ଟ୍ରେନରେ ଶୋଇଥିବା ଅବସ୍ଥାରେ ରେଳ ଧାରଣା ଫାଟ ବିଷୟରେ ସଠିକ ଅନୁମାନ ଲଗେଇଥିଲେ ଏହି ବ୍ୟକ୍ତି, ଜାଣନ୍ତୁ କିଏ ସେ ?

ସଂସୃତରେ ଏକ ବାଣୀ ଅଛି ‘ବିଦ୍ୟା ଦଦାତି ବିନୟମ’ । ଯେଉଁ ମାନଙ୍କ ଠାରେ ପ୍ରକୃତ ଜ୍ଞାନ ଥାଏ ସେମାନେ ସର୍ବଦା ନମ୍ର ଭାବରେ ହିଁ ରହିଥାନ୍ତି । ଆଉ ଯେଉଁ ମାନେ ଅପେକ୍ଷାକୃତ କମ ଜାଣିଥାନ୍ତି ସେମାନଙ୍କ ଠାରେ ଦେଖେଇ ହେବା ଗୁଣ ଅଧିକ ଥାଏ । ଆଜି ଆମେ ଆପଣଙ୍କୁ ସେମିତି ହିଁ ଜଣେ ଜ୍ଞାନୀଙ୍କ ବିଷୟରେ କହିବାକୁ ଯାଉଛୁ ଆଜି ଆଜି ଆମେ ଭାରତରତ୍ନ ଏମ. ବିଶ୍ୱସାରାୟଙ୍କ ସମ୍ବନ୍ଧରେ ଏକ ବାସ୍ତବ ଘଟଣା ବିଷୟରେ କହୁଚୁ । ଏମ. ବିଶ୍ୱସାରାୟ ଜଣେ ପ୍ରଖ୍ୟାତ ଇଂଜିନିୟର ତ ଥିଲେ । ଏହା ବାଦ ସେ ଜଣେ ରାଜନେତା ହେବା ସହ ମହୀଶୂର ଗଡର ଦିୱାନ ମଧ୍ୟ ଥିଲେ । ତାଙ୍କ ଜନ୍ମ ୧୮୬୧ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ କର୍ଣାଟକ ଜିଲ୍ଲାର କୋଲାର ଜିଲ୍ଲାରେ ହୋଇଥିଲା ।

 

m. biswa

ତାଙ୍କରି ସମ୍ମାନରେ ପ୍ରତି ବର୍ଷ ସେପ୍ଟେମ୍ବର ମାସ ୧୫ ତାରିଖକୁ ଜାତୀୟ ଇଂଜିନିୟର ଦିବସ ରୂପେ ପାଳନ କରାଯାଇଥାଏ । ତାଙ୍କ ଜୀବନର ଏକ ଘଟଣା ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲା । ସେସମୟରେ ଭାରତରେ ବ୍ରିଟିଶ ରାଜୁତି ଥିଲା । ଦିନେ ଅଧରାତିରେ ଯାତ୍ରୀଭରା ଏକ ଟ୍ରେନ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିଲା । ଟ୍ରେନ ଟିମଧ୍ୟ ଅଟକି ଯାରେ ଅଧିକାଂଶ ଯାତ୍ରୀ ବ୍ରିଟିଶ ହିଁ ଥିଲେ । ଟ୍ରେନର ଗୋଟିଏ ଡବାରେ ଝରକାକୁ ମୁଣ୍ଡ କରି ଶାନ୍ତ ଓ ଗମ୍ଭୀର ଭାବେ ଶୋଇଥିଲେ ଶ୍ୟାମଳ ବର୍ଣ ଓ ମଝାମଝି ଉଚ୍ଚତା ବିଶିଷ୍ଟ ଜଣେ ବ୍ୟକ୍ତି । ତାଙ୍କୁ ଦେଖି ଲୋକେ ଭାବୁଥିଲେ କି ସେ ଜଣେ ଅପାଠୁଆ ମୂର୍ଖ ବୋଲି । କିନ୍ତୁ ହଠାତ ସେହି ବ୍ୟକ୍ତି ଜଣକ ଉଠି ଟ୍ରେନର ଜଂଜୀରକୁ ଟାଣି ଟ୍ରେନ ଟିକୁ ଅଟକାଇଥିଲେ । ସହଯାତ୍ରୀ ମାନେ ତାଙ୍କୁ ପଚାରି ଥିଲେ ସେ ଏମିତି କାହିଁକି କଲେ ବୋଲି । ଲୋକେ ଭାବିଥିଲେ କି ହୁଏତ ନିଦ ବାଉଳାରେ ହିଁ ଏମିତି କରିଛନ୍ତି ।

m. biswa

ଏହାର ଉତ୍ତରରେ ସେ କହିଥିଲେ କି ଏହା ଠାରୁ ୨୨୦ ଗଜ ଦୂରତାର ରେଳ ଧାରଣାରେ ଏକ ଫାଟ ରହିଛି । ସେ ଲୋକ ମାନଙ୍କୁ ଟ୍ରେନରୁ ତୁରନ୍ତ ଓଲ୍ହାଇବା ପାଇଁ ସତର୍କ କରାଇଥିଲେ । କିନ୍ତୁ ଲୋକଙ୍କୁ ଲାଗିଥିଲା କି ବ୍ୟକ୍ତି ଜଣକ ଥଟା କରୁଛନ୍ତି । ଟ୍ରେନରେ ବସିଥିବା ସମୟରେ ହିଁ ତାଙ୍କୁ କେମିତି ଜଣା ପଡିଲା ଟ୍ରେନ ଫାଟ ବିଷୟରେ । ତେଣୁ ବିଶ୍ୱସରାୟ ଲୋକଙ୍କୁ ଟ୍ରେନରୁ ଓଲ୍ହାଇ ଟ୍ରାକ ଚେକ କରିବା ପାଇଁ କହିଲେ । ତାଙ୍କ କଥା ଅନୂଯାୟୀ ଲୋକେ ଟ୍ରେନରୁ ଓଲ୍ହାଇ ଯେବେ ଚେକ କରିବା ପାଇଁ ଗଲାରୁ ସେମାନଙ୍କ ଆଶ୍ଚର‌୍ୟ୍ୟର କୌଣସି ସୀମା ରହିଲା ନାହିଁ । ସତକୁ ସତ ରେଳ ଧାରଣାରେ ଫାଟ ହେବା ସହ ନଟ ବୋଲ୍ଟ ଗୁଡିକ ବାହାରି ଏଣେତେଣେ ପଡିଥିଲା ।

ଯେବେ ଲୋକେ ତାଙ୍କ ପୂର୍ବାନୁମାନ ବିଷୟରେ ପଚାରିଥିଲେ । ଉତ୍ତରରେ ସେ କହିଥିଲେ ସେ ଟ୍ରେନର ଶବ୍ଦକୁ ସେ ଅତ୍ୟନ୍ତ ଧ୍ୟାନର ସହ ଶୁଣୁଥିଲେ । ଅଚାନକ ଶବ୍ଦରେ ପରିବର୍ତ୍ତନ ହେବାରୁ ସେ ବୁଝି ଯାଇଥିଲେ କି ନିଶ୍ଚିତ ରୂପେ କିଛି ତ ଗଡବଡ ଅଛି । ପରେ ନିଜ ପରିଚୟ ଦେବାରୁ ଉପସ୍ଥିତ ଥିବା ଯାତ୍ରୀଙ୍କ ଆଶ୍ଚର‌୍ୟ୍ୟର କୌଣସି ସୀମା ରହିଲା ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.