ଇଣ୍ଡୋନେସିଆର ଏହି ମନ୍ଦିରରେ ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ

ଆପଣ ସମସ୍ତେ ସମୁଦ୍ର ମନ୍ଥନ କଥା ତ ବହୁବାର ଶୁଣିଥିବେ। ଏହାକୁ ନେଇ ଅନେକ ପୌରାଣିକ ଗାଥା ମଧ୍ୟ ରହିଛି। ଯାହା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରେ। ହିନ୍ଦୁ ଧର୍ମରେ ଏହାକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ଯେ, ସମୁଦ୍ର ମନ୍ଥନର ପୂରା ପ୍ରକି୍ରୟା ସୃଷ୍‌ଟି ସଂରଚନା ପାଇଁ ହୋଇଥିଲା ବୋଲି କୁହାଯାଏ। ଆପଣ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ କଥା ଜାଣିଥିବେ। ତେବେ ଏଥିରେ କେବଳ ଅମୃତ ନୁହେଁ ବରଂ ବହୁତ କିଛି ବାହାରିଥିଲା। କିନ୍ତୁ ଶେଷରେ ବାହାରିଥିବା ଅମୃତ କଳସ ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। ଏହା ପାଇଁ ଉଭୟ ଦେବତା ଓ ଅସୁରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ବି ସେହି କଳସ ଦୁନିଆରେ ରହିଛି। ମୁସଲିମ ଦେଶ ଇଣ୍ଡୋନେସିଆରେ ଆଜି ବି ଏମିତି ଏକ ମନ୍ଦିର ରହିଛି ଯେଉଁଠି ଅମୃତ କଳସ ରହିଥିବାର ଜଣାପଡିଛି। ଆମେ ଆପଣଙ୍କୁ ଯେଉଁ ମନ୍ଦିର ଚିତ୍ର ଦେଖାଉଛୁ ତାହାର ନାମ କଣ୍ଡି ସୁକୁହ। ଏହି ମନ୍ଦିର ମଧ୍ୟ ଓ ପୂର୍ବି ଜାବା ପ୍ରାନ୍ତର ମାଉଣ୍ଟ ଲାବୁର ପଶ୍ଚିମ ସ୍ଥାନରେ ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏହି ମନ୍ଦିରରେ ଏମିତି ଏକ କଳସ ରହିଛି ଯାହା ଭିତରେ ଦ୍ରବ୍ୟ ହଜା ହଜାର ବର୍ଷରୁ ରହିଛି।

ଏହି ଦ୍ରବ୍ୟକୁ ନେଇ ମାନ୍ୟତା ରହିଛି ଯେ ଏହା ଅମୃତ କଳସ , ଯାହା ସମୁ ଦ୍ର ମନ୍ଥନରେ ବାହାରିଥିଲା। ୨୦୧୬ରେ ପୁରାତନତତ୍ତ୍ୱବିତ ମାନେ ମନ୍ଦିରକୁ ମରାମତି କରୁଥିବା ସମୟରେ ଏହା ସମ୍ପର୍କରେ ଜାଣି ପାରିଥିଲେ। ଏଠାରେ ଏକ ତମ୍ବା କଳସ ମିଳିଥିଲା। ଏହାସହ ଶିବଲିଙ୍ଗ ଥିବାର ଦେଖାଯାଇଛି। ଏହି କଳସକୁ ଖୋଲିବାପାଇଁ ଚେଷ୍ଟା କରୁଥିଲେ ବି ଏହା ଖୋଲି ହେଉନଥିଲା। ସବୁଠୁ ବଡ଼ କଥା ହେଉଛି ଏହି କଳସରେ ସମୁଦ୍ର ମନ୍ଥନ ଏବଂ ମହାଭାରତର ଅନେକ ଚିତ୍ର ଦେଖିବାକୁ ମିଳିଥିଲା। ତେବେ ଏହି ମନ୍ଦିରର ପ୍ରାଚୀନତା ଏବଂ ଭବ୍ୟ କିର୍ତ୍ତୀ ଲୋକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.