ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ, ନରେନ୍ଦ୍ର ମୋଦି ୨୦୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ

ମୋଦି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଏବଂ ୨୦୨୮ ପର୍ଯ୍ୟନ୍ତ କ୍ଷମତାରେ ରହିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ । ସାଧାରଣ ନିର୍ବାଚନରେ ତାଙ୍କର ଭାରତୀୟ ଜନତା ପାର୍ଟି ଦଳ ବିପୁଳ ବିଜୟ ହାସଲ କରିବ । ଏକଥା କହିଛନ୍ତି ଚିରାଗ ଦାରୁଓ୍ଵାଲା । ସେ କୌଣସି ରାଜନେତା ନୁହନ୍ତି, ଜଣେ ଜ୍ୟୋତିର୍ବିଦ । ତାଙ୍କ ଭବିଷ୍ୟବାଣୀ ହେଉଛି କି ମୋଦି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଏବଂ ୨୦୨୮ ପର୍ଯ୍ୟନ୍ତ କ୍ଷମତାରେ ରହିବେ ।

ଏହାପରେ ବିଜେପି ଦଳ କିନ୍ତୁ କ୍ଷମତାରେ ରହିବ ଏବଂ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହେବେ ବୋଲି ଚିରାଗଙ୍କ ଭବିଷ୍ୟବାଣୀ କହୁଛି । ତେବେ ଆଗାମୀ ୪ ବର୍ଷ ମଧ୍ୟରେ ମୋଦି ଦେଶରେ ଅନେକ ସଂସ୍କାର ଆଣିବେ ବୋଲି ଚିରାଗ କହିଛନ୍ତି । ଚିରାଗ ହେଉଛନ୍ତି ଦେଶର ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜାନ ଦାରୁଓ୍ଵାଲାଙ୍କ ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.