ପୁଅର ପରୀକ୍ଷା ପାଇଁ ୧୦୫ କିମି ବାଟ ସାଇକେଲ ଚଲାଇଥିଲେ ବାପା, ଏବେ ଆନନ୍ଦ ମହିନ୍ଦ୍ରା ଦେଲେ ଏମିତି ଉପହାର

ମଧ୍ୟପ୍ରଦେଶ ଧାର ଜିଲ୍ଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିମି ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ ଏବେ ଏହି ପିତାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା।

ଆନନ୍ଦ ସେହି ଛାତ୍ରଙ୍କ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି। ଟୁଇଟ କରି ଆନନ୍ଦ ଲେଖିଛନ୍ତି, ଏଭଳି ପିତାଙ୍କୁ ସଲାମ୍‌। ଯିଏ ନିଜେ ୧୦୫ କିମି ସାଇକେଲ ଚଲାଇର ପୁଅର ସୁନାର ଭବିଷ୍ୟତର କଳ୍ପନା କରୁଛନ୍ତି। ଏମିତି ସ୍ୱପ୍ନ ହିଁ ଦେଶରୁ ଆଗେଇ ନେବାର ସାହାଯ୍ୟ କରିବା ସହିତ ସେହି ପରିବାରର ସହ ଯୋଗାଯୋଗ କରିବାକୁ ସେ ସମ୍ବାଦଦାତାଙ୍କ ସହାୟତା ଲୋଡିଛନ୍ତି।

ଆନନ୍ଦ କହିଛନ୍ତି, ତାଙ୍କ ସଂସ୍ଥା ପିଲାଟିର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବ। ସୂଚନାଯୋଗ୍ୟ, କରୋନା ମାହାମାରୀ ଯୋଗୁଁ ଲକଡାଉନ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଧାରା ଜିଲ୍ଲାର ବୟଡିପୁରାରେ ରହୁଥିବା ଶୋଭାରାମଙ୍କ ପୁଅ ଆଶିଷ ୧୦ମ ପରୀକ୍ଷା ଦେବାକୁ ବାହାରିଥିଲେ। ହେଲେ ଗାଡି ମଟର ଚାଲୁନଥିବାରୁ ବା ଅନ୍ୟ କୌଣସି ଗାଡିକୁ ଭଡା କରି ଯିବା ଭଳି ଅବସ୍ଥା ନଥିଲା। ଫଳରେ ଶୋଭାରାମ ତାଙ୍କ ପୁଅ ଆଶିଷର ଉଜ୍ୱଳ ଭବିଷ୍ୟ କାମନା କରିବା ସହିତ ସାଙ୍ଗରେ ୨ ଦିନର ଖାଇବା ସହିତ ୧୦୫ କିମି ଯାତ୍ରା ଆରମ୍ଭ କରିଥିଲେ। ଏହା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.