Below header

ଏଠାରେ ମହିଳା ଛୋଟ ପୋଷାକ ପିନ୍ଧି କରିପାରିବେ ନାହିଁ ବିମାନ ଯାତ୍ରା , କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ଆଜିର ଫ୍ଯାସନେବଲ ଏବଂ ମଡ଼ନ ଯୁଗରେ ପ୍ରାୟ ସମସ୍ତ ମହିଳା ଛୋଟ ପୋଷକ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଯଦି ଆପଣ ଛୋଟ ପୋଷକ ପିନ୍ଧି ବିମାନ ଯାତ୍ରା କରିଥାନ୍ତି ତେବେ ସାବଧାନ। ସାଉଦି ଏୟାଲାଇନ୍ ନିଜର ବିମାନ ଯାତ୍ରୀଙ୍କ ପାଇଁ ଜାରି କରିଛି ଏକ ଅଦ୍ଭୁତ ନିୟମ। ଏୟାରଲାନ୍ସ ଏପରି ଯାତ୍ରୀଙ୍କ ଉପରେ ରୋକ ଲଗାଇଛି ଯେଉଁମାନେ ଛୋଟ ପୋଷାକ, ସ୍ଲିଭ୍ ଡ଼୍ରେସ୍ କିମ୍ବା ଟାଇଟ ଫିଟିଂ ପୋଷାକ ପରିଧାନ କରିଥିବେ। କହିବାକୁ ଗଲେ ଯେଉଁ ଯାତ୍ରୀଙ୍କ ହାତ ଏବଂ ଗୋଡ଼ ଫୁଙ୍ଗୁଳା ଥିବା ତାଙ୍କୁ ବିମାନରେ ଯାତ୍ରା କରିବାକୁ ଦିଆଯିବ ନାହିଁ।

ଏୟାରଲାଇନ୍ସର ନିୟମ ଅନୁଯାୟୀ, ଯାତ୍ରୀଙ୍କ ପୋଷାକ ଏପରି ହେବା କଥା ଯେପରିକି ତାଙ୍କ ପାଖରେ ବସିଥିବା ଆଉ ଜଣେ ଯାତ୍ରୀଙ୍କୁ କୌଣସି ପ୍ରକାରର ଅସୁବିଧା ହେଉନଥିବ। ଏଣୁ ଖାସ କରି ମହିଳାଙ୍କୁ ବିମାନ ଯାତ୍ରା ସମୟରେ ପୋଷକ ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଛି। ଏହା ଛଡ଼ା ମହିଳାଙ୍କୁ ଟ୍ରାନ୍ସପରେଣ୍ଟ ଏବଂ ଟାଇଟ ପୋଷକା ପିନ୍ଧିବାକୁ ମଧ୍ୟ ମନା କରାଯାଇଛି। ଯଦି କୌଣସି ମହିଳାଙ୍କୁ ଏପରି ପୋଷାକ ପିନ୍ଧିଥିବାର ଦେଖାଯାଏ ତେବେ ତାଙ୍କର ଟିକେଟ ରଦ୍ଧ କରାଯିବ। ସବୁଠାରୁ ଆଶ୍ଚର୍ଯ୍ଯକର କଥା ହେଉଛି ଏୟାରଲାଇନ୍ସର ଏହି ନିୟମ ବିଦେଶୀ ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ନିୟମ ରହିଛି। ତେବେ ସାଉଦିରେ ମହିଳାଙ୍କ ପୋଷାକ ପରିଧାନ ଉପରେ ଅନେକ ପ୍ରକାରର କଟକଣା ରହିଛି। ଏଣୁ ଏଠାରେ ସାର୍ବଜନୀକ ସ୍ଥାନରେ ମହିଳା ଢ଼ିଲା ପୋଷାକ ପିନ୍ଧିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.