Below header

ପାକିସ୍ତାନରେ ଚପରାସୀ ପାଇଁ ଆବେଦନ କଲେ ୧୫ ଲକ୍ଷ, ଏମ୍‌ଫିଲ ପ୍ରାର୍ଥୀ ବି କରିଛନ୍ତି ଆବେଦନ

ଇସଲାମବାଦ : ସବୁଠି ଚାକିରି ର ଅଭାବ । ଯଦି କେଉଁଠି କିଛି ପଦବୀ ବାହାରିଲା ତେବେ ଆଶାୟୀଙ୍କ ଲମ୍ବା ଲାଇନ୍‌ । ପାକିସ୍ତାନରେ ଏବେ ଏପରି ପରିସ୍ଥିତି ଉପୁଜିଛି ଯେ ସାମାନ୍ୟ ଚପରାସୀ ପଦବୀ ପାଇଁ ଆବେଦନ କରିଛନ୍ତି ୧୫ ଲକ୍ଷ ପ୍ରାର୍ଥୀ ।

ସବୁଠୁ ବଡ଼ କଥା ହେଉଛି ଯେ ଏହି ଚପରାସୀ ପଦବୀ ପାଇଁ ଏମ୍‌ଫିଲ ପ୍ରାର୍ଥୀ ମଧ୍ୟ ଆବେଦନ କରିଛନ୍ତି । ପାକିସ୍ତାନର ଖବର କାଗଜ ଡନ୍‌ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଏକ ହାଇକୋର୍ଟରେ କିଛି ଚପରାସୀ ପଦବୀ ବାହାରିଥିଲା । ଏହି ପଦୀବ ପାଇଁ ପ୍ରାୟ ୧୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାଯାଇଛି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ କ୍ଷମତାକୁ ଆସିବା ବେଳେ ନୂଆ ପାକିସ୍ତାନ ଗଠନ ନେଇ ଘୋଷଣା କରିଥିଲେ । ହେଲେ ପାକିସ୍ତାନର ଏବେ ଏମିତି ଅବସ୍ଥା ଯେ ଚପରାସୀ ପଦବୀ ପାଇଁ ୧୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି । ଦେଶରେ ବେରୋଜଗାରୀ ପ୍ରତିଶତ ୬.୫ ପ୍ରତିଶତ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି । ହେଲେ ଦେଶରେ ବେରୋଜଗାରୀ ହାର ୧୬ ପ୍ରତିଶତ ବୋଲି ପାକିସ୍ତାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭେଲପମେଣ୍ଟ ଇକୋନମିକ୍‌ସ ସୂତ୍ରରୁ ଜଣାପଡିଛି ।

ଏହି ସୂତ୍ରାନୁଯାୟୀ ପାକିସ୍ତାନରେ ଉଚ୍ଚ ଶିକ୍ଷିତ ବେରୋଜଗାରୀ ହାର ୨୪ ପ୍ରତିଶତ ବୋଲି ଜଣାପଡ଼ିଛି । ଖାଲି ସେତିକି ନୁହେଁ ପାକିସ୍ତାନରେ ୪୦ ପ୍ରତିଶତ ଗ୍ରାଜୁଏଟ୍‌ ଓ ୪୦ ପ୍ରତିଶତ ମହିଳା ବେରୋଜଗାରୀ ବୋଲି ମଧ୍ୟ ଏହି ସୂତ୍ରରୁ ଜଣାପଡ଼ିଛି । ଚାକିରି ନ ମିଳିବାରୁ ପାକିସ୍ତାନରେ ମଜବୁର ହୋଇ ଛାତ୍ର ଆଗକୁ ପାଠ ପଢ଼ା ଜାରି ରଖିଥିବା ଏହି ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.