ଶିବଲିଙ୍ଗ ଉପରେ କାହିଁକି ଚଢା ଯାଏ ଶମି ପତ୍ର ? ଜାଣନ୍ତୁ ପୂଜା କରିବାର ବିଧି ଓ ମହତ୍ୱ

ଶିବ ଶଙ୍କରଙ୍କୁ ଶମି ପତ୍ର ପ୍ରଦାନ କରିବାର ନିୟମ ଜାଣିବା ବହୁତ ଜରୁରୀ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଶିବଲିଙ୍ଗ ଉପରେ ଶମି ପତ୍ର ଚଢାଇବାର ବିଧି ଓ ମହତ୍ୱ ବିଷୟରେ ।

ଭଗବାନ ଶିବଙ୍କୁ ଦେବଙ୍କ ଦେବ ମହାଦେବ କୁହାଯାଏ । କୁହାଯାଏ କି ଶିବ ଶଙ୍କର ସ୍ୱଭାବରେ ବହୁତ କୋମଳ ଓ ଦୟାଳୁ ହୋଇଥାନ୍ତି ।  ଭଗବାନ ଶିବଙ୍କୁ  ଖୁସି କରିବା ଏତେ ସହଜ ହୋଇନଥାଏ । ତେବେ ହିନ୍ଦୁ ଧର୍ମରେ ମହାଦେବଙ୍କ ପୂଜା ବହୁତ ଖାସ ହୋଇଥାଏ । ଶିବଲିଙ୍ଗକୁ ପୂଜା କରିବାର ଅନେକ ପ୍ରକାରର ବିଧି ରହିଛି । ପ୍ରଭୁ ଶିବଙ୍କ ପୂଜା କରିବା ପାଇଁ ଏକ ଢାଳ ପାଣି, ବେଲପତ୍ର, ଦୁଦୁରା ଫୁଲ ଏବଂ ଶମି ପତ୍ର ଆଦିକୁ ପ୍ରମୁଖ ଭାବେ ବ୍ୟବହାର କରାଯାଏ । କୁହାଯାଏ ଯେ ଶମି ପତ୍ର ମହାଦେବଙ୍କୁ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ଉପରେ ନିଜ କୃପା ରଖିଥାନ୍ତି । ଶିବ ଶଙ୍କରଙ୍କୁ ଶମି ପତ୍ର ପ୍ରଦାନ କରିବାର ନିୟମ ଜାଣିବା ବହୁତ ଜରୁରୀ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଶିବଲିଙ୍ଗ ଉପରେ ଶମି ପତ୍ର ଚଢାଇବାର ବିଧି ଓ ମହତ୍ୱ ବିଷୟରେ ।

ଶିବଲିଙ୍ଗ ପୂଜା କରିବାର ବିଧି :
ପ୍ରାତଃ କାଳରୁ ଉଠି ସ୍ନାନ କରି ସର୍ବ ପ୍ରଥମେ ଶିବ ମନ୍ଦିର ଯାଆନ୍ତୁ ଏବଂ ଶିବଲିଙ୍ଗ ପାଖରେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ବସନ୍ତୁ । ଏହା ପରେ ଓମ୍‌ ନମଃ ଶିବାୟ ମନ୍ତ୍ର ଜପ କରିବା ସହ ଶିବଲିଙ୍ଗ ଉପରେ ଜଳ ଅଭିଶେକ କରନ୍ତୁ । ଜଳ ଅଭିଶେକ କରିବା ପରେ ଶିବଲାଙ୍ଗ ଉପରେ ଶିବଙ୍କ ପ୍ରିୟ ଫୁଲ, ବେଲପତ୍ର ଦୁଦୁରା ଫୁଲ ଓ ଶମି ପତ୍ର ସର୍ମପଣ କରନ୍ତୁ । ଏହା ବ୍ୟତୀତ ଧଳା ବସ୍ତ୍ର, ସୂତା, ଅରଖ ଓ ଭାଙ୍ଗ ମଧ୍ୟ ଅବଶ୍ୟ ଅର୍ପଣ କରିବେ । ଶିବଲିଙ୍ଗ ଉପରେ ଶମି ପତ୍ର ଚଢାଇବା ସମୟରେ ଧ୍ୟାନ ରଖିବା ଜରୁରୀ ଯେ ତାଜା ପତ୍ର ଗୁଡିକ ହିଁ ବ୍ୟବହାର କରିବେ ।

ଶିବ ପୂରାଣ ଅନୁସାରେ, ଶମି ପତ୍ର ଶିବଙ୍କ ପୂଜାରେ ବ୍ୟବହାର କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଭକ୍ତର ସବୁ ଆକାଂକ୍ଷା ପୂରା କରିଥାନ୍ତି ଭଗବାନ ଶିବ। କୁହାଯାଏ, ଶିବଲିଙ୍ଗ ଉପରେ ଶମି ପତ୍ର ଚଢାଇବା ଦ୍ୱାରା ଭକ୍ତର ମନକାମନା ପୂରା ହୋଇଥାଏ । ଏହା ଦ୍ୱାରା ଜୀବନରେ ହେଉଥିବା ଅସୁବିଧା ଦୂର ହୋଇଥାଏ ଓ କାମ ଓ ବ୍ୟବସାୟରେ ଲାଭ ହୋଇଥାଏ । ଏହା ବ୍ୟତୀତ ସୋମବାରକୁ ଭଗବାନ ଶଙ୍କରଙ୍କ ଖାସ୍‌ ଦିନ ବୋଲି କୁହାଯାଏ । ଏହି ବାରରେ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ମନକାମନା ପୂରା ହେବା ସହ ସଦାସର୍ବଦା ଖୁସିରେ ମଧ୍ୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.