ହାତୀ ଗୋବରରୁ ପ୍ରସ୍ତୁତ କରାଯାଉଛି କଫି, ଦାମ ଜାଣିଲେ ଉଡିଯିବ ହୋସ୍‌ !

ଯଦି ଆପଣ ମହଙ୍ଗା କଫିର ସୌକିନ ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏହି ଖବର ଶୁଣିବା ପରେ କଫି ପ୍ରେମୀଙ୍କ ମନ ଖଟ୍ଟା ହୋଇଯିବ। ଶୁଣିବାକୁ ଟିକେ ଅଜବ ଲାଗୁଥିବା ଏହି କଥା ଏକଦମ୍‌ ସତ। ଦୁନିଆର ସବୁଠାରୁ ମହଙ୍ଗା କଫି ହାତୀର ଗୋବରରୁ ପ୍ରସ୍ତୁତ ହେଉଛି। ଏନିପିଆରର ରିପୋର୍ଟ ଅନୁଯାୟୀ ହାତୀର ଗୋବରରୁ ବାହାରୁଥିବା ବ୍ଲାକ ଆଇବରୀ କଫି ପ୍ରସ୍ତୁତ କରାଯାଇଥାଏ। ଯାହାର ଗୋଟେ କପ କଫିର ଦାମ ୪,୨୦୦ ଟଙ୍କା ଅଟେ।

cofeeeଏହି କଫିକୁ ବନାଇବା ପଛରେ ବିଜନେସମ୍ୟାନ ବ୍ଲାକ ଡିଙ୍କେନଙ୍କ ବଡ ହାତ ଅଛି। ଡିଙ୍କେନଙ୍କର ଏହି କଫିକୁ ଲୋକେ କ୍ୟାପ୍ରିଚିନୋ, ବ୍ରୁ ନମ୍ବର-୨, ଗୁଡ ଟୁ ଲାଷ୍ଟ ଡ୍ରପିଙ୍ଗଙ୍କ ନାମରେ ଚିଡାଇଥାନ୍ତି। ହାତୀ ଯେତେବେଳେ ମାଇକ୍ରୋବ୍ସ ଏବଂ ପତ୍ର ଖାଇଥାନ୍ତି ସେଲୁଲେସ କାରଣରୁ ତାଙ୍କ ଗୋବରରେ ବାହାରୁଥିବା ମଞ୍ଜିରେ ମିଠା ସ୍ୱାଦ ରହିଥାଏ।

cofeeଏହାବ୍ୟତୀତ କଫି ଏବଂ ଚା ତୁଳନାରେ ଅଧିକ ମିଠା ହୋଇଥାଏ। କଫିକୁ ଥାଇଲାଣ୍ଡର ଗୋଲଡେନ ଟ୍ରାଏଙ୍ଗଲରେ ଏସିୟାନ ହାତୀର ଗୋବର ପ୍ରସ୍ତୁତ କରାଯାଏ। ପ୍ରାୟ ୩୩ କିଲୋଗ୍ରାମ କଫି ବିନରୁ ଏକ କିଲୋ ବ୍ଳାକ ଆଇବରୀ କଫି ପ୍ରସ୍ତୁତ କରାଯାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.