କେବେ ପାଳନ କରାଯିବ ଆଷାଢ ପୂର୍ଣ୍ଣିମା ? ଜାଣନ୍ତୁ ଦିନ ଏବଂ ପୂଜା କରିବାର ମୁହୂର୍ତ୍ତ

ଚଳିତବର୍ଷ ଆଷାଢ ପୂର୍ଣ୍ଣିମା ୨୩ ଜୁଲାଇକୁ ପାଳନ କରାଯିବ। ଆଷାଢ ମାସରେ ଏହି ପୂର୍ଣ୍ଣିମା ପଡୁଥିବାରୁ ଏହାର ନାମ ଆଷାଢ ପୂର୍ଣ୍ଣିମା ନାମରେ ଜଣାଶୁଣା। ହିନ୍ଦୁ ମାନ୍ଯତା ଅନୁସାରେ ଆଷାଢ ପୂର୍ଣ୍ଣିମାରେ ସ୍ନାନ କରିବା ଦ୍ବାରା ମଣିଷକୁ ଭଗବାନ ମାଧବ ପ୍ରସନ୍ନ ରହିଥାନ୍ତି। ଆଉ ସେମାନଙ୍କୁ ସୁଖ ସୌଭାଗ୍ଯ, ଧନ-ସନ୍ତାନ ଏବଂ ମୋକ୍ଷ ମିଳିଥାଏ।

ଆଷାଢ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ:

ଆଷାଢ ଶୁକ୍ଳ ପୂର୍ଣ୍ଣିମା ଆରମ୍ଭ ଜୁଲାଇ ୨୩ ତାରିଖ ସକାଳ ୧୦.୪୩ରୁ ଆରମ୍ଭ ହୋଇ ୨୪ ଜୁଲାଇ ସକାଳ ୮.୦୬ରେ ସରିବ।

ଆଷାଢ ପୂର୍ଣ୍ଣିମା ବ୍ରତ ବିଧି: ଏହି ପୂର୍ଣ୍ଣିମା ଦିନ ସକାଳୁ ଉଠିଯିବା ଦରକାର। ଏହି ସକାଳୁ ଉଠିବାର ବେଶ ମହତ୍ତ୍ବ ରହିଛି। ସ୍ନାନ କରିବା ଦରକାର। ପବିତ୍ର ନଦୀରେ ଯଦି ସ୍ନାନ କରିପାରୁନାହାନ୍ତି, ତେବେ ଘରେ ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରିବା ଜରୁରୀ। ସ୍ନାନ ପରେ ସୂର୍ଯ୍ଯ ମନ୍ତ୍ରର ଉଚ୍ଚାରଣ କରିବା ସହିତ ଅର୍ଘ୍ଯ ଦେବା ଉଚିତ। ସ୍ନାନ ପରେ ବ୍ରତ ସଙ୍କଳ୍ପ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଏହି ବ୍ରତ ସମୟରେ କଳାରାଶିର ବିଶେଷ ଭାବେ ଦାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.