Below header

ମଥୁରା ନଗରୀରେ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ହୋଲି ପର୍ବ, ଜାଣନ୍ତୁ କେଉଁ ଦିନ କେମିତି

ବର୍ତ୍ତମାନ ମାର୍ଚ୍ଚ ମାସ ଆରମ୍ଭ ହୋଇସାରିଛି। ଏଥିପାଇଁ ସମସ୍ତେ ହୋଲି ପାଳନ କରିବା ପାଇଁ ଉତ୍ସାହିତ ଅଛନ୍ତି। ଚଳିତ ବର୍ଷ ୧୦ ମାର୍ଚ୍ଚରେ ସମଗ୍ର ଦେଶରେ ହୋଲି ପାଳନ କରାଯିବ। ଭାାରତରେ ବର୍ଷାଣାର ହୋଲି ପର୍ବ ସବୁଠାରୁ ଲୋକପ୍ରିୟ। ଏଠାରେ ରଙ୍ଗର ପର୍ବ ହୋଲି ଏକ ସପ୍ତାହ ପୂର୍ବରୁ ପୁରା ଧୂମଧାମର ସହ ପାଳନ କରାଯାଏ। କ୍ରୀଷ୍ଣା ନଗରୀ ମଥୁରା ଏବଂ ବର୍ଷାଣାରେ ଏହି ପର୍ବ ପାଇଁ ବିଭିନ୍ନ ଆୟୋଜନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁଠାରେ କିଭଳି ପ୍ରସ୍ତୁତି ହୋଇଥାଏ।

Holi-2020୩ ମାର୍ଚ୍ଚ

ଗତକାଲି ଠାରୁ ବର୍ଷାଣାରେ ହୋଲି ଖେଳ ଆରମ୍ଭ ହୋଇସାରିଛି। ଏଠାରେ ଖାସ୍‌ ଲଡ୍ଡୁ ହୋଲିର ଆୟୋଜନ କରାଯାଇଛି। ଲୋକମାନଙ୍କ ଦ୍ୱାରା ଖୁବ୍‌ ଧୂମ ଧୂମଧାମରେ ଏଠାରେ ହୋଲି ପାଳନ କରାଯାଇଥାଏ।

୪ ମାର୍ଚ୍ଚ

ଆଜି ଗୋକୁଳରେ ଲଠମାର ହୋଲି ଖେଳାଯିବ। ପ୍ରତିବର୍ଷ ଭଳି ଏଠାରେ ମଧ୍ୟ ଏହି ଖାସ୍‌ ପର୍ବ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଦେଶ ବିଦେଶରୁ ଅନେକ ଲୋକମାନେ ସ୍ପେଶାଲ ହୋଲି ପର୍ବ ପାଳନ କରିବା ପାଇଁ ଏଠାକୁ ଆସିଥାନ୍ତି।

Holi-Celebration୫ ମାର୍ଚ୍ଚ

ଏହି ଦିନ ନନ୍ଦ ଗାଁଓ ଏବଂ ରାଓ୍ଵଲ ଗାଁରେ ଲଠମାର ହୋଲି ପାଳନ କରାଯିବ। ଏଥିସହ ଅବୀରରେ ମଧ୍ୟ ହୋଲି ଖେଳାଯାଇଥାଏ। ଆପଣାମନେ ମଧ୍ୟ ଯଦି ନିଜର ହୋଲିକୁ ସ୍ପେଶାଲ କରିବାକୁ ଚାହୁଁଛନ୍ତି ତେବେ ଏହି ସ୍ଥାନକୁ ଯାଇ ଧୂମ ମଜା ଉଠାଇପାରିବେ।

୬ ମାର୍ଚ୍ଚ

ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଅର୍ଥାତ ମଥୁରା ଏବଂ ବୃନ୍ଦାବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଏହି ସମାରୋହ ବୃନ୍ଦାବନର ପ୍ରସିଦ୍ଧ ମନ୍ଦିର ବାଙ୍କିବିହାରୀରେ ଆୟୋଜନ କରାଯାଇଥାଏ।

Holi-1୭ ମାର୍ଚ୍ଚ

ଏହି ଦିନ ଗୋକୁଳରେ ଛଡି ମାର ହୋଲି ଖେଳାଯାଇଥାଏ। ଏହି ଦିନ ପତି-ପତ୍ନୀ ପରସ୍ପରଙ୍କ ମଧ୍ୟରେ ଖେଳି ମଜା ଉଠାଇଥାନ୍ତି।

୮ ମାର୍ଚ୍ଚ

ଏହିଦିନ କ୍ରୀଷ୍ଣା ନଗରୀ ଏବଂ ରାଧାରାଣୀଙ୍କ ଗାଁ ବର୍ଷାଣାରେ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ସହ ହୋଲି ପର୍ବର ଆୟୋଜନ କରିଥାନ୍ତି। ଏଥିସହ ପରସ୍ପରଙ୍କ ମଧ୍ୟରେ ଅବୀର ଖେଳି ହୋଲି ପର୍ବର ଧୂମ୍‌ ମଜା ଉଠାଇଥାନ୍ତି।

Holi-In-Mathura୯ ମାର୍ଚ୍ଚ

ଏହି ମଥୁରାର ଦ୍ୱାରିକାଧୀଶ ମନ୍ଦିରରେ ବହୁତ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏହାପରେ ସମସ୍ତ ଲୋକମାନେ ପରସ୍ପରଙ୍କ ସହ ଅବୀରରେ ଖେଳିଥାନ୍ତି।

୧୦ ମାର୍ଚ୍ଚ

ଏହି ଦିନ ମଥୁରା, ବୃନ୍ଦାବନ, ବର୍ଷାଣା ସହ ସମଗ୍ର ବିଶ୍ୱରେ ହୋଲି ପାଳନ କରାଯାଇଥାଏ। ଏହି ପର୍ବ ଆପଣ ମଧ୍ୟ ନିଜ ସାଙ୍ଗସାଥୀ, ପରିବାର ସଦସ୍ୟ ଏବଂ ସମ୍ପକୀୟଙ୍କ ସହ ପାଳନ କରିଥାନ୍ତି, ଯାହା ସବୁଦିନ ସ୍ମୃତି ହୋଇ ମନେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.