ଶତ୍ରୁର ସବୁ ଚାଲ୍‌କୁ ଅସଫଳ କରାଏ ଆପଣଙ୍କ ଏହି ଖାସ୍‌ ଅଭ୍ୟାସ, ଜାଣନ୍ତୁ ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର କିଛି ଶତ୍ରୁ ଅବଶ୍ୟ ଥାଆନ୍ତି । ଏହି ଶତ୍ରୁମାନଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ସଫଳତାର ସୋପାନକୁ ସ୍ପର୍ଶ କରନ୍ତି ଓ ସର୍ବଦା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବିଭିନ୍ନ ବାଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର କିଛି ଜାତ ଓ ଅଜାତ ଶତ୍ରୁ ରହିଥାନ୍ତି । ସେମାନେ ସର୍ବଦା ଆପଣଙ୍କ ସଫଳତାରେ ବାଧା ପହଞ୍ଚାଇବା ପାଇଁ ଚେଷ୍ଟା କରିଥାନ୍ତି । ତେଣୁ ଶତ୍ରୁ ମାମଲାରେ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଆବଶ୍ୟକ ।

ଚାଣକ୍ୟ ନୀତି କୁହେ ଶତ୍ରୁ ୨ ପ୍ରକାର ହୋଇଥାନ୍ତି । ପ୍ରଥମ ପ୍ରକାର ଶତ୍ରୁ ଯିଏ ଆପଣଙ୍କ ନଜରକୁ ଆସେ । ଦ୍ୱିତୀୟ ପ୍ରକାର ଶତ୍ରୁ ଯିଏ ଦେଖା ଯାଆନ୍ତି ନାହିଁ ହେଲେ ସର୍ବଦା ଆପଣଙ୍କୁ କ୍ଷତି ପହଞ୍ଚାଇଥାନ୍ତି । ଏହି ଦୁଇ ଶତ୍ରୁ ମାରାତ୍ମକ ହୋଇଥାନ୍ତି । ଚାଣକ୍ୟ କୁହନ୍ତି ଶତ୍ରୁ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ଯଦି ଆପଣ ପ୍ରତ୍ୟେକ କାମକୁ ବୁଝି ବିଚାରୀ ଓ ଗମ୍ଭୀରତା ସହ କରନ୍ତି, ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ । ଏଥିସହ ଏପରି କିଛି କଥା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

କଥାରେ ମଧୂରତା : ଚାଣକ୍ୟ ନୀତି କୁହେ ସଫଳତା ପାଇଁ ଆପଣଙ୍କ କଥାରେ ବିଶେଷ ପ୍ରଭାବ ରହିଥାଏ । ଯେଉଁ ଲୋକର କଥାରେ ମଧୂରତା ନ ଥାଏ ସେ ସର୍ବଦା ସଫଳତା ପାଇଁ ସଂଘର୍ଷ କରିଥାନ୍ତି । ବାଣୀ ଦୋଷ ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀ ବୃଦ୍ଧି କରିଥାଏ ।

ଧନ ଓ ଜ୍ଞାନ ବୃଦ୍ଧି କରନ୍ତୁ – ଚାଣକ୍ୟ ନୀତି କୁହେ ଶତ୍ରୁକୁ ଯଦି ପରାଜିତ କରିବାର ଅଛି ତେବେ ବ୍ୟକ୍ତି ନିରନ୍ତର ନିଜର ଜ୍ଞାନ ଓ ଧନ ବୃଦ୍ଧି କରିବା ଉଚିତ୍‌ । ଲକ୍ଷ୍ମୀଜୀଙ୍କ କୃପା ଯେଉଁଠି ବ୍ୟକ୍ତିକୁ ଆତ୍ମବିଶ୍ୱାସ ପ୍ରଦାନ କରିଥାଏ ସେହିପରି ଦେବୀ ସରସ୍ୱତୀଙ୍କ ଆଶିର୍ବାଦ ବ୍ୟକ୍ତିକୁ କଷ୍ଟ ଓ ଅନ୍ଧକାରରୁ ଦୂରରେ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.