ପ୍ଲେନରେ ଯାତ୍ରା କରୁଥିବା ସମୟରେ ସବୁବେଳେ ଏହି ସିଟ କୁ ବାଛନ୍ତୁ, ଦେଖିବେ ବଡ ଦୁର୍ଘଟଣା ହେଲେ ବି ବଞ୍ଚିଯିବେ

ଅନେକ ଲୋକ ପ୍ଲେନ ରେ ଯାତ୍ରା କରିଥାନ୍ତି । କିନ୍ତୁ ଜାଣି ନାହାନ୍ତି ଯଦି ହଠାତ ପ୍ଲେନ କ୍ରାଶ ହୋଇଯାଏ ତେବେ ଏହି ସମୟରେ ଆପଣ କଣ କରିବେ ? ଏମିତି ଦୁର୍ଘଟଣା ରୁ ବଂଚିବେ କେମିତି ? ଆମେ ଆଜି ଏକ ଖାସ ତଥା ଜରୁରୀ ଟିପ୍ସ କହିବୁ ଯେଉଁଥିରେ ଆପଣ ଯାତ୍ରା ସମୟରେ ଯଦି କିଛି ଦୁର୍ଘଟଣା ଘଟେ ତେବେ ବି ସୁରକ୍ଷିତ ରହିପାରିବେ । ଏହା ସମ୍ପର୍କରେ ରିସର୍ଚ୍ଚ ରୁ ଜଣାପଡିଛି ।

ଅନେକ ଲୋକ ପ୍ଲେନରେ ଯାତ୍ରା କରିଥାନ୍ତି । କିନ୍ତୁ ଜାଣି ନାହାନ୍ତି ଯଦି ହଠାତ ପ୍ଲେନ କ୍ରାଶ ହୋଇଯାଏ ତେବେ ଏହି ସମୟରେ ଆପଣ କଣ କରିବେ ? ଏମିତି ଦୁର୍ଘଟଣା ରୁ ବଂଚିବେ କେମିତି ? ଆମେ ଆଜି ଏକ ଖାସ ତଥା ଜରୁରୀ ଟିପ୍ସ କହିବୁ ଯେଉଁଥିରେ ଆପଣ ଯାତ୍ରା ସମୟରେ ଯଦି କିଛି ଦୁର୍ଘଟଣା ଘଟେ ତେବେ ବି ସୁରକ୍ଷିତ ରହିପାରିବେ । ଏହା ସମ୍ପର୍କରେ ରିସର୍ଚ୍ଚ ରୁ ଜଣାପଡିଛି ।

ବିମାନରେ ଯାତ୍ରା କରୁଥିଲେ ଆପଣ ଏହି ଖବର ଜାଣିବା ନିହାତି ଆବଶ୍ୟକ। ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ଆସିଥାଏ । ବିମାନ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଜାବନ ଯାଇଥିବା ଘଟଣା ମଧ୍ୟ ସମସ୍ତଙ୍କୁ ବ୍ୟଥିତ କକିଥାଏ । ଏପରିକି ଟ୍ରେନ୍ ଦୁର୍ଘଟଣାର ଅନେକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥାନ୍ତି । କିନ୍ତୁ ବିମାନ ଦୁର୍ଘଟଣାରେ ଲୋକଙ୍କ ଜୀବନ ବଞ୍ଚିବା ଏକପ୍ରକାର ଅସମ୍ଭବ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବିମାନରେ ବି ଏପରି ଏକ ସ୍ଥାନ ରହିଛି ଯେଉଁଠି ବସିଲେ ଲୋକଙ୍କ ଜୀବନ ବଞ୍ଚିଯିବାର ସମ୍ଭାବନା ରହିଥାଏ ।

ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଇଛି ଯେ ପ୍ଲେନରେ ଥିବା ସବୁଠୁ ସୁରକ୍ଷିତ ସିଟ୍‌ କେଉଁଟା? ମାନେ ଯଦି ପ୍ଲେନ କ୍ରାଶ ହେୁଚି ତେବେ ତାହା କେଉଁ ସିଟ ଯେଉଁଠି ବସିଲେ ଯାତ୍ରୀମାନଙ୍କ ଜୀବନ ବଞ୍ଚି ଯିବ। ଆପଣ ବି ଶୁଣିକି ଭାବୁଥିବେ ଏମିତି କେଉଁ ସିଟ ଅଛି ଯାହା ବିଷୟରେ ଆମକୁ ଜଣାନାହିଁ। କିନ୍ତୁ ଏହା ଏକଦମ ସତ। ପ୍ଳେନରେ ସିଟ ହିସାବରେ ନିର୍ଦ୍ଧାରିତ କରାଯାଏ ଯେ କେଉଁ ସିଟ ରେ ବସିଲେ ପ୍ଲେନ କ୍ରାଶ ହେଲେ ବି ଜୀବନ ବଞ୍ଚିବାର ିସମ୍ଭାବନା ଅଧିକ ।

ବିମାନରେ ସବୁଠୁ ସୁରକ୍ଷିତ ସିଟ୍ ବିଷୟରେ ଜାଣିବା ପାଇଁ ମେକ୍ସିକୋ ବୈଜ୍ଞାନୀକନମାନେ ଅନେକ ପରୀକ୍ଷା କରିଥିଲେ । ୨୦୧୨ରେ ଏକ ପ୍ଲେନକୁ କ୍ରାସ୍ କରି ପରୀକ୍ଷା କରାଯାଇଥିଲା । ରେଗିସ୍ତାନରେ ଏହି ପ୍ଲେନକୁ କ୍ରାସ୍ କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡିଥିଲା ବିମାନର କେଉଁ ସିଟରେ ବସିଲେ ଦୁର୍ଘଟଣାରେ ଜୀବନ ବଞ୍ଚିଯିବାର ସମ୍ଭାବନା ଅଧିକ ଥାଏ ।

ପରୀକ୍ଷାରେ ଜଣାପଡିଥିଲା, କ୍ରାସ୍ ହୋଇଥିବା ପ୍ଲେନର ପଛ ଅଂଶ ସବୁଠୁ କମ୍ କ୍ଷତିଗ୍ରସ୍ତ ହୋଇଛି । ପ୍ଲେନର ଆଗରେ ଓ ୱିଙ୍ଗ୍ ପାଖରେ ଥିବା ସିଟ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏମିତିରେ ଜାଣିବାକୁ ମିଳିଲା ଖାସକରି ପ୍ଲେନର ଆଗ ସିଟରେ ବସିଥିବା ଯତ୍ରୀଙ୍କର ଜୀବନ ଅଧିକ ବିପଦରେ ଥାଏ ଯେତେବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଏହି ପରୀକ୍ଷାରୁ ଜଣାପଡିଥିଲା କି ପଛ ସିଟରେ ବସିଥିବା ଯାତ୍ରୀ ସବୁଠୁ ଅଧିକ ସୁରକ୍ଷିତ ରହିଥାନ୍ତି । ତେଣୁ ଆପଣ ବି ଯଦି ବିମାନରେ ଯାତ୍ରା କରନ୍ତି ଏବଂ କୌଣସି ଅପ୍ରିତିକର ପରିସ୍ଥିତିରେ ନିଜର ଜୀବନ ବଞ୍ଚାଇବାକୁ ଚାହାନ୍ତି ତେବେ ବିମାନର ପଛ ଭାଗରେ ଥିବା ସିଟକୁ ହିଁ ବୁକ୍ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.