ଗୁଗଲ ପ୍ଲେ-ଷ୍ଟୋରରୁ ହଟାଇଲା ଏହି ଆପ, ହ୍ୟାକର୍ସ ପର୍ଯ୍ୟନ୍ତ ପହଞ୍ଚାଉଥିଲା ପର୍ସନାଲ ଫଟୋ ଆଉ ଭିଡିଓ

ନିକଟରେ ଏକ ରିପୋର୍ଟ ଆସିଥିଲା ​​ଯେଉଁଥିରେ ଦାବି କରାଯାଇଥିଲା ଯେ ଆଣ୍ଡ୍ରଏଡ୍ ଫୋନରେ ଭାଇରସ୍ ଏବଂ ମାଲୱେର୍ ବିତରଣ କରିବା ପାଇଁ ଗୁଗୁଲ୍ ପ୍ଲେ-ଷ୍ଟୋର ହେଉଛି ସବୁଠାରୁ ବଡ ଜରିଆ । ଥାର୍ଡ଼ ପାର୍ଟି ଆପ ଷ୍ଟୋର ତ ଏମିତିରେ ବଦନାମ । ତେବେ ଯେତେବେଳେ ଗୁଗଲ୍ ପ୍ଲେ ଷ୍ଟୋର୍‌ରେ କୌଣସି ମାଲୱେର୍, ଆଡୱେୟାର ଆପ୍ ଚିହ୍ନଟ ହୁଏ ଏବଂ ମାମଲା ବିଗିଡିଯାଏ ସେତେବେଳେ ଗୁଗୁଲ୍ ସେହି ଆପଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇଦିଏ ।

ବର୍ତ୍ତମାନ ପ୍ରାଇଭେସି କୁ ନିଏ ‘ଗୋ ଏସ୍ଏମ୍ଏସ୍ ପ୍ରୋ’ ଆପକୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । GO SMS Pro ଆପ୍ ଏକ ବିଲିୟନରୁ ଅଧିକ ଲୋକ ଡାଉନଲୋଡ୍ କରାଯାଇଥିଲା । ଟ୍ରଷ୍ଟୱେଭ୍ GO SMS PRO ବିଷୟରେ ସୂଚନା ଦେଇଥିଲା । ଟ୍ରଷ୍ଟୱେଭ୍ ଏକ ରିପୋର୍ଟରେ କହିଛି ଯେ ଏହି ଆପ୍ ମାଧ୍ୟମରେ ହ୍ୟାକର୍ସମାନେ ଆପଣଙ୍କର ବ୍ୟକ୍ତିଗତ ମେସେଜ, ଫଟୋ ଏବଂ ଭିଡିଓ ନିକଟରେ ଅତି ସହଜରେ ପ୍ରବେଶ କରିପାରନ୍ତି ।

google: Google Play Store bans app over coronavirus content - Apps News |  Gadgets Now

ଏହି ସମସ୍ୟାଟି GO SMS Pro ର 7.91 ଭର୍ସନରେ ଅଛି । ଏହି ଆପ୍ ମେସେଜିଂ ସମୟରେ ଏକ ଲିଙ୍କ୍ ସୃଷ୍ଟି କରିଥାଏ ଏବଂ ସେହି ଲିଙ୍କ ଜରିଆରେ ହ୍ୟାକର୍ସ ମାନେ ଆପଣଙ୍କ ଫୋନରେ ପହଞ୍ଚିବାରେ ସକ୍ଷମ ହୋଇଥାନ୍ତି । ତେବେ ଦୀର୍ଘ ସମୟ ଧରି ଏହି ଆପ୍ ଏପରି କାର୍ଯ୍ୟ କରିଆସୁଥିଲା । ଯଦିଓ ଏହି ବଗ୍ ଯୋଗୁଁ କେତେ ଲୋକଙ୍କର ପର୍ସନାଲ ଡାଟା ହ୍ୟାକ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଯଦି ଆପଣଙ୍କର ଫୋନରେ ମଧ୍ୟ ଏହି ଆପ୍ ଅଛି, ତେବେ ପ୍ରଥମେ ଆପଣ ଆପ୍ ଷ୍ଟୋରେଜ୍ ଡିଲିଟ୍ କରି ତା’ପରେ ଆପ୍ ଡିଲିଟ୍ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.