ଜନ୍ମ ହେଉ ହେଉ ଡ୍ୟାନ୍ସ କରିବାକୁ ଲାଗିଲା ହାତୀ ଛୁଆ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ହାତୀଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏବେ ମଧ୍ୟ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହାତୀ ଓ ତା’ ନବଜାତ ଛୁଆଙ୍କୁ ଦେଖିବାକୁ ମିଳିଛି। ଭିଡିଓଟି ଭାଇରାଲ ହେବାର କାରଣ ହେଉଛି ଜନ୍ମ ହେବାର ମାତ୍ର ୨୦ ମିନିଟ୍‌ ମଧ୍ୟରେ ହାତୀ ଛୁଆଟି ଠିଆ ହୋଇ ଡ୍ୟାନ୍ସ କରିବାକୁ ଚେଷ୍ଟା କରୁଛି। ମା’ ହାତୀ ଆଗକୁ ଚାଲୁଥିବା ବେଳେ ଛୁଆଟି ମଧ୍ୟ ନାଚି ନାଚି ତା’ପଛରେ ଚାଲୁଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଛୁଆଟି ଠିକ୍‌ ଭାବେ ଠିଆ ହୋଇପାରୁନାହିଁ। କିନ୍ତୁ ଡ୍ୟାନ୍ସ କରିବାକୁ ଫୁଲ ଦମ୍‌ରେ ଲାଗିପଡ଼ିଛି। ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି।

Newborn elephant tries to take its first steps in adorable viral ...

ଏଥିରେ କ୍ୟାପସନ୍‌ ଲେଖାଯାଇଛି ‘ଏହି ହାତୀର ଛୁଆ ୨୦ ମିନିଟ୍‌ ପୂର୍ବରୁ ଜନ୍ମ ନେଇଛି, ଦେଖନ୍ତୁ କେମିତି ସେ ଡ୍ୟାନ୍ସ କରି କରି ନିଜ ଜନ୍ମଦିନର ଖୁସି ମନାଉଛି। ଏହି ଗୋଡ଼ରେ ତାକୁ କେତେ ଲମ୍ବା ଯାତ୍ରା କରିବାକୁ ପଡ଼ିବ’।

ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ସେୟାର ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ଭିଡିଓକୁ ୯ ହଜାର ଥର ଦେଖାସରିଥିବା ବେଳେ ୩୦୦ରୁ ଅଧିକ ଥର ରିଟ୍ଵିଟ୍‌ କରାଯାଇଛି। ଏଥିସହ ୧ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.