୨ ବର୍ଷ ଧରି ପ୍ରେମିକାଙ୍କୁ ଦେଉଥିଲା ପ୍ରତାରଣା, ପୋଲିସ ଆଗରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ସତ

ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା । ଏପରି ଏକ ଘଟଣା ସୋସିଆଲ ମିଡିଆରେ ଘୁରି ବିଲୁଛି । ବାସ୍ତବରେ ଆମେରିକା ଜଣେ ଝିଅ ସୋସିଆଲ ମିଡିଆରେ ନିଜ ପ୍ରେମିକର ଶୋଷଣ ବିଷୟରେ ପ୍ରକାଶ କରିଛନ୍ତି। ଗତ ୨ ବର୍ଷ ଧରି ତାଙ୍କ ପ୍ରେମିକା ତାଙ୍କୁ କିପରି ପ୍ରତାରଣା କରିଥିଲେ ଏବଂ କ୍ରମାଗତ ଭାବରେ କିଭଳି ମିଛ କହୁଥିଲେ ସେ ବିଷୟରେ ଏକ ଭିଡିଓ ସୁଟିଂ କରି ଟିକ ଟକରେ ଅପଲୋଡ୍ କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି ।

ଏହି ମାମଲା ଆମେରିକାରୁ ଆସିଛି, ଯେଉଁଠାରେ କ୍ୟାଥରିନ୍ ନାମକ ଜଣେ ଝିଅ ଟିକଟକ୍ ଭିଡିଓ ମାଧ୍ୟମରେ ତାଙ୍କ ପ୍ରେମିକର ବାସ୍ତବତା ବିଷୟରେ କହିଥିଲେ। କ୍ୟାଥରିନ୍ କହିଛନ୍ତି ଯେ ୨୦୧୮ ରେ ମୁଁ ସେହି ବ୍ୟକ୍ତିଙ୍କୁ ଭେଟିଥିଲି । କିଛି ଦିନ ଭିତରେ, ମୁଁ ତାଙ୍କ ପ୍ରେମରେ ପଡ଼ିଗଲି ଏବଂ ତାଙ୍କ ସହିତ ଜୀବନ ବିତାଇବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି ।

କିନ୍ତୁ ଏହା ମଧ୍ୟରେ, ଏପ୍ରିଲ୍ ୨୦୨୦ ରେ, କ୍ୟାଥରିନଙ୍କ ପ୍ରେମିକା ହଠାତ୍ କେଉଁ ଆଡେ ‘ନିଖୋଜ’ ହୋଇଗଲେ। ଏହା ପରେ ସେ କଲ୍ , ମେସେଜ୍ ଆଦି ସବୁକିଛି ଯୋଗାଯୋଗ ବନ୍ଦ କରିଦେଲେ । ଏହି କାରଣରୁ କ୍ୟାଥରିନ୍ ପୋଲିସ ନିକଟରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଅପରପକ୍ଷେ, କ୍ୟାଥରିନ ଯେଉଁ ନାମରେ ରିପୋର୍ଟ ଦାଖଲ କରିଥିଲେ ସେହିପରି ବ୍ୟକ୍ତି କେହି ନାହାଁନ୍ତି ବୋଲି ପୋଲିସ କହିଛି। ଅର୍ଥାତ୍, କ୍ୟାଥରିନଙ୍କ ପ୍ରେମିକଙ୍କ ନାମ ଏବଂ ଠିକଣା ସବୁ ନକଲି ଥିଲା ।

ଏକ ରିପୋର୍ଟ ଅନୁଯାୟୀ ପୋଲିସ ଏହି କଥା ଶୁଣି କ୍ୟାଥରିନ୍ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଯେଉଁ ପ୍ରେମିକ ସହିତ ସେ ଦୁଇ ବର୍ଷ ଏକାଠି ଥିଲେ, ସେ ତାଙ୍କୁ ପ୍ରତାରଣା କରୁଥିଲେ। ଏଭଳି ପରିସ୍ଥିତିରେ କ୍ୟାଥରିନ୍ ତାଙ୍କ ସତ୍ୟତାକୁ ସମସ୍ତଙ୍କ ସାମ୍ନାରେ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରି ପ୍ରେମିକାର ବାସ୍ତବତାକୁ ଦର୍ଶାଇଥିଲେ, ଯାହାକୁ ହଜାର ହଜାର ଲୋକ ଦେଖିଥିଲେ।

ଅନ୍ୟପଟେ କ୍ୟାଥରିନ୍ କହିଥିଲେ ଯେ ତାଙ୍କ ପ୍ରେମରେ ମୁ ଏତେ ଅନ୍ଧ ଥିଲି ଯେ ତାର ପ୍ରତାରଣାକୁ ମୁଁ ଜାଣିପାରିଲି ନାହିଁ । କ୍ୟାଥରିନ୍ କହିଛନ୍ତି ଯେ ସେ ସବୁବେଳେ ହୋଟେଲରେ ମୋତେହୋଟେଲରେ ଦେଖା କରୁଥିଲେ । ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ନକରିବାକୁ ମଧ୍ୟ ମତେ ମନା କରାଯାଇଥିଲା । ଏବଂ ୨ ବର୍ଷର ବନ୍ଧୁତା ରହିବା ପରେ ମଧ୍ୟ ସେ ନିଜ ପରିବାର ସହିତ ମତେ କେବେ କେବେ ପରିଚିତ କରିନଥିଲେ । କିନ୍ତୁ ଏ ସବୁ ପରେ ମଧ୍ୟ ମୁଁ ତାଙ୍କ ଉପରେ ବିଶ୍ୱାସ କରୁଥିଲି ।

କିନ୍ତୁ ଦିନେ ହଠାତ୍ ମତେ ଦେଖା କରି , ସେ କହିଥିଲେ ଯେ ତାଙ୍କ ମା ବହୁତ ଅସୁସ୍ଥ ଅଛନ୍ତି ଓ ସେ ମାଙ୍କ ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। ଯେତେବେଳେ ମୁଁ ମୋ ମା’ଙ୍କୁ ତାଙ୍କୁ ପରିଚିତ କରାଇବାକୁ କହିଲି, ସେ ମନା କରିଦେଲେ । ତେବେ ମୋର ଭିଡିଓ ତିଆରି କରିବା ପରେ ତାଙ୍କ ଓକିଲ ମୋ ସହ ଯୋଗାଯୋଗ କରିଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ସାମ୍ନା କୁ ଆସିନାହାଁନ୍ତି। ସେ ମୋତେ ୨ ବର୍ଷ ଧରି ପ୍ରତାରଣା କରିଆସୁଥିଲେ ବୋଲି କ୍ୟାଥରିନ୍ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.