ବୃଷ ରାଶିରେ ବୁଧ ଦେବଙ୍କ ବକ୍ରି ଚଳନ, ଆଜିଠୁ ଏହି ୩ଟି ରାଶି ଉପରେ ହେବ ଧନ ବର୍ଷା

ବୁଧ ଗ୍ରହ ଆଜି ମାନେ ମେ ୧୦ ତାରିଖରୁ ବୃଷ ରାଶିରେ ବକ୍ରି ପ୍ରବେଶ କରିବେ। ବୁଧ ଦେବ ଆଗାମୀ ୨୩ ଦିନ ପର୍ଯ୍ୟନ୍ତ ବୃଷ ରାଶିିରେ ବକ୍ରି ରହିବେ। ଏହି ସମୟ ମଧ୍ୟରେ ସମସ୍ତ ରାଶିରେ ପ୍ରଭାବ ପକାଇବେ। ୩ଟି ରାଶିରେ ଏହା ଶୁଭ ପ୍ରଭାବ ପକାଇବ। ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଗ୍ରହ ବକ୍ରି ହେବା ପରେ ତାଙ୍କ ପ୍ରଭାବର ତିବ୍ରତା ଅଧିକ ହୋଇଯାଏ। ତେଣୁ ଯେବେ କୌଣସି ଗ୍ରହ ବକ୍ରି ହୋଇଥାଏ ତେବେ ତାର ପ୍ରଭାବ ମଧ୍ୟ ସମସ୍ତ ରାଶି ଉପରେ ପଡ଼ିବ। ଏହା ଖରାପ ହୋଇପାରେ ଭଲ ମଧ୍ୟ ହୋଇପାରେ। ଧନ-ବୃଦ୍ଧି-ବ୍ୟାପାର ଦାତା ବୁଧ ଦେବ ବୃଷ ରାଶିରେ ଆଜିଠୁ ବକ୍ରି ହେବେ। ତେବେ ବୁଧ ଦେବଙ୍କର ଏହି ବକ୍ରି ଗତି ୩ ରାଶି ଉପରେ ଶୁଭ ପ୍ରଭାବ ପକାଇବ। ଏହାସହ ୫ଟି ରାଶି ଊପରେ ଅଶୁଭ ପ୍ରଭାବ ପକାଇବ। ଅନ୍ୟ ରାଶି ଉପରେ ମଧ୍ୟ ପ୍ରଭାବ ପଡ଼ିବ।

mercury

ବୃଷ ରାଶି:
ବକ୍ରି ବୁଧ ଦେବ ବୃଷ ରାଶିକୁ ଖୁବ ଶୁଭ ଫଳ ଦେବେ। ନୂଆ ଚାକିରି, ପଦୋନ୍ନତି ମିଳିବ। ଆୟ ବୃଦ୍ଧି ହେବା ସହ ବଡ଼ ଉପଲବ୍ଧି ମିଳିବ। ସମ୍ମାନ ମିଳିବ।

କର୍କଟ ରାଶି:
କର୍କଟ ରାଶି ଲୋକଙ୍କୁ ବୁଧ ଦେବଙ୍କ ଶୁଭ ଦୃଷ୍ଟି ରହିବ। ଏମାନଙ୍କ ଆୟରେ ବୃଦ୍ଧି ହେବ। କ୍ୟାରିଅରରେ ଉନ୍ନତି ସହ ଧନ ଲାଭ ହେବ।

ମୀନ ରାଶି:
ଏହି ରାଶିର ଲୋକଙ୍କୁ ଶୁଭ ଫଳ ମିଳିବ। ବୁଧ ଦେବଙ୍କ ଓଲଟା ଗତି ଫାଇଦା ଯୋଗାଇବ। ଚାକିରି ବ୍ୟାପାରରେ ଲାଭ ମିଳିବ। ନିବେଶ କଲେ ଭଲ ଫାଇଦା ମିଳିବ। ମୋଟ ଉପରେ ଏହା ଆପଣଙ୍କ ଆର୍ଥିର୍କ ସ୍ତରକୁ ମଜବୁତ କରିବ।

ତେବେ ଏହାସହ ଅନ୍ୟ ୫ଟି ରାଶି ଉପରେ ଖରାପ ପ୍ରଭାବ ପଡ଼ିବ। ଚିଡ଼ଚିଡାପଣ ଦେଖାଯିବ। ଏହାବ୍ୟତିତ କ୍ୟାରିଅର ବ୍ୟାପାର ସହ ଆର୍ଥିକ ସ୍ଥିତିରେ ଖରାପ ପ୍ରଭାବ ପଡ଼ିବ । ଏହି ସବୁ ରାଶି ଏବେଠୁ ସତର୍କ ରୁହନ୍ତୁ।

ଏହିସବୁ ରାଶି ହେଉଛନ୍ତି :

୧.ମିଥୁନ
୨.କନ୍ୟା

୩.ତୁଳା
୪.ବିଛା
୫.ଧନୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.