Below header

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ; ବିଧାୟକ ଦଳ ବୈଠକ ପରେ ନିଆଗଲା ନିଷ୍ପତ୍ତି

କଂଗ୍ରେସ ଦଳ ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଏହି ନିଷ୍ପତ୍ତି ପାର୍ଟିର ବିଧାୟକ ଦଳ ବୈଠକ ପରେ ନିଆଯାଇଛି। ସୁଖବିନ୍ଦର ସିଂ ସୁଖୁଙ୍କ ପୂର୍ବରୁ ହିମାଚଳ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ନାମ ସିଏମ୍‌ ଦୌଡ଼ରେ ସବୁଠୁ ଆଗରେ ରହିଥିବା କୁହାଯାଉଥିଲା। କିନ୍ତୁ ଶନିବାର ଦ୍ୱିପ୍ରହର ସୁଦ୍ଧା ଏହା ସ୍ପଷ୍ଟ ହୋଇଥିଲା ଯେ ପ୍ରତିଭା ସିଂ ଏହି ଦୌଡ଼ରୁ ବାହାରି ସାରିଛନ୍ତି।

ସୂତ୍ରରୁ ଜଣାପଡ଼ିଛି, କଂଗ୍ରେସ ଦଳ ରାଜ୍ୟରେ ଦୁଇ ଜଣଙ୍କୁ ଡେପୁଟି ସିଏମ୍ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଯଦିଓ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ ଯେ କେଉଁ ଦୁଇ ନେତାଙ୍କୁ ଦଳ ଡେପୁଟି ସିଏମ୍ ରୂପେ ଦେଖୁଛି। ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତି ଥାଇପାରେ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦଳରେ ଗୋଟିଏ ନାମ ଉପରେ ସହମତ ପ୍ରକାଶ ହୋଇ ପାରୁ ନ ଥିଲା।

ଏମିତିରେ ଖବର ଆସୁଥିଲା କି, ସିଏମ୍‌ ପଦର ଦାବିଦାରମାନଙ୍କ ମଧ୍ୟରେ ହେଉଥିବା ଟଣାଘୋଷଡ଼ା ଭିତରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ନେତାମାନେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟର ଶ୍ରେୟ ଦେଇଛନ୍ତି। କୁହାଯାଉଥିଲା, ରାଜ୍ୟର ପରବର୍ତ୍ତୀ ସିଏମଙ୍କ ନାମ ଉପରେ ସେ ନିଷ୍ପତ୍ତି ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.