ଆଳୁରୁ ମିଳିବ କ୍ୟାନସର ଭଲ କରିବାର ଉପାୟ, ଜାଣନ୍ତୁ ବୈଜ୍ଞାନିକଙ୍କ ତଥ୍ୟରୁ

କର୍କଟ ରୋଗକୁ ସମ୍ପୂର୍ଣ୍ଣ ଭଲ କରି ଦେବା ଭଳି ଔଷଧ ଏଯାଏଁ ପ୍ରସ୍ତୁତ ହୋଇ ପାରିନାହିଁ । ଯେଉଁ ସବୁ ଔଷଧ ରୋଗୀଙ୍କୁ ଦିଆଯାଉଛି ତାହା କିଛି ଦିନ ଅବା ଅନେକ ଦିନ ପର୍ଯ୍ୟନ୍ତ ରୋଗକୁ ଦୂରେଇ ରଖିବା ପାଇଁ ରହୁଛି । ଏସବୁ ଔଷଧର ଅବଶ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହୁଛି । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ସେମାନଙ୍କ ନୂତନ ଗବେଷଣାରୁ କ୍ୟାନସର ଭଲ କରିବାର ଏକ ଉପାୟ ବାହାର କରିଛନ୍ତି । ଅବଶ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଉପଯୋଗୀ ସାବ୍ୟସ୍ତ ହୋଇ ନାହିଁ । ଏହା ଉପରେ ଗବେଷଣା ଜାରି ରହିଛି । ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିବ କି ଆଳୁ ଏବଂ ଆଉ କିଛି ପନିପରିବାରେ ରହିଛି ଏହି ଗୁଣ । ଯେଉଁଥିରେ କର୍କଟ ରୋଗ ଭଲ କରି ହେବ । ଆଳି ଭଳି କିଛ ପରିବାରେ ପ୍ରାକୃତିକ ଭାବେ ଏଭଳି କେମିକାଲ ରହିଛି ଯାହା କର୍କଟ ରୋଗ ଭଲ କରିବାରେ ସହାୟକ ହେବ ବୋଲି ଏକ ତଥ୍ୟରୁ ଜଣାପଡ଼ିଛି ।

ପୋଲାଣ୍ଡର ଆଡାମ ମିକଓ୍ଵିକିଜ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଉଥିବା ଏହି ଗବେଷଣାରେ ଜଡ଼ିତ ଅଛନ୍ତି ମାଗଡାଲିନା ଭେଙ୍କଲ । ସେ କହିଛନ୍ତି ଯେ ଆଳୁ ଏବଂ ଟମାଟୋ ଭଳି ପନିପରିବାରେ କ୍ୟାନସର ଭଲ କରିବାର ଗୁଣ ରହିଛି । ଏକ ରିପୋର୍ଟ ଅନୁସାରେ ୨୦୨୦ରେ ବିଶ୍ୱରେ କୋଟି କୋଟି ଲୋକ କ୍ୟାନସରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ବେଳେ କୋଟିଏ ୯ ଲକ୍ଷ ଲୋକ ଏଥିରେ ପୀଡ଼ିତ ହୋଇଥିଲେ । ଆଗାମୀ ୨୦ ବର୍ଷ ଭିତରେ ଏହି ସଂଖ୍ୟା ୨ କୋଟି ୮ ଲକ୍ଷରେ ପହଞ୍ଚିଯିବ ।

ଗ୍ଲାଇକୋଆଲକାଲଏଡସ କ୍ୟାନସର କୋଶିକାଗୁଡ଼ିକୁ ବୃଦ୍ଧି ହେବାକୁ ଦିଏ ନାହିଁ । ଯାହାଫଳରେ କ୍ୟାନସର ଆଉ ବଢ଼ି ପାରେ ନାହିଁ । ଏବେବି ବୈଜ୍ଞାନିକମାନେ ଏଭଳି ଔଷଧ ଖୋଜୁଛନ୍ତି ଯାହା କ୍ୟାନସର କୋଶିକାଗୁଡ଼ିକୁ ରୋଗୀର ଶରୀରରେ ମାରି ପାରିବ ସିନା ଅନ୍ୟ କୋଶିକାଗୁଡ଼ିକୁ ନଷ୍ଟ କରିବ ନାହିଁ । ଯାହାଗ୍ଲାଇକୋ ଆଲକାଲଏଡସରେ ରହିଛି । ତେଣୁ ଭବିଷ୍ୟତରେ ଏହି କେମିକାଲଟି କ୍ୟାନସର ଚିକିତ୍ସା ପାଇଁ ରାମବାଣ ସଦୃଶ ହେବ ବୋଲି ଆଶା କରାଯାଉଛି । ତେଣୁ ଆଶା କରିବା କି ଗବେଷକମାନେ ସେମାନଙ୍କ ଲକ୍ଷ୍ୟରେ ସଫଳ ହେବେ । କ୍ୟାନସର ଭଲ କରିବାରେ ଆଳୁ ଓ ଟମାଟୋ ଭଳି ପରିବାରୁ ମିଳୁଥିବା କେମିକାଲ ଏହି ଲକ୍ଷ୍ୟ ପୂରଣ କରିବାରେ ସଠିକ୍‌ ସାବ୍ୟସ୍ତ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.