ଜାଣନ୍ତୁ ଏହି ସମୟରେ ସ୍ୱିଗି ଏବଂ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ଆପଣଙ୍କ ପାଇଁ କେତେ ନିରାପଦ !

କରୋନାର ପ୍ରଭାବ ଏବେ ସବୁ କ୍ଷେତ୍ରରେ ପଡିଛି । ସ୍ୱିଗି-ଜୋମାଟୋ ଭଳି ଫୁଡ ଡେଲିଭରି ପ୍ଲାଟଫର୍ମ ଗୁଡିକ ସହିତ ଯୋଡି ହୋଇ ରହିଥିବା ଡେଲିଭରି ବୟ ମାନେ ଆଜିକାଲି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଡେଲିଭରି ବୟଠାରୁ ଅର୍ଡର ଆଣିବା ବେଳେ ଆପଣ ତାଙ୍କୁ ସନ୍ଦେହ ନଜରରେ ଦେଖୁଥିବା ବେଳେ ସେମାନେ ଆପଣଙ୍କୁ ନିଜ ହାତରେ ଅର୍ଡର ଦେବା ପାଇଁ ମଧ୍ୟ ସଂକୋଚ କରୁଛନ୍ତି । ଆପଣଙ୍କୁ ଏବଂ ସେମାନଙ୍କୁ ସମସ୍ତଙ୍କୁ କରୋନା ସଂକ୍ରମଣର ଭୟ ଲାଗି ରହିଛି । କରୋନାକୁ ରୋକିବା ପାଇଁ କମ୍ପାନୀମାନେ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାଦ୍ୱାରା ସେମାନଙ୍କ ଗ୍ରାହକମାନଙ୍କ ପାଖରେ ‘କରୋନା-ଫ୍ରି’ ଡେଲିଭରି ପହଞ୍ଚି ପାରିବ ।

ସ୍ୱିଗି ଏବଂ ଜୋମାଟୋର ରହିଛି ଏହିସବୁ ପ୍ଲାନ

ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ଆପ୍ସ ଏବଂ SMS ଦ୍ୱାରା WHOର ଗାଇଡ଼ଲାଇନ୍ସକୁ ବ୍ରୋଡକାଷ୍ଟ କରୁଛି । ସ୍ବୀଗି ନିଜର କର୍ମଚାରୀମାନଙ୍କୁ ସେଲ୍ଫ କ୍ଵାରେଣ୍ଟାଇନ ହେବା ବିଷୟରେ ସୂଚନା ଦେବା ସହିତ କିଛି ଲକ୍ଷଣ ଦେଖାଗଲେ କିପରି ନିଜକୁ ଆଇସୋଲେଟ କରିପାରିବ ସେ ବିଷୟରେ ସତର୍କ କରୁଛି । ଏହା ବ୍ୟତୀତ ବାରମ୍ବାର ହାତ ଧୋଇବା ଏବଂ କିପରି ସାବଧାନତା ଅବଲମ୍ବନ କରିବା ସେ ନେଇ କର୍ମଚାରୀ ମାନଙ୍କୁ ସୂଚନା ଦେଉଛି ।

Image result for food delivery company

 

କର୍ମଚାରୀମାନଙ୍କୁ ଡିସପୋଜେବୁଲ ମାସ୍କ ଏବଂ ଗ୍ଲାସ ପିନ୍ଧି ଡେଲିଭରି କରିବା ପାଇଁ କୁହାଯାଇଛି । ତାସାହିତ ପ୍ରତ୍ୟେକ କର୍ମଚାରୀଙ୍କର ସ୍କ୍ରିନିଙ୍ଗ କରାଯିବା ସହିତ ଅଫିସରେ ସାନିଟାଇଜରର ବ୍ୟବସ୍ଥା ମଧ୍ୟ କରାଯାଇଛି । କୌଣସି କର୍ମଚାରୀଙ୍କ ଠାରେ ଲକ୍ଷଣ ଦେଖାଯିବା ମାତ୍ରେ ସଙ୍ଗେସଙ୍ଗେ ଏଥିପାଇଁ ପଦକ୍ଷେପ ନିଆଯାଉଛି ଏବଂ ପ୍ରତ୍ୟେକ ଡେଲିଭରି ପରେ ଡେଲିଭରି ବୟମାନଙ୍କୁ ଗ୍ଲାସ ବଦଳାଇବା ପାଇଁ ଗ୍ଲାସ ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.