Below header

ଇୟରଫୋନ୍‌ ଲଗାଇ ଟ୍ରେନ୍‌ ଲାଇନ୍‌ରେ ଜଗିଂ କରୁଥିଲେ ବ୍ୟକ୍ତି, ଖୁବ୍‌ ସ୍ପିଡ୍‌ରେ ଆସିଲା ଟ୍ରେନ୍‌ ଆଉ ତା’ ପରେ… ଦେଖନ୍ତୁ ଭିଡିଓ

ଟ୍ରେନ୍‌ ଲାଇନ୍‌ ପାର ହେବା ବେଳେ ସବୁବେଳେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ରେଳ ବିଭାଗ ତରଫରୁ ବାରମ୍ବାର ପରାମର୍ଶ ଦିଆଯାଉଛି। କିନ୍ତୁ ଏବେ ବି କିଛି ଅମାନିଆ ଟ୍ରେନ୍‌ ଧାରଣା ପାରି ହେବା ବେଳେ ଅନ୍ୟମନସ୍କ ହେଉଛନ୍ତି, ଯାହାର ନଗ୍ନ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ନେଟଓ୍ଵାର୍କ ରେଲୱେ ତରଫରୁ ଟ୍ଵିଟରରେ ସେୟାର କରାଯାଇଛି। ଭିଡିଓରେ ଜଣେ ବ୍ୟକ୍ତି ସୂତାଏ ବ୍ୟବଧାନରେ ଟ୍ରେନ୍‌ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଇଛି ଯେ ଟ୍ରେନ୍‌ ଖୁବ୍‌ ସ୍ପିଡ୍‌ରେ ଆଗକୁ ଗଡ଼ିଚାଲିଛି। ହଠାତ୍‌ ଏହି ସମୟରେ ଜଣେ ବ୍ୟକ୍ତି କାନରେ ଇୟରଫୋନ୍‌ ଲଗାଇ ଦୌଡ଼ି ଦୌଡ଼ି ଟ୍ରେନ୍‌ ସାମ୍ନାରେ କ୍ରସ୍‌ କରୁଛନ୍ତି। ବ୍ୟକ୍ତି ଜଣକ ଜଗିଂ କରିବାରେ ଏତେ ମଜ୍ଜି ଯାଇଛନ୍ତି ଯେ ଜାଣି ବି ପାରୁନାହାନ୍ତି ଯେ ଟ୍ରେନ୍‌ ଆସୁଛି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତିଯାଉଛନ୍ତି। ଭିଡିଓଟିକୁ ଟ୍ରେନ୍‌ ଭିତରୁ କେହି ସୁଟିଂ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଭିଡିଓ ସେୟାର କରି ନେଟଓ୍ଵାର୍କ ରେଲେଓ୍ଵ ତରଫରୁ କୁହାଯାଇଛି ମାତ୍ର କିଛି ସେକେଣ୍ଡ ଏପଟ ସେପଟ ହୋଇଯାଇଥିଲେ ଗୋଟେ ଅମୂଲ୍ୟ ଜୀବନ ଚାଲିଯାଇଥାନ୍ତା। ଆପଣ ଯେତେ ଶୀଘ୍ର ଟ୍ରେନ୍‌ ଲାଇନ୍‌ କ୍ରସ କରିପାରୁଥିଲେ ମଧ୍ୟ ଅଟକିଯାଆନ୍ତୁ। ଦେଖନ୍ତୁ ଟ୍ରେନ୍‌ ଆସୁଛି କି ନାହିଁ। ଯଦି ଆସୁନାହିଁ ତେବେ ଲାଇନ୍‌ କ୍ରସ୍‌ କରନ୍ତୁ। ଏଥିସହ ଟ୍ରେନ୍‌ ଲାଇନ୍‌ ପାର ହେବା ବେଳେ ଇୟରଫୋନ୍‌ ବ୍ୟବହାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.