ଅସମ୍ଭବକୁ ସମ୍ଭବ କରେ ୧୦ ମୁଖୀ ରୁଦ୍ରାକ୍ଷ, ଜାଣନ୍ତୁ ଏହାକୁ ଧାରଣ କରିବା ଦ୍ୱାରା ମିଳେ କି କି ଲାଭ

୧୦ ମୁଖୀ ରୁଦ୍ରାକ୍ଷ ଉପରେ ଭଗବାନ ବିଷ୍ଣୁଙ୍କ ଆଧିପତ୍ୱ ରହିଥାଏ। ନିର୍ଣ୍ଣୟାସିନ୍ଧୁ, ମନ୍ତ୍ରମହାର୍ଣ୍ଣବ ଓ ଶ୍ରୀମଦ୍‌ ଭଗବତ୍‌ ପୁରାଣ ଅନୁସାରେ ୧୦ ମୁଖୀ ରୁଦ୍ରାକ୍ଷକୁ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲା। ରୁଦ୍ରାକ୍ଷ ଜାବାଲୋପନିଷଦ ଅନୁସାରେ ଏହାକୁ ଯମରାଜ ଓ ଦଶ ଦିଗପାଳଙ୍କ ସ୍ୱାମୀଙ୍କ ବରଦାନ ମିଳିଥିଲା। ଏଣୁ ଏହି ଦିବ୍ୟ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଦଶମୁଖୀ ରୁଦ୍ରାକ୍ଷ ପିନ୍ଧିବାର ଫାଇଦା…

  • ଯେଉଁ ଲୋକଙ୍କୁ ଏକଲାପଣ ଯୋଗୁ ଡର ଲାଗୁଛି, ଯେଉଁମାନେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି ଓ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ରାମବାଣ ଭଳି କାମ କରିଥାଏ।
  • ନବଗ୍ରହଙ୍କୁ ଶାନ୍ତି ଓ ବାସ୍ତୁ ଦୋଷ ଦୂର କରିବାକୁ ୧୦ ମୁଖୀ ରୁଦ୍ରାକ୍ଷ ପିନ୍ଧନ୍ତୁ।
  • କୋର୍ଟ କଚେରୀ ମାମଲାରେ ବିଜୟ ହାସଲ କରିବା ଓ ବେପାରରେ ଉନ୍ନତି ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଲାଭଦାୟକ ହୋଇଥାଏ।
  • ଶତ୍ରୁଙ୍କୁ ବିନାଶ କରିବା ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।

  • ଯେଉଁମାନେ ଭୂତପ୍ରେତ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ବରଦାନ ଭଳି କାମ କରେ। ଏହା ପିନ୍ଧିବା ଦ୍ୱାରା ଭୂତପିଶାଚ ପାଖ ମାଡ଼ନ୍ତି ନାହିଁ। ୧୦ ମୁଖୀ ରୁଦ୍ରାକ୍ଷ ସହ ୯ ମୁଖୀ ଓ ୧୧ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଅଧିକ ଲାଭ ଦେଇଥାଏ।
  • ୧୦ ମୁଖୀ ରୁଦ୍ରାକ୍ଷ ଉପରେ ଦଶ ମହାବିଦ୍ୟାର ପ୍ରଭାବ ରହିଥାଏ। ଏଣୁ ଯେଉଁ ବ୍ୟକ୍ତି ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିଥାନ୍ତି ତାଙ୍କୁ ଦଶବିଦ୍ୟାର କୃପା ମଧ୍ୟ ମିଳେ।
  • ଯଦି କେହି ଆପଣଙ୍କ ଉପରେ କଳାଯାଦୁ କରୁଛି ବୋଲି ଅନୁଭବ କରୁଛନ୍ତି ତେବେ ୧୦ ମୁଖୀ ରୁଦ୍ରାକ୍ଷ ପିନ୍ଧନ୍ତୁ । ସମସ୍ୟା ଦୂର ହେବ।
  • ବାସ୍ତୁ ଓ ଅନ୍ୟ ଗ୍ରହ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ୧୦ ମୁଖୀ ରୁଦ୍ରାକ୍ଷ ସାହାଯ୍ୟ କରେ।
  • ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ସଂସାରରେ ସମ୍ମାନ ଓ ପ୍ରସିଦ୍ଧି ମିଳିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.