ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ଫେରାର, ଖବର ହେଲା ଭାଇରାଲ

ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ଫେରାର। ବିବାହର ମାତ୍ର କେଇ ଦିନ ମଧ୍ୟରେ ଘର ଛାଡି ପ୍ରେମିକ ଘରକୁ ଚାଲିଗଲା ଯୁବତୀ। ପ୍ରେମିକ ମଧ୍ୟ ନିଜ ବିବାହିତା ପ୍ରେମିକାକୁ ପାଖରେ ରଖିବା ପାଇଁ ଖୁସି ଖୁସି ହୋଇଗଲେ ରାଜି।

ଘଟଣାଟି ଝାଡ଼ଖଣ୍ଡ ରାଜ୍ୟର। ଗତ ୩ ଜୁଲାଇରେ ଏହି ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ସହ ବିବାହ କରିଥିଲେ। ବିବାହା ୧୭ଦିନ ପରେ ଘର ଛାଡି ପଳାଇଥିଲେ। ଏହି ଯୁବତୀଙ୍କୁ ନେଇ ପରିବାର ଲୋକ ଚିନ୍ତିତ ଥିଲେ। ୧୯ ଜୁଲାଇରେ ପରିବାର ଲୋକ ବୁଝାଇ ଝିଅକୁ ଘରକୁ ଆଣିଥିଲେ। କିନ୍ତୁ ଝିଅ ଏବେ ଶାଶୁଘରେ ରହିବାକୁ ମନା କରିବା ପରେ ପରିବାର ଲୋକ ଆପୋଷ ବୁଝାମଣା ପାଇଁ ଏକାଠି ହୋଇଥିଲେ। ଶେଷରେ ଝିଅକୁ ପ୍ରେମିକ ଘରେ ଛାଡିବାର ନିଷ୍ପତ୍ତି ନେଲେ।

ଖବର ଅନୁଯାୟୀ, ୧.୫ ବର୍ଷର ତାଙ୍କର ଏହିି ପ୍ରେମ ସମ୍ପର୍କ। କିନ୍ତୁ ଝିଅର ପରିବାର ଲୋକ ମନା କରିବାରୁ ସେ ଅନ୍ୟ ଜଣକୁ ବାଧ୍ୟରେ ବିବାହ କରିଥିଲା। ତେଣୁ ବିବାହର ୧୭ ଦିନ ମଧ୍ୟରେ ସେ ଘର ଛାଡି ପ୍ରେମିକ ପାଖକୁ ପଳାଇଥଲା। ତେବେ ଶେଷରେ ପରିବାର ଓ ଶାଶୁ ଲୋକର ଆପୋଷ ବୁଝାମଣାରେ ଝିଅଟିର ବିବାହ ସେହି ପ୍ରେମିକ ସହ କରିବାର ନିଷ୍ପତ୍ତି ନିଆଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.