ଲଙ୍କାପତି ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀ ବିଭିଷଣଙ୍କୁ ବିବାହ କରିବା କଥା କେତେ ସତ, ଜାଣନ୍ତୁ ଏହାକୁ ନେଇ ପ୍ରକୃତ ଘଟଣା
ଲଙ୍କାପତି ରାବଣଙ୍କ ମୃତ୍ୟୁ ପରେ ଵିଭଷଣଙ୍କୁ ବିବାହ କରିଥିଲେ ମନ୍ଦୋଦରୀ । କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି ? ପୁରାଣରେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳେ । ସେସବୁ ବିଷୟରେ ଆଜି କହିବାକୁ ଯାଉଛୁ । ରାମାୟଣ ବିଷୟରେ ତ ସମସ୍ତଙ୍କୁ ଜଣା । ଏଥିରେ ଥିବା ପ୍ରତି ଟି ଚରିତ୍ର ନିଜ ନିଜ ବାସ୍ତବତା ର ପରିଚୟ ଦେଇଥାଏ । ଆମେ ପ୍ରଭୁ ରାମଚନ୍ଦ୍ର , ସୀତା ମାତା ଏମିତିକି ହନୁମାନଙ୍କ ନେଇ ଆମେ ଆମେ ଅନେକ କଥା ଜାଣିବାକୁ ପାଇଛୁ । କିନ୍ତୁ ଆଜି ଯେଉଁ କଥା କହିବୁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଆଜି ଜାଣନ୍ତୁ ଲଙ୍କାପତି ରାବଣଙ୍କ ମୃତ୍ୟୁ ପରେ ବିଭିଷଣକୁ କାହିଁକି ବିବାହ କରିଥିଲେ ମନ୍ଦୋଦରୀ?
ଲଙ୍କାପତି ରାବଣଙ୍କ ମୃତ୍ୟୁ ପରେ ଵିଭଷଣଙ୍କୁ ବିବାହ କରିଥିଲେ ମନ୍ଦୋଦରୀ । କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି ? ପୁରାଣରେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳେ । ସେସବୁ ବିଷୟରେ ଆଜି କହିବାକୁ ଯାଉଛୁ । ରାମାୟଣ ବିଷୟରେ ତ ସମସ୍ତଙ୍କୁ ଜଣା । ଏଥିରେ ଥିବା ପ୍ରତି ଟି ଚରିତ୍ର ନିଜ ନିଜ ବାସ୍ତବତା ର ପରିଚୟ ଦେଇଥାଏ । ଆମେ ପ୍ରଭୁ ରାମଚନ୍ଦ୍ର , ସୀତା ମାତା ଏମିତିକି ହନୁମାନଙ୍କ ନେଇ ଆମେ ଆମେ ଅନେକ କଥା ଜାଣିବାକୁ ପାଇଛୁ । କିନ୍ତୁ ଆଜି ଯେଉଁ କଥା କହିବୁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଆଜି ଜାଣନ୍ତୁ ଲଙ୍କାପତି ରାବଣଙ୍କ ମୃତ୍ୟୁ ପରେ ବିଭିଷଣକୁ କାହିଁକି ବିବାହ କରିଥିଲେ ମନ୍ଦୋଦରୀ?
ଶ୍ରୀରାମଙ୍କର ଜୀବନି ଓ ରାମାୟଣ ମହାକଥା ବିଷୟରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା। କିପରି ଅହଙ୍କାରୀ ରାବଣକୁ ପ୍ରଭୁ ରାମଚନ୍ଦ୍ର ପରାସ୍ତ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ ସେ ବିଷୟରେ କାହାକୁ ବା ଅଛପା ରହିିଛି। ତେବେ ରାବଣ ବଧ ପରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ନେଇ ଅଯୋଦ୍ଧ୍ୟା ଫେରିଥିଲେ ଓ ଏହା ପରେ ରାମାୟଣ ପ୍ରତି ଲୋକଙ୍କ ଆଗ୍ରହ କମ୍ ହେବାକୁ ଲାଗିଥିଲା। ତେବେ ରାବଣଙ୍କ ବଧ ପରେ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କର ଆଗାମୀ ଜୀବନ ବିଷୟରେ ବୋଧ ହୁଏ କିଛି ଲୋକ ହିଁ ଜାଣିଥିବେ। ଆଜି ଆମେ ଆପଣଙ୍କୁ ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀଙ୍କର ଜୀବନି ବିଷୟରେ କିଛି ଅଜଣା କଥା ଜଣାଇବୁ।
ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ଖୋଜିବା ପାଇଁ ମାଧୁରା ନାମକ ଏକ ଅପ୍ସରୀ କୈଳାସ ପର୍ବତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ।ମା ପାର୍ବତୀଙ୍କ ଅନୁପସ୍ଥିତିକୁ ଦେଖି ସେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗିଥିଲେ। ପାର୍ବତୀ ସେଠାରେ ପହଞ୍ଚିବା ପରେ ମହାଦେବଙ୍କ ପାଉଁଶକୁ ମାଧୁରାଙ୍କ ଦେହରେ ଦେଖିବା ପରେ ମାତା ଭିଷଣ ରାଗି ଯାଇଥିଲେ ଓ ମଦୁରାାଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ବେଙ୍ଗ ରୂପରେ ରହିବାକୁ ମାଧୁରାଙ୍କୁ ଅଭିଶାପ ଦେଇଥିଲେ। ଏହା ପରେ ଭଗବାନ ଶିବ ପାର୍ବତୀଙ୍କୁ ତାଙ୍କ ଅଭିଶାପ ଫେରାଇ ନେବାକୁ ଅନୁରୋଧ କରିଥିଲେ। ମାତା ପାର୍ବତୀ ଅଭିଶାପକୁ ଫେରାଇ ଫେରାଇ ନେଇ ପାରିନଥିଲେ ଓ ୧୨ ବର୍ଷ ପରେ ସେ ତାଙ୍କ ପ୍ରକୃତ ରୂପକୁ ଫେରିବେ ବୋଲି ସେ କହିଥିଲେ କିନ୍ତୁ ସେ ପର୍ଯ୍ୟନ୍ତ ତାଙ୍କୁ ଅଭିଶାପ ଭୋଗ କରିବାକୁ ପଡିବ।
କିଛି ଦିନ ପରେ ଅସୁରରାଜ ମାୟାସୁର ଏବଂ ତାଙ୍କ ପତ୍ନି ହେମା କନ୍ୟା ସନ୍ତାନ ପ୍ରାପ୍ତ କରିବା ପାଇଁ ସେହି କୈଳାସ ପର୍ବତ ଉପରେ ବହୁ ବର୍ଷ ପର୍ଯ୍ୟନ୍ତ ରହି ଉଭୟେ ତପସ୍ୟା କରୁଥିଲେ।ତପସ୍ୟା କରୁଥିବା ସମୟରେ ତାଙ୍କୁ ଏକ ବେଙ୍ଗର କାନ୍ଦିବା ଶବ୍ଦ ଣୁଭିଥିଲା। କାନ୍ଦ ଶୁଣି ସମାନେ ସେହି ବେଙ୍ଗ ପାଖକୁ ଯାଇଥିଲେ ଓ ମାଧୁରାର ସମସ୍ତ କାହାଣୀ ଶୁଣିଥିଲେ। ମାଧୁରାଙ୍କ ନିକଟରୁ ସବୁ କଥା ଶୁଣିବା ପରେ ସେମାନେ ତାଙ୍କ ମନରେ ଦୟାଭାବ ଜନ୍ମ ହୋଇଥିଲା ଏବଂ ସେମାନେ ତାକୁ ନିଜ ସହିତ ନେଇ ଆସି ଝିଅ କରି ରଖିଥିଲେ । ସେହି ବେଙ୍ଗଟି ପରେ ସମସ୍ତଙ୍କ ନିକଟରେ ମନ୍ଦୋଦରୀ ନାମରେ ପରିଚିତ ହେଲେ।
ରାବଣର ଦୃଷ୍ଟି ପ୍ରଥମ ଥର ପାଇଁ ମନ୍ଦୋଦରୀ ଉପରେ ପଡିବା ପରେ ସେ ଅସୁରରାଜଙ୍କୁ ତାଙ୍କୁ ବିବାହ କରିବାର ପ୍ରସ୍ତାବ ରଖିଥିଲେ।ରାବଣ ଜଣେ ଅହଙ୍କାରୀ ରାଜା ହୋଇଥବବାରୁ ଅସୁରରାଜ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ଯାହା ଫଳରେ ରାବଣ ରାଗିଯାଇ ଯୁଦ୍ଧ ପାଇଁ ଆହ୍ଵାନ ଦେଇଥିଲେ। କିନ୍ତୁ ମନ୍ଦୋଦରୀ ରାବଣଙ୍କ ଶକ୍ତି ବିଷୟରେ ଅବଗତ ଥିଲେ ଓ ସେ ତାଙ୍କ ପିତାଙ୍କୁ ଅତି ସହଜରେ ପରାସ୍ତ କରିଦେବେ ବୋଲି ସେ ରାବଣଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ।
ସୀତାଙ୍କ ଅପହରଣ ପରେ ମନ୍ଦୋଦରୀ ଅନେକ ଥର ରାବଣଙ୍କୁ ବିରୋଧ କରିଥିଲେ ଯେ ଅନ୍ୟ କାହାର ପତ୍ନୀକୁ ଏହିପରି ଭାବେ ଅପହରଣ କରିବା ଲଙ୍କାପତୀଙ୍କୁ ଶୋଭା ଦେଉନାହିଁ।କିନ୍ତୁ ରାବଣ ନିଜ ଅହଙ୍କାର ଯୋଗୁଁ ମନ୍ଦୋଦରୀଙ୍କ କଥା ଶୁଣିନଥଲେ ଏବଂ ଶେଷରେ ରାବଣ ଏବଂ ପ୍ରଭୁ ରାମଙ୍କ ଯୁଦ୍ଧରେ ରାବଣ ପରାସ୍ତ ହେଲେ।ରାବଣର ବଧ କରିବା ପରେ ପ୍ରଭୁ ଶ୍ରୀରାମ ବିଭିଷଣଙ୍କୁ ଲଙ୍କାର ରାଜା ଭାବରେ ଘୋଷଣା କରିଥିଲେ ଓ ମନ୍ଦୋଦରୀଙ୍କୁ ତାଙ୍କ ସହିତ ବିବାହ କରିବାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ମନ୍ଦୋଦରୀ ସେହି ପ୍ରସ୍ତାବରେ ରାଜି ହୋଇନଥଲେ ଓ ରାଜ୍ୟ ଠାରୁ ମଧ୍ୟ ଦୁରେଇ ଯାଇଥିଲେ। କିଛି ସମୟ ପରେ ସେ ବିଭିଷଣଙ୍କ ସହିତ ବାହା ହେବାକୁ ରାଜି ହୋଇଯାଇଥିଲେ। ତେବେ ବାଲ୍ମୀକି ରାମାୟଣରେ ଏହା ସମ୍ପର୍କରେ କିଛି ଲେଖା ନଥିଲେ ମଧ୍ୟ ଅନ୍ୟ ପୁରାଣରେ ଏହା ସମ୍ପର୍କରେ ଲେଖା ଥିବାର ଜଣା ପଡିଛି ।