ବ୍ରିଟିଶ ପ୍ରଫେସର ‘ଇଡିଲି’କୁ କହିଲେ ସବୁଠୁ ବୋରିଂ, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗାମା

ବ୍ରିଟେନର ଜଣେ ପ୍ରଫେସର ଭାରତୀୟ ଖାଦ୍ୟ ‘ଇଡଲି’କୁ ସବୁଠାରୁ ବୋରିଂ ବୋଲି କହିଛନ୍ତି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କିଛି ଲୋକଙ୍କ କହିବା ହେଲା, ପ୍ରଫେସରଙ୍କ କଥାକୁ ଅଯଥାରେ ପ୍ରସଙ୍ଗ କରାଯାଉଛି। ଅନ୍ୟ କିଛି ଲୋକ କହିଛନ୍ତି, ଏହା ଆମ ସଂସ୍କୃତି ଏବଂ ସଭ୍ୟତାର କଥା। ତେବେ ଘଟଣାଟି ହେଉଛି, ଟୁଇଟରରେ ପଚରାଯାଇଥିଲା କି, ଏମିତି କ’ଣ ଖାଦ୍ୟ ଅଛି, ଯାହା ବିଷୟରେ ଆପଣ ଭାବି ପାରନ୍ତିନି ଯେ ଲୋକେ ଏହାକୁ କାହିଁକି ପସନ୍ଦ କରନ୍ତି।

id

ଏହା ଉପରେ ବ୍ରିଟିଶ ପ୍ରଫେସର ତଥା ଭାରତ-ବ୍ରିଟେନ ଅଧ୍ୟୟନର ବିଶେଷଜ୍ଞ ଏଡୱାର୍ଡ ଆଣ୍ଡରସନ ‘ଇଡଲି’କୁ ସବୁଠାରୁ ବୋରିଂ ଖାଦ୍ୟ ବୋଲି କହିଥିଲେ। ଆଣ୍ଡରସନଙ୍କ ଏହି ଟୁଇଟ ପରେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି। କଂଗ୍ରେସ ସାଂସଦ ଶଶୀ ଥରୁର ପ୍ରଫେସରଙ୍କୁ ସମାଲୋଚନା କରିଛନ୍ତି।

ଏହା ପୂର୍ବରୁ ଥରୁରଙ୍କ ପୁଅ ଇଶାନ ଥରୁର ପ୍ରଫେସରଙ୍କ କଥାକୁ ନେଇ ଟୁଇଟ କରିଥିଲେ, ‘ମୋତେ ଲାଗୁଛି, ମୁଁ ଟୁଇଟରରେ ଏହି ବିଷୟରେ ସବୁଠାରୁ ଅପମାନଜନକ ଟୁଇଟ ଦେଖୁଛି’। ପୁଅର ଟୁଇଟ ପରେ ଶଶୀ ମଧ୍ୟ ଏହି ପ୍ରସଙ୍ଗରେ ଆଗକୁ ବାହାରିଛନ୍ତି। ସେ ଇଶାନଙ୍କ ଟୁଇଟକୁ ରିଟୁଇଟ କରି ଲେଖିଛନ୍ତି, ‘ହଁ, ମୋର ପୁଅ, ଏହି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ମୁଣ୍ଡରେ ବାସ୍ତବରେ କିଛି ନାହିଁ’।

ତେବେ ଆଣ୍ଡରସନ ଏହା ବି କହିଥିଲେ ଯେ ତାଙ୍କ ସ୍ତ୍ରୀ କେରଳର। ଯଦିଓ ତାଙ୍କୁ ଇଡଲି ବୋରିଂ ଲାଗୁଛି, କିନ୍ତୁ ଏହାକୁ ଛାଡ଼ି ତାଙ୍କୁ ସମସ୍ତ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ବହୁତ ପସନ୍ଦ ଲାଗେ। ତଥାପି ସୋସିଆଲ ମିଡିଆରେ ଏହି ମାମଲା ଥମି ନ ଥିଲା। ଖାଦ୍ୟ ବିଶେଷଜ୍ଞ, କ୍ୟାଟରିଂ ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ, ସମସ୍ତେ ଇଡିଲି ଉପରେ ନିଜ ନିଜର ରାୟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.