ଶଙ୍ଖରେ ଗାଈ କ୍ଷୀରକୁ ଭରି ମହାଦେବଙ୍କୁ ଅର୍ପଣ କରନ୍ତୁ, ଦୂର ହେବ ସମସ୍ତ ଗ୍ରହଦୋଷ

ହିନ୍ଦୁ ଧର୍ମରେ ଧାର୍ମିକ ପୂଜାପାଠ, ଭଜନକୀର୍ତ୍ତନ ଆଦି ସମୟରେ ଶଙ୍ଖ ବଜାଇବାକୁ ଶୁଭ ବିବେଚନା କରାଯାଏ। ଶଙ୍ଖରୁ ନିର୍ଗତ ହେଉଥିବା ଧ୍ୱନି ଦ୍ୱାରା ବାୟୁମଣ୍ଡଳରେ ଥିବା ନକରାତ୍ମକ ଉର୍ଜା ଓ ହାନିକାରକ ଜୀବାଣୁ ନଷ୍ଟ ହୋଇଯାଆନ୍ତି। ଶଙ୍ଖ ବଜାଇବା ବେଳେ କୁମ୍ଭକ, ରେତକ ତଥା ପ୍ରାଣାୟାମ କ୍ରିୟା ଏକା ସାଙ୍ଗେ ହୋଇଥାଏ। ଫଳରେ ଶରୀର ବି ନିରୋଗ ରହେ।

Medium Striped Fox Conch Seashell Sea Shell 5-6" Priced Each

ଶଙ୍ଖରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌ କାର୍ବୋନେଟ୍‌ ରହିଥାଏ। ଏଣୁ ଯଦି ରାତିରେ ଶଙ୍ଖରେ ଗଙ୍ଗାଜଳ ପୂର୍ଣ୍ଣ କରି ସକାଳେ ତାହାକୁ ପାନ କରିବେ ତେବେ ଶରୀରରେ କ୍ୟାଲସିୟମ୍‌ର ଅଭାବ ରହିବ ନାହିଁ। ଆୟୁର୍ବେଦରେ ଶଙ୍ଖର ଭସ୍ମକୁ ହାର୍ଟ ଆଟାକ୍‌, ରକ୍ତଚାପ, ଆଜ୍‌ମା, ମଦାଗ୍ନି, ମସ୍ତିଷ୍କ ଓ ସ୍ନାୟୁ ତନ୍ତ୍ର ସମ୍ବନ୍ଧୀୟ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଏ।

Conch-Shell

ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରେ ଦକ୍ଷିଣବର୍ତ୍ତୀ ଶଙ୍ଖ ରଖିବାକୁ ବାସ୍ତୁବିତ୍‌ ମତ ଦିଅନ୍ତି। ନବଗ୍ରହଙ୍କୁ ଶାନ୍ତି ଏବଂ ପ୍ରସନ୍ନ କରିବା ପାଇଁ ମଧ୍ୟ ଶଙ୍ଖ ବ୍ୟବହାର କରାଯାଏ। ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟୋଦୟ ସମୟରେ ଶଙ୍ଖରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଚନ୍ଦ୍ରଙ୍କ ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ଶଙ୍ଖରେ ଗାଈର କଞ୍ଚା କ୍ଷୀରକୁ ଭରି ସୋମବାର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ସେହିଭଳି ପ୍ରତିଦିନ ପୂଜା କରିବା ବେଳେ ଶଙ୍ଖ ବଜାଇବା ଦ୍ୱାରା ଗ୍ରହଦୋଷ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.