ଅକାଳ ମୃତ୍ୟୁ ଭୟରୁ ମୁକ୍ତି ଦେଇଥାଏ ଏହି ଉପାୟ, ବର୍ଷିଥାଏ ସୂର୍ଯ୍ୟ ଦେବ ଓ ଯମଙ୍କ ଖାସ କୃପା

ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଇଥାଏ । ଯମଦେବଙ୍କ ନାମ ଶୁଣିଲେ ମନରେ ଭୟ ସଂଚାର ହୋଇଥାଏ । କୁହାଯାଏ କି ଯମଙ୍କୁ ନା ଅନ୍ୟର ଦୁଃଖ ଓ କଷ୍ଟ ଦେଖା ଯାଇଥାଏ ନା ଶୁଣାଯାଇଥାଏ । ମୃତ୍ୟୁ ନିକଟତର ହେଲେ ଯମରାଜଙ୍କ ଦୂତ ଦେଖାଯାଇଥାନ୍ତି ।

ଆତ୍ମା ଶରୀର ଛାଡିଲେ ବିଭିନ୍ନ ପ୍ରକାର ଦଣ୍ଡ ଦେଇଥାନ୍ତି ଯମରାଜ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯାହାଙ୍କ ଉପରେ ଯମଦେବଙ୍କ ପିତା ସୂର୍ଯ୍ୟଦେବଙ୍କ କୃପା ଥାଏ ତାଙ୍କୁ ଅକାଳ ମୃତ୍ୟୁ ଛୁଇଁ ନଥାଏ କି ଯମ ଦଣ୍ଡ ଭୟ ନଥାଏ । ଆସନ୍ତୁ ଜାଣିବା ଜୀବନର ଉଦ୍ଧାର ପାଇଁ ଭବିଷ୍ୟ ପୁରାଣରେ ସୂର୍ଯ୍ୟଦେବ ଓ ଯମଙ୍କୁ ଖୁସୀ କରିବା ପାଇଁ ଉପାୟ ।

ପ୍ରାତଃ କାଳରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ରହିଥାଏ । ବ୍ୟକ୍ତିର ଜୀବନରେ ଆତ୍ମ ବିଶ୍ୱାସ ଓ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ଯମଦୂତଙ୍କ ଡରରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସୂର୍ଯ୍ୟ ମନ୍ତ୍ର ଜପ ସବୁଠୁ ସରଳ ଉପାୟ । ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିବା ଦ୍ୱାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ ।

ନିଜ ସହ ନିଜର ପିଢ଼ିକୁ ଉଦ୍ଧାର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ମନ୍ଦିରରେ ଝାଡୁ ପୋଛା ଲଗାଇବା ଫଳଦାୟୀ ହୋଇଥାଏ ।

ଯମଦେବଙ୍କ ଛତ୍ରଛାୟା ପାଇବା ପାଇଁ ଭଗବାନ ସୂର୍ଯ୍ୟ ଦେବଙ୍କୁ ଦୁଧ ଓ ଘିଅ ଚଢ଼ାଇବା ଲାଭକାରୀ ହୋଇଥାଏ ।

ଅକାଳ ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ପ୍ରତି ମାସ ଅମାବାସ୍ୟା ଦିନ ସମସ୍ତ ପରିବାରଙ୍କ ସହ ମିଶିକରି ଗୀତାର ସପ୍ତମ ଅଧ୍ୟାୟ ପାଠ କରିବା ଶୁଭ ହୋଇଥାଏ । ପାଠ ସମାପ୍ତ ପରେ ସୂର୍ଯ୍ୟ    ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏଥି ସହ ଅମାବାସ୍ୟା ଦିନ ଗରୀବ ପିଲାଙ୍କୁ ଭୋଜନରେ ମିଠା ହାଲୁଆ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.