା ଭୂମିରେ ଅଳକି ଥାଏ, ସେତେବେଳେ ତାର ଫଣା ଭିତରକୁ ପସି ଯାଇଥାଏ । ତେବେ ଆପଣ ସାପ ବିଷୟରେ ଏପରି ଅନେକ କଥା ଶୁଣିଥିଲେ । କିନ୍ତୁ କୋବ୍ରାର ଫଣାକୁ ନେଇ ଏଭଳି କଥା ଶୁଣିନଥିଲେ । ତାହେଲେ ଆସିନ୍ତୁ ଏହି ବିଷୟରେ ପୂରା କଥା ଜାଣିବା ।

ଯେତେବେଳେ କୋବ୍ରା ତାର ମୁଣ୍ଡରୁ ବେକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଥିବା ନଳୀରେ ବାୟୁ ଭରି ଫଣାକୁ ବଢାଇଥାଏ, ସେତେବେଳେ ଏହା ଏକ ଛତା ପରି ଫଣାର ଆକାର ନେଇଥାଏ । ଓଡିଆରେ ଏହାକୁ ଏକ ଫଣା କୁହାଯାଏ ଏବଂ ଇଂରାଜୀରେ ଏହାକୁ ଏକ ହୁଡ୍ କୁହାଯାଏ । ସୂଚନା ଅନୁସାରେ କୁହାଯାଏ ଯେ କୋବ୍ରା ତାର ପ୍ରତିରକ୍ଷା କରିବା ପାଇଁ ଫଣା ବଡ଼ କରିଥାଏ । ତେବେ ମାସାଚୁସେଟ୍ସ ୟୁନିଭରସିଟିର ବ୍ରୁସ୍ ୟଙ୍ଗ ଏବଂ ୱାଶିଂଟନ୍ ଷ୍ଟେଟ୍ ୟୁନିଭରସିଟିର କେନ୍ଥ୍ କାର୍ଡଙ୍ଗଙ୍କ ପରି ବୈଜ୍ଞାନିକମାନେ କୋବ୍ରା ତାର କିପରି ଭାବରେ ଫଣା ବିସ୍ତାର କରେ ସେ ସମ୍ବନ୍ଧରେ ଅନୁସନ୍ଧାନ କରିଥିଲେ । ଯାହାଫଳରେ ସେମାନେ ଦେଖିବାକୁ ପାଇଥିଲେ ଯେ କୋବ୍ରା ବେକର ମାଂସପେଶୀରେ ଛୋଟ ଇଲେକ୍ଟ୍ରୋଡ୍ ରଖି କିପରି ତାର ଫଣା ତିଆରି କରେ ଏବଂ ଏହାକୁ ଶୀଘ୍ର ଭିନ୍ନ ପାର୍ଶ୍ୱକୁ ବୁଲାଇ ପାରେ ।

ସେମାନେ ଅନୁସନ୍ଧାନରେ ଜାଣିବାକୁ ପାଇଲେ ଯେ ଫଣା ତିଆରି କରିବାର ପ୍ରକ୍ରିୟା ମୁଣ୍ଡରୁ ଆରମ୍ଭ ହୋଇ ମାଂସପେଶୀ ଦେଇ ତଳକୁ ଗତି କରେ । କୋବ୍ରା ଶରୀରରେ କିଛି ଏପରି ମାଂସପେଶୀ ଅଛି, ଯାହା ଫଣାକୁ ଟେକି ରଖିବାରେ ସକ୍ଷମ କରିଥାଏ । ତେବେ ଏହି ବିଷୟରେ ଆପଣ ଜାଣିବା ଉଚିତ ଯେ ଏହି ବିଶେଷ ପ୍ରକ୍ରିୟାରେ କୋବ୍ରା ପ୍ରଥମେ ମାଂସପେଶୀରେ ନିର୍ମିତ ନଳୀରେ ବାୟୁ ଭରିଥାଏ ଏବଂ ଏହାକୁ ମୁଣ୍ଡରୁ ବେକ ପର୍ଯ୍ୟନ୍ତ ବିସ୍ତାର କରିଥାଏ ଏବଂ ତାପରେ କିଛି ମାଂସପେଶୀ ଏହାକୁ ଏପରି ଅବସ୍ଥାରେ କିଛି ସମୟ ରଖିଥାଏ । ଅବଶ୍ୟ, ଯେତେବେଳେ କୋବ୍ରା ତାର ଫଣା ବଡ଼ କରେ, ସେତେବେଳେ ତାର ମାଂସପେଶୀ ଉପରେ ବହୁତ ପ୍ରେସର ପଡିଥାଏ । ଏହି କାରଣରୁ, କୌଣସି କୋବ୍ରା ଅଧିକ ସମୟ ପର୍ଯ୍ୟନ୍ତ ତାର ଫଣା ବଡ଼ କରି ରଖିପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.