ଚାଣକ୍ୟ ନୀତି : ଯଦି ଆପଣଙ୍କ ପତ୍ନୀ ବି କରନ୍ତି ଏମିତି କଥା ତାହେଲେ ଜାଣନ୍ତୁ ଆସିଗଲା ଖରାପ ସମୟ

ପତି-ପତ୍ନୀଙ୍କ ମଧ୍ୟରେ ସବୁଠୁ ମହତ୍ୱପୂର୍ଣ୍ଣ ସମ୍ପର୍କ ହୋଇଥାଏ । ଦୁହିଁଙ୍କ ସମ୍ପର୍କ ସାତ ଜନ୍ମ ପାଇଁ ଯୋଡି ହୋଇ ରହିଁଥାଏ । ଜଣେ ଅନ୍ୟ ଜଣଙ୍କ ସୁଖ ଦୁଃଖର ସାଥି ହୋଇଥାଏ । ଯଦି ଉଭୟଙ୍କ ତାଳମେଳରେ ଅଭାବ ଦେଖାଯାଏ ତେବେ ସମ୍ପର୍କ ଦୀର୍ଘ ଦିନ ପାଇଁ ଗତି କରେ ନାହିଁ ।

ଯେଉଁ ଘରେ ଏହି କଥାର ଅଭାବ ରହିଥାଏ, ସେଠାରେ ଅଶାନ୍ତି ଓ ଦୁଃଖର ବାତାବରଣ ଲାଗି ରହିଥାଏ । ଆଚାର୍ଯ୍ୟ ଚାଣକ୍ୟ ପତି-ପତ୍ନୀଙ୍କ ପାଇଁ ଏକ ନୀତିରେ କହିଛନ୍ତି ଯେ କେତେବେଳେ ଜଣେ ପତ୍ନୀଙ୍କ ପାଇଁ ତାଙ୍କ ପତି ସବୁଠୁ ବଡ଼ ଶତ୍ରୁ ହୋଇଥାଏ ।

ଖରାପ ଚରିତ୍ରର ସ୍ତ୍ରୀଙ୍କ ପାଇଁ ତାଙ୍କ ପତି ହୋଇଥାନ୍ତି ଖରାପ

ଚାଣକ୍ୟ ତାଙ୍କ ଶ୍ଳୋକରେ କହିଛନ୍ତି ଯେ ଯଦି କୌଣସି ସ୍ତ୍ରୀ ଖରାପ ଚତିତ୍ରର ହୋଇଥାନ୍ତି । ତାଙ୍କର କୌଣସି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରହିଥାଏ ତେବେ ତାଙ୍କ ପତିଙ୍କୁ ସେ ବଡ଼ ଶତ୍ରୁ ମାନିଥାନ୍ତି । ଯଦି ପତ୍ନୀଙ୍କୁ ଏହି ସବୁ କାମରୁ ପତି ରୋକିଥାଏ ତେବେ ଏହି ପତ୍ନୀଙ୍କ ପାଇଁ ତାଙ୍କ ପତିି ସବୁଠୁ ବଡ଼ ଶତ୍ରୁ ହୋଇଥାନ୍ତି ।

ଯଦ ପତି-ପତ୍ନୀ ଖରାପ କାର୍ଯ୍ୟରେ ଲିପ୍ତ ଥାନ୍ତି

ଚାଣକ୍ୟ ତାଙ୍କର ଅନ୍ୟ ଏକ ଶ୍ଳୋକରେ କହିଛନ୍ତି ଯେ ଯଦି ପତି ବା ପତ୍ନୀଙ୍କ ମଧ୍ୟରୁ କେହି ବି ଖରାପ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ତେବେ ଅନ୍ୟକୁ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ । ଯଦି ପତ୍ନୀ ଖରାପ କାମ କରେ ତେବେ ପତିକୁ ତାର ପରିଣାମ ଭୋଗିବାକୁ ପଡେ ।

Leave A Reply

Your email address will not be published.