ଝରଣା ଭିତରକୁ ଓଲଟି ପଡିଲା କାର

ଜଳପ୍ରପାତ ବା ଝରଣା ବୁଲିବାକୁ ଯାଉଛନ୍ତି କି? ତେବେ ସତର୍କ ରୁହନ୍ତୁ ନଚେତ କେତେବେଳେ ବି ଏମାନଙ୍କ ଭଳି ଅବସ୍ଥା ହୋଇଯାଇପାରେ। ଭିଡ଼ିଓ ଟିକେ ଦେଖନ୍ତୁ ଆଜ୍ଞା, ଠିକ ବୁଝିପାରିବେ ।ଆମେ କାହିଁକି ଏପରି କହୁଛୁ। ଜଳପ୍ରପାତ ବୁଳିବାକୁ କାର ଧରି ବାହାରିଲେ ବାପା ଝିଅ, କିନ୍ତୁ ଟିକେ ଅବହେଳାରେ କାର ସୁଦ୍ଧା ଗଭୀର ଝରଣା ପାଣିକୁ ଖସିପଡ଼ିଲେ। ଆଉ ତାପରେ ଯାହା ହେଲା ତାହା ତାଙ୍କ ଭାଗ୍ୟ କହିପାରିବେ।

ଜଳପ୍ରପାତ ବା ଝରଣା ବୁଲିବାକୁ ଯାଉଛନ୍ତି କି? ତେବେ ସତର୍କ ରୁହନ୍ତୁ ନଚେତ କେତେବେଳେ ବି ଏମାନଙ୍କ ଭଳି ଅବସ୍ଥା ହୋଇଯାଇପାରେ। ଭିଡ଼ିଓ ଟିକେ ଦେଖନ୍ତୁ ଆଜ୍ଞା, ଠିକ ବୁଝିପାରିବେ ।ଆମେ କାହିଁକି ଏପରି କହୁଛୁ। ଜଳପ୍ରପାତ ବୁଳିବାକୁ କାର ଧରି ବାହାରିଲେ ବାପା ଝିଅ, କିନ୍ତୁ ଟିକେ ଅବହେଳାରେ କାର ସୁଦ୍ଧା ଗଭୀର ଝରଣା ପାଣିକୁ ଖସିପଡ଼ିଲେ। ଆଉ ତାପରେ ଯାହା ହେଲା ତାହା ତାଙ୍କ ଭାଗ୍ୟ କହିପାରିବେ। ସୌଭାଗ୍ୟବଶତଃ, କାର୍‌ ଭିତରେ ଥିବା ବାପା ଓ ଝିଅଙ୍କୁ ସେଠାରେ ଉପସ୍ଥିତ ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଲୋଧିଆକୁଣ୍ଡ ଜଳ ପ୍ରପାତରେ ଏଭଳି ଦୁର୍ଘଟଣା ଘଟିଛି। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ଏବେ ଯାହା ଭାଇରାଲ ହେଉଛି।

ସୂଚନା ଅନୁସାରେ, ଗତ ରବିବାର ଛୁଟିରେ ଲୋଧିଆକୁଣ୍ଡ ଜଳପ୍ରପାତରେ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ତେବେ ସେହିସମୟରେ ନାଲି ରଙ୍ଗର ଏକ କାର୍‌ରେ ଆସିଥିବା ପରିବାର ସେମାନଙ୍କ କାର୍‌କୁ ଠିକ୍ ଜଳପ୍ରପାତ ପାଣିକୁ ଲାଗିଥିବା ପଥର ଉପରେ ହିଁ ପାର୍କିଂ କରିଥିଲେ। ମୁଣ୍ଡରେ ଏତିକି ଟିକେ ବି ବୁଦ୍ଧି ଦିଶିଲାନି ଯେ ଟିକେ ଅନ୍ୟମନସ୍କରେ ଜୀବନ ବି ଚାଲିଯାଇପରେ । ଆଉ ଠିକ ତାହା ହିଁ ହେଲା ..

ଏହି ସମୟରେ କାର୍‌ରେ ୧୩ ବର୍ଷର ଝିଅ ଓ ତାଙ୍କ ବାପା ଥିଲେ। କାର୍‌ଟି ହଠାତ୍‌ ତଳକୁ ଖସି ଯିବା ସହ ଓଲଟି ଜଳପ୍ରପାତ ଭିତରକୁ ପଡ଼ିଗଲା। ଏତିକିବେଳେ କାର୍‌ ଭିତରେ ଥିବା ବ୍ୟକ୍ତି ଜଣକ ଗାଡ଼ି ଭିତରୁ ଛିଟିକି ପାଣି ଭିତରେ ପଡ଼ିଥିଲେ। ହେଲେ ତାଙ୍କ ୧୩ ବର୍ଷର ଝିଅଟି କାର୍‌ ଭିତେର ଫସି ରହିଥିଲେ। ଏତିକି ବେଳେ ଦଇବ ଶାହା ହେଲା ଭଳିଆ ପାଖରେ ଥିବା ଜଣେ ଯୁବକ ସେହିଁ ପାଣି କୁ ଡେଇଁ ତାଙ୍କୁ ବଞ୍ଚାଇ ଥିଲେ.. ଯାହା ଆପଣ ଭଡ଼ିଓ ମାଧ୍ୟମରେ ଦେଖିପାରିଥିବେ…

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଏହି ଅଘଟଣ ସିମରୋଲ ଘାଟ ସେକ୍ସନରୁ ୧୦ କିଲୋମିଟର ମଧ୍ୟରେ ଲୋଧିଆ କୁଣ୍ଡରେ ହୋଇଛି। ଏଠାରେ ଜଣେ କପଲ ନିଜ ଝିଅକୁ ନେଇ ଏଠାକୁ ବୁଲିବାକୁ ଆସିଥିଲେ। ଗାଡ଼ି ରଖିବା ପରେ ଉଭୟ ବାହାରିଯିବା ପରେ ହ୍ୟାଣ୍ଡବ୍ରେକ ମାରିବା ଭୁଲିଗଲେ। କାରରେ ୧୨ ବର୍ଷର ଝିଅ ଥିଲା। ଏହାପରେ କାର ଟି ଧିରେ ଧିରେ ଖସି ପାଣି ଭିତରେ ପଡ଼ିଗଲା।

ତେଣୁ ଆପଣ ବି ଯିଦ ଏବେ କୌଣସି ବି ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ନିହାତି ଭାବେ ସତର୍କ ରୁହନ୍ତୁ। ଏଭଳି ଅବହେଳା ଆଦୌ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.