ଶ୍ରାବଣ ସୋମବାରରେ ଘରକୁ ନିଶ୍ଚୟ ଆଣନ୍ତୁ ଏହି ୪ଟି ଜିନିଷ, ଚମକିବ ଭାଗ୍ୟ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଧର୍ମ ମାସ ବୋଲି କୁହାଯାଏ। ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଚଳିତବର୍ଷ ଜୁଲାଇ ୨୬ ତାରିଖରେ ପଡ଼ୁଛି ଶ୍ରାବଣ ମାସର ପ୍ରଥମ ସୋମବାର। କୁହାଯାଏ, ଯଦି ଶ୍ରାବଣ ସୋମବାର ଦିନ କେତେକ ସ୍ୱତନ୍ତ୍ର ଜିନିଷ ଘରକୁ ଅଣାଯାଏ, ତେବେ ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କି କି ଜିନିଷ କିଣିବା ଶୁଭ ହୋଇଥାଏ…

ଗଙ୍ଗାଜଳ:

ଶ୍ରାବଣ ମାସର ସୋମବାର ଘରକୁ ଗଙ୍ଗାଜଳ ଆଣିବାକୁ ଶୁଭ ବିବେଚନା କରାଯାଏ। ଗଙ୍ଗାଜଳକୁ ରୋଷେଇ ଘରେ ରଖିଲେ ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯାଏ ଓ ସୁଖ ସମୃଦ୍ଧି ଆସେ।

ରୁଦ୍ରାକ୍ଷ:

ଶ୍ରାବଣ ସୋମବାର ଦିନ ଘରକୁ ରୁଦ୍ରାକ୍ଷ ଆଣି ଘରର ମୁଖିଆଙ୍କ ରୁମ୍‌ରେ ରଖନ୍ତୁ। ଭାଗ୍ୟ ବଦଳିବାକୁ ସମୟ ଲାଗିବନି। ଏହା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହେବ।

ଭସ୍ମ:

ଶ୍ରାବଣ ସୋମବାର ଭସ୍ମ ଆଣି ଭଗବାନ ଶିବଙ୍କ ମୂର୍ତ୍ତି ପାଖରେ ରଖନ୍ତୁ। ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କ ମନୋବାଞ୍ଛା ପୂରଣ କରିବେ।

ଚାନ୍ଦିର ତ୍ରିଶୂଳ:

ଘରୁ ନକାରାତ୍ମକ ଉର୍ଜା ଦୂର କରିବା ପାଇଁ ଶ୍ରାବଣ ସୋମବାର ଦିନ ଚାନ୍ଦିର ତ୍ରିଶୂଳ ଘରକୁ ଆଣନ୍ତୁ। ଏଥିସହ ତମ୍ବା କିମ୍ବା ଚାନ୍ଦିର ନାଗ-ନାଗୁଣି ଯୋଡ଼ି ଆଣି ଘରର ମୁଖ୍ୟ ଦ୍ୱାର ତଳେ ପୋତି ଦିଅନ୍ତୁ। ସବୁ ସମସ୍ୟା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.